Welcome!

Unlock your personalized experience.
Sign Up

ହିଂସ୍ର ଭାଲୁ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା; ଭାଲୁକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀଙ୍କ ପ୍ରତିବାଦ

Jul 14, 2026 - 19:58
ହିଂସ୍ର ଭାଲୁ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା; ଭାଲୁକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀଙ୍କ ପ୍ରତିବାଦ

ଝରିଗାଁ,୧୪/୭: ସୋମବାର ଭାଲୁ ଆକ୍ରମଣରେ ଜଣେ ଯୁବକର ବିଭତ୍ସ ମୃତ୍ୟୁ ହୋଇଥିବା ବେଳେ ରକ୍ତ ମୁହାଁ ଭାଲୁକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆଜି କୁସୁମୀ ଗାଁର ଶତାଧିକ ଗ୍ରାମବାସୀ ଝରିଗାଁ ଉମରକୋଟ ମୁଖ ରାସ୍ତା ଅବରୋଧ କରି ବସିଛନ୍ତି। ଗାଁ କୁ ଲାଗି ରହିଥିବା ଜଙ୍ଗଲ ମଧ୍ୟରେ ତିନୋଟି ଭାଲୁ ଏପର୍ଯ୍ୟନ୍ତ ସେଠାରେ ରହିଛନ୍ତି ବୋଲି ଗ୍ରାମବାସୀ ଦାବି କରୁଛନ୍ତି। ଭାଲୁ ଭୟରେ ଲୋକେ ଜଙ୍ଗଲ ପାଖ ଚାଷ ଜମିକୁ କାମ କରିବାକୁ ଯାଇ ପାରୁନାହାନ୍ତି।

ହିଂସ୍ର ଭାଲୁ ଗାଁ ଭିତରକୁ ପଶି ଆସିଲେ ପୁଣି ଥରେ ପ୍ରାଣହାନୀ ଘଟାଇବ। ତେଣୁ ତୁରନ୍ତ ଭାଲୁକୁ କାବୁ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଝରିଗାଁ-ଉମରକୋଟ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଅନ୍ୟପକ୍ଷେ ଝରିଗାଁ ପୋଲିସ ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ରାସ୍ତାରୁ ହଟିବା ପାଇଁ ବୁଝାସୁଝା କରିଛି। ଗତକାଲି ଠାରୁ ଗ୍ରାମବାସୀ ବନବିଭାଗ କର୍ମଚାରୀ ଓ ରେସ୍କ୍ୟୁ ଟିମ୍ ଆଣି ତିନି ଭାଲୁ କୁ କାବୁ କରିବାକୁ ଦାବି କରି ଆସୁଛନ୍ତି।

ଝରିଗାଁ ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ ସିଂ କହିଛନ୍ତି,’ ରେସ୍କ୍ୟୁ ଟିମ୍ ପହଞ୍ଚିଲେ ସନ୍ଧ୍ୟା ସୁଦ୍ଧା ଭାଲୁକୁ କାବୁ କରାଯିବ।‘ ଅଳ୍ପ ସମୟ ମଧ୍ୟରେ ରେସ୍କ୍ୟୁ ଟିମ ପହଞ୍ଚିବା ସୂଚନା ପ୍ରଶାସନ ପକ୍ଷରୁ ଦିଆଯିବା ପରେ ରାସ୍ତାରୁ ହଟିଛନ୍ତି ଗ୍ରାମବାସୀ। ଖବର ଦେବା ସୁଦ୍ଧା ରେସ୍କ୍ୟୁ ଟିମ ପହଞ୍ଚି ନଥିବା ଜଣା ପଡ଼ିଛି। ମାଇ ଓ ଅଣ୍ଡିତା ଭାଲୁ ସହ ଏକ ହୃଷ୍ଟପୃଷ୍ଟ ଭାଲୁ ଛୁଆ ରହିଥିବା ବନବିଭାଗ ସୂଚନା ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।