Baitarani Flood: ଦଶରଥପୁରରେ ଘେରି ବନ୍ଧ ଭାଙ୍ଗିଯିବାରୁ ଘାଈ ସୃଷ୍ଟି, ଶତାଧିକ ପରିବାର ଜଳବନ୍ଦୀ
"ଦଶରଥପୁର: ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବା ଫଳରେ ଦଶରଥପୁରରେ ଜୟନ୍ତରା ମହାପାତ୍ର ସାହି ଠାରେ ଘେରି ବନ୍ଧ ଭାଙ୍ଗିଯିବାରୁ ଏକ ଘାଈ ସୃଷ୍ଟି ହୋଇଛି।
ଘେରି ବନ୍ଧଟି ପ୍ରାୟ ୧୦୦ ଫୁଟ ଲମ୍ବାର ହେବ।
ଗାଁର ପ୍ରାୟ ଶତାଧିକ ପରିବାର ଜଳବନ୍ଦୀ ହୋଗଲେଣି।
ସେମାନଙ୍କୁ ପ୍ରଶାସନ ପକ୍ଷରୁ ଜୟନ୍ତରାସ୍ଥିତ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଆଶ୍ରୟ ସ୍ଥଳରେ ରଖାଯାଇଛି।
Advertisment ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ସେହିପରି ବୈତରଣୀ ମୁଖ୍ୟ ବନ୍ଧ କଟିକଟା ଠାରେ ବନ୍ଧ ବୁଡ଼ି ବନ୍ୟା ଜଳ ପ୍ରବାହିତ ହେଉଛି।
ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ଉପରେ ବାଲି ବସ୍ତା, ଜରି ପାଲ, ବଲ୍ଲା ପୋତା ଯାଉଥିବା ଦେଖାଯାଇଛି।
ଶାଖା ନଦୀ କାଣୀଠାରେ କଣ୍ଟାପଡା ମୁକୁଳା ଘାଈ ମୁହଁ ବାଟେ ବନ୍ୟା ଜଳ ଚାଷ ଜମିକୁ ପ୍ରବେଶ କରୁଛି।
ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲପାଳ ଅମ୍ବର କର ବୈତରଣୀ ଏବଂ କାଣୀ ନଦୀର ଦୁର୍ବଳ ସ୍ଥାନ ବୁଲିଦେଖିବା ସହିତ ବନ୍ଧକଡ଼ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟପକ୍ଷରେ ପୂର୍ବତନ ଜିଲ୍ଲାପାଳ ତଥା ଅବକାରୀ କମିଶନର ପି ଅନ୍ଵେଷା ରେଡ଼ିଙ୍କୁ ବନ୍ୟା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ଶ୍ରୀମତୀ ରେଡ୍ଡୀ କସପା ପାଞ୍ଚାୟତ ପଞ୍ଚପଡା, ବ୍ରାହ୍ମଚାରୀପାଟଣା ଆଶ୍ରୟ ସ୍ଥଳୀ ବୁଲିଦେଖିଛନ୍ତି।
ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ବୈଠକ କରାଯାଇଥିଲା।
Guru Purnima 2026: ଗୁରୁ ପୂର୍ଣ୍ଣିମା: ଅଜ୍ଞାନରୁ ଜ୍ଞାନର ଆଲୋକକୁ ଯିବାର ପବିତ୍ର ପର୍ବ ଜୟନ୍ତରା ଘାଈ ସମ୍ପୂର୍ଣ୍ଣ ଭାବେ ନଦୀ ଜଳ ଏବଂ ମହାପାତ୍ର ସାହି ସମାନ ହୋଇଯାଇଛି।
କିନ୍ତୁ କଟିକଟା ତରାଇସାହିରେ ୬ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଛି।
ମୁଖ୍ୟ ନଦୀବନ୍ଧ ଉପରେ ୨ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି।
କଟିକଟାର ମାଝୀସାହି, ତରାଇସାହି, କପୁଡିଆସାହିର ୭୦ ପରିବାରର ଘରର ୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି।
ଜୟନ୍ତରା ମହାପାତ୍ରସାହିର ୧୦୦ ପରିବାର ପ୍ରଭାବିତ।
ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟାଞ୍ଚଳ ବୁଲି ଦେଖିବା ସହ ତାଙ୍କ ସହାୟତା ଦେବା ନେଇ ସୂଚନା ଦେଇଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।