Bamboo Bridge Submerged: ବୁଡ଼ିଲା ବାଉଁଶ ପୋଲ, ବିଂଝାରପୁରକୁ ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ

Jul 07, 2026 - 15:12
Bamboo Bridge Submerged: ବୁଡ଼ିଲା ବାଉଁଶ ପୋଲ, ବିଂଝାରପୁରକୁ ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ

ବୁଡ଼ିଲା ବାଉଁଶ ପୋଲ। ଯାଜପୁର ବରିଚିଙ୍ଗୁଡ଼ିଆ ନାଳ ରତଳାଙ୍ଗ ଠାରେ ନିର୍ମିତ ବାଉଁଶ ପୋଲ ବୁଡ଼ି ଯାଇଛି। ଫଳରେ ବ୍ରିଜର କିଛି ଅଂଶ ଭାସି ଯିବା ସହ ବରିରୁ ବିଂଝାରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜୀବନକୁ ବାଜି ଲଗାଇ ଭରା ନଇରେ ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ। ସେତୁ ନିର୍ମାଣ ଲାଗି ବାରମ୍ବାର ଦାବି ସତ୍ତ୍ୱେ ସ୍ଥାୟୀ ସେତୁ ନିର୍ମାଣ ହୋଇନଥିବାରୁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା।

  • ବୁଡ଼ିଲା ବାଉଁଶ ପୋଲ
  • ଯାଜପୁର ବରିଚିଙ୍ଗୁଡ଼ିଆ ନାଳ ରତଳାଙ୍ଗରେ ବୁଡ଼ିଲା ବାଉଁଶ ପୋଲ
  • ବାଉଁଶ ପୋଲ ବୁଡ଼ି ଯିବା ସହ କିଛି ଅଂଶ ଭାସିଗଲା
  • ବିଂଝାରପୁରକୁ ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।