Baloch rebels attack: ବଲୁଚ ବିଦ୍ରୋହୀଙ୍କ ଆକ୍ରମଣ: ୪୫ ପାକ୍ ସୈନିକ ନିହତ ‘ଅପରେସନ୍ ସାବାନ୍’ ଆରମ୍ଭ କଲା ପାକ୍ ସେନା
"ଇସଲାମାବାଦ: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବାହିନୀ ଉପରେ ବିଦ୍ରୋହୀମାନେ ବଡ଼ଧରଣର ଗରିଲା ଆକ୍ରମଣ କରିଛନ୍ତି।
ବଲୁଚିସ୍ତାନର ମାସ୍ତୁଙ୍ଗ ନିକଟରେ ସେନାର ଏକ କନ୍ଭୟକୁ ଘେରି ବଲୁଚ ବିଦ୍ରୋହୀ ଅତର୍କିତ ଗୁଳିବର୍ଷା କରିବା ସହ ବୋମାମାଡ଼ କରିଛନ୍ତି, ଯେଉଁଥିରେ ଅତି କମ୍ରେ ୪୫ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା "ବଲୁଚିସ୍ତାନ ଲିବରେସନ୍ ଆର୍ମି" (ବିଏଲ୍ଏ) ପକ୍ଷରୁ ଦାବି କରାଯାଇଛି।
ପାକିସ୍ତାନ ସେନା ଓ ସରକାର ଏହି ଆକ୍ରମଣକୁ ସ୍ବୀକାର କରିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ନେଇ କୌଣସି ତଥ୍ୟ ଜାରି କରିନାହାନ୍ତି।Advertisment Balochistan Iiberation: ବଲୁଚିସ୍ତାନ ଲିବରେସନ୍ ଆର୍ମିର ଅଲ୍ଟିମେଟମ୍, ୭ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ, ମୁକ୍ତି ପାଇଁ ଭିଡିଓ ଜାରି କରି ରଖିଲା କଠୋର ସର୍ତ୍ତ ବିଏଲ୍ଏ ମୁଖପାତ୍ର ଜିୟନ୍ଦ ବଲୁଚ୍ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନଙ୍କ ସଂଗଠନର "ଫତେହ ସ୍କ୍ୱାଡ୍" ଦ୍ୱାରା ଏହି ସୁଚିନ୍ତିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବିଏଲ୍ଏର ଦାବି ମୁତାବକ, ଗରିଲା ଯୁଦ୍ଧ କୌଶଳ ଆପଣାଇ ସେମାନେ ପ୍ରଥମେ ସେନା କନ୍ଭୟ ଏବଂ ତା" ସହିତ ଥିବା ଏସ୍କର୍ଟ ଗାଡ଼ିକୁ ଆକ୍ରମଣ କରିଥିଲେ।
ଆକ୍ରମଣ ଖବର ପାଇ ସେଠାରେ ପହଞ୍ଚିଥିବା ଅତିରିକ୍ତ ସାମରିକ ବାହିନୀକୁ ମଧ୍ୟ ବିଦ୍ରୋହୀମାନେ ଆକ୍ରମଣ କରିଥିଲେ, ଯାହାଫଳରେ ସେନାର ଅଧିକ କ୍ଷତି ଘଟିଛି।
ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେନା ଏବଂ ବିଏଲ୍ଏ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା ଏବଂ ମୃତାହତଙ୍କ ସଂଖ୍ୟା ଆଗାମୀ ସମୟରେ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଚଳିତ ଜୁଲାଇ ମାସରେ ସୁରକ୍ଷାକର୍ମୀଙ୍କ ଉପରେ ଏହା ଚତୁର୍ଥ ଏବଂ ସବୁଠାରୁ ବଡ଼ଧରଣର ସୀମାନ୍ତ ଆକ୍ରମଣ ଅଟେ।
Balochistan: ହାମିଦ ମୀରଙ୍କ ଚାଞ୍ଚଲ୍ୟକର ଦାବି, ଇରାନ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ଇସ୍ରାଏଲ ବଲୁଚିସ୍ତାନରେ କ୍ରମାଗତ ଭାବେ ସେନା ଶିବିର ଉପରେ ହେଉଥିବା ଆକ୍ରମଣକୁ ଦମନ କରିବା ପାଇଁ ପାକିସ୍ତାନ ସେନା, ଫ୍ରଣ୍ଟିୟର କର୍ପସ୍ ଏବଂ ବଲୁଚିସ୍ତାନ ପୁଲିସ ମିଳିତ ଭାବେ ଚଳିତ ସପ୍ତାହରୁ "ଅପରେସନ୍ ସାବାନ୍" ଆରମ୍ଭ କରିଛନ୍ତି।
ଏହି ଅଭିଯାନରେ ପାକିସ୍ତାନ ବାୟୁସେନାର ହେଲିକପ୍ଟର ଓ ଡ୍ରୋନ୍ ବାହିନୀ ମଧ୍ୟ ନିୟୋଜିତ ହୋଇଛି।
ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀ ଆକ୍ରମଣକାରୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେନା ପ୍ରତ୍ୟେକ ଆତଙ୍କବାଦୀକୁ ଖୋଜି ଖୋଜି ନିପାତ କରିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।