Baitarani Above Danger Mark: ବିପଦ ସଂକେତ ଉପରେ ବୈତରଣୀ; ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

Jul 30, 2026 - 14:03
Baitarani Above Danger Mark: ବିପଦ ସଂକେତ ଉପରେ ବୈତରଣୀ; ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ବିପଦ ସଂକେତ ଉପରେ ବୈତରଣୀ। ଏକାଧିକ ଗାଁ ଭିତରେ ପଶିଛି ପାଣି। ବନ୍ୟା ଆସିବା ଦ୍ବାରା ଯାଜପୁର ଜିଲ୍ଲାର ତିନିଟି ବ୍ଲକର ୨୮ ପଞ୍ଚାୟତର ୮୪ ଗାଁ ପ୍ରଭାବିତ ହୋଇଛି। ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ଅନ୍ୟପଟେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବୁଢ଼ା ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଯାହାଦ୍ବାରା ଅନେକ ଗାଁ ଜଳମଗ୍ନ ହୋଇଛି। ଗତକାଲି ବୁଢ଼ା ନଦୀର ପ୍ରଖର ସ୍ରୋତରେ ଦୁଇ ଜଣ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣେ ଯୁବକ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧ ରହିଛନ୍ତି। ଖବର ପାଇ ଅଗ୍ନିଶମବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। 

ନିଖୋଜ ଥିବା ଉଭୟଙ୍କ ପତ୍ତା ମିଳିପାରିନାହିଁ। ସେପଟେ ସିମୁଳିଆ ପଞ୍ଚାୟତରେ ପଶିଛି ପାଣି। ବନ୍ତ, ମିର୍ଜାପୁର, ଚିଟ୍ଟାହାଟା ଓ ଗୁଲାଇପୁର ଗାଁର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି।...

ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି 
ଗାଁ ଭିତରେ ପଶିଛି ପାଣି
୩ ବ୍ଲକର ୨୮ ପଞ୍ଚାୟତର ୮୪ ଗାଁ ପ୍ରଭାବିତ 
୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ବୁଢ଼ା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୨ ବ୍ୟକ୍ତି 
ଅଗ୍ନିଶମ ବାହିନୀର ଉଦ୍ଧାରକାର୍ଯ୍ୟ ଜାରି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।