Bamikhal Drain Construction: ବମିଖାଲ ଡ୍ରେନ୍ ନିର୍ମାଣ: ଓସାର ଓ ଗଭୀରରେ ତଞ୍ଚକତା
"ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଇସ୍କନ୍ ଭଳି ବମିଖାଲ ବି ବହୁବର୍ଷ ହେଲାଣି ବର୍ଷାଜଳ ନିଷ୍କାସନ ସମସ୍ୟାରେ ଗତିକରୁଛି।
ସାମାନ୍ୟ ବର୍ଷାରେ ବମିଖାଲ ଓ ଆଖପାଖ ଅଞ୍ଚଳ ଉବୁଟୁବୁ ହେଉଛି।
ମୁଖ୍ୟରାସ୍ତାରେ ନାଳ ପାଣି ମିଶା ବର୍ଷା ପାଣି ଅଣ୍ଟାଏ ଉଚ୍ଚରେ ଭାସୁଛି।
ଦୁଇପାର୍ଶ୍ବ ଘର ଓ ଦୋକାନରେ ବି ପାଣି ପଶୁଛି।
ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ରସୁଲଗଡ଼ରୁ ବମିଖାଲ ପର୍ଯ୍ୟନ୍ତ ଦୁଇପାର୍ଶ୍ବରେ ବକ୍ସ ଡ୍ରେନ୍ ନିର୍ମାଣ ଚାଲିଛି।
କିନ୍ତୁ ଏହି ଡ୍ରେନ୍ ନିର୍ମାଣରେ ତଞ୍ଚକତା ଅଭିଯୋଗ ହୋଇଛି।
ଯେତିକି ଗଭୀର ଓ ଓସାର ପାଇଁ ଡ୍ରେନ୍ର ଟେଣ୍ଡର କରାଯାଇଛି, ତା"ଠାରୁ କମ୍ ଗଭୀର ଓ ଓସାରର ନାଳ ନିର୍ମାଣ କରାଯାଉଛି ବୋଲି ଅଭିଯୋଗ ଉଠିଛି।
ବ୍ୟକ୍ତିଗତ ଘର ଓ ଦୋକାନୀଙ୍କ ସହ ଭାବପ୍ରୀତି କରି ଏଭଳି ତଞ୍ଚକତାକୁ ପ୍ରଶ୍ରୟ ଦିଆଯାଇଛି।Advertisment Hamleys' flagship : ହାମଲେଜ୍ର ଫ୍ଲାଗସିପ୍ ଜୁବିଲି ହିଲ୍ସ ଷ୍ଟୋର୍ ଉଦ୍ଘାଟିତ ଟେଣ୍ଡରରେ ପୂର୍ତ୍ତ ବିଭାଗର ଦେଢ଼ ମିଟର, ବିଏମ୍ସିର ୧ରୁ ୨ ମିଟରବର୍ଷେ ହେଲାଣି ଅଧାଗଢ଼ା, ସାମାନ୍ୟ ବର୍ଷାରେ ଉବୁଟୁବୁ ସେପଟେ ବର୍ଷେ ହେଲାଣି ଏହି ନାଳ ନିର୍ମାଣ ଚାଲିଛି ଯେ ସରୁନି।
ଠିକାଦାରଙ୍କ ମନ୍ଥର କାମ ଅଯଥା ଲୋକଙ୍କୁ ଯନ୍ତ୍ରଣା ଦେଉଛି ଓ ସାମାନ୍ୟ ବର୍ଷାରେ ରାସ୍ତାରେ ନାଳ ପାଣି ଲହଡ଼ି ଭାଙ୍ଗୁଛି।
ସବୁଠୁ ଯନ୍ତ୍ରଣାଦାୟକ ହୋଇଛି, ଅଧାଗଢ଼ା ନାଳ।
କେଉଁଠି ତାଡ଼ି ଖୋଲା ଛାଡ଼ି ଦିଆଯାଇଛି ତ କେଉଁଠି ଭଙ୍ଗା ନାଳର ରଡ୍ ସବୁ ବିପଦପୂର୍ଣ୍ଣ ଅବସ୍ଥାରେ ଉପରକୁ ଅନାଇ ରହିଛି।
କେଉଁଠି ବି ସେଭଳି ବିପଦସଂକେତ ଚିହ୍ନ ଦିଆଯାଇନି କି ଚାଳକଙ୍କ ସୁରକ୍ଷା କଥା ଚିନ୍ତା କରାଯାଉନି।
ଏଣୁ ପ୍ରତି ମୁହୂର୍ତ୍ତରେ ଅଘଟଣର ଭୟ ରହୁଛି।
ଅପରପକ୍ଷେ ଯେଉଁ ବ୍ୟକ୍ତିଗତ ଘର ଓ ଦୋକାନ ରହିଛି, ନାଳ ଖୋଳି ଦିଆଯିବା ପରେ ସେମାନେ ଯାଆସ କରିପାରୁନାହାନ୍ତି।
ପଟା ପକାଇ ବିପଦପୂର୍ଣ୍ଣ ଭାବେ ଯା"ଆସ କରୁଛନ୍ତି।
Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର "ୱେଡିଂ ସିଗ୍ନେଚର୍ସ" ରସୁଲଗଡ଼ରୁ ବମିଖାଲ ୧୦ ନମ୍ବର ନାଳ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ଥିବା ପୁରୁଣା ଛୋଟ ଓ ଅଣଓସାରିଆ ନାଳ ବର୍ଷା ଓ ଆବର୍ଜନା ଜଳ ନିଷ୍କାସନରେ ବିଫଳ ହେବା ପରେ ଏହାକୁ ଭାଙ୍ଗି ନୂଆ ଡ୍ରେନ୍ ନିର୍ମାଣ କରାଯାଉଛି।
ପୂର୍ବରୁ ପୁରୁଣା ନାଳରେ ସ୍ଲାବ୍ ପଡ଼ୁଥିଲା।
ଏବେ ବକ୍ସ ଡ୍ରେନ୍ ନିର୍ମାଣ କରାଯାଉଛି।
ରସୁଲଗଡ଼ରୁ ବମିଖାଲ ଯିବା ରାସ୍ତାରେ ଡାହାଣ ପାର୍ଶ୍ବ ନାଳ ବିଏମ୍ସି କରୁଛି ଓ ବାମପାର୍ଶ୍ବ ନାଳ ପୂର୍ତ୍ତ ବିଭାଗ କରୁଛି।
ବିଏମ୍ସି କରୁଥିବା ନାଳ ୭ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ କରାଯାଉଛି।
ପୂର୍ତ୍ତ ବିଭାଗ କରୁଥିବା ନାଳ ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।
ବିଏମ୍ସି କରୁଥିବା ନାଳର ଡିଜାଇନ୍ ଓ ପୂର୍ତ୍ତ ନାଳର ଡିଜାଇନ୍ ଭିନ୍ନ।
ବିଏମ୍ସି ନାଳର ଓସାର ରସୁଲଗଡ଼ ପାର୍ଶ୍ବରୁ ଛୋଟ ହୋଇ ୧୦ ନମ୍ବର ନାଳରେ ମିଶିବା ବେଳକୁ ବଡ଼ ହୋଇଛି।
ରସୁଲଗଡ଼ ପାର୍ଶ୍ବରୁ ୧ ମିଟରରୁ ଆରମ୍ଭ ହୋଇ ୧୦ ନମ୍ବର ନାଳରେ ମିଶିବା ବେଳେ ୨ ମିଟରରେ ଶେଷ ହୋଇଛି।
ସେହି ଅନୁସାରେ ଗଭୀରତା ବି ଅଲଗା ରହିଛି।
ପୂର୍ତ୍ତ ବିଭାଗର କିନ୍ତୁ ରସୁଲଗଡ଼ରୁ ବମିଖାଲରେ ୧୦ ନମ୍ବର ନାଳରେ ମିଶିବା ପର୍ଯ୍ୟନ୍ତ ନାଳର ଓସାର ଓ ଗଭୀରତା ୧.୫ ମିଟର ରହିଛି।
କିନ୍ତୁ ପୂର୍ତ୍ତ ବିଭାଗ କାମରେ ତଞ୍ଚକତା ଅଭିଯୋଗ ହୋଇଛି।
ବାମପାର୍ଶ୍ବରେ ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି, ସେମାନେ ବହୁ ଆଗକୁ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି।
କେଉଁଠି ଏଟିଏମ୍ ତ" କେଉଁଠି ବଡ଼ ବଡ଼ ସଂସ୍ଥାର ଜବରଦଖଲ ରହିଛି।
ଠିକାଦାର ଏମାନଙ୍କୁ ଦରଦ ଦେଖାଇବାକୁ ଯାଇ ନାଳ ନିର୍ମାଣକୁ ସଂକୁଚିତ କରି ଦେଉଛନ୍ତି।
ଯନ୍ତ୍ରୀମାନେ ସ୍ଥିତି ଅନୁଧ୍ୟାନ କରୁ ନଥିବାରୁ ଠିକାଦାରଙ୍କୁ ଏହା ବେଶ୍ ସୁହାଇଛି।
ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ଏଭଳି ତଞ୍ଚକତା ମୋ ନଜରକୁ ଆସିନି।
ତଥାପି ନିଜେ ଏହାର ସ୍ଥିତି ଅନୁଧ୍ୟାନ କରିବି।
ବିଳମ୍ବ ସଂପର୍କରେ ସେ କହିଛନ୍ତି, ବିଦ୍ୟୁତ୍ଠାରୁ ଆରମ୍ଭ କରି ଅନ୍ୟାନ୍ୟ ତାର ସବୁ ମାଟିତଳେ ଯାଇଛି।
ସାବଧାନତାର ସହ ମାଟି ଖୋଳି କାମ କରିବାକୁ ପଡ଼ୁଛି।
ଏଥିପାଇଁ ସମୟ ଅଧିକ ଲାଗୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
