Bail Application Rejected: ଚନ୍ଦ୍ରିକା ମୃତ୍ୟୁ ମାମଲା, ଭୀମସେନ ଟୁଡୁଙ୍କ ଜାମିନ ଖାରଜ
"କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଭୀମସେନ ପ୍ରସାଦ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ ହୋଇଛି।
ଘଟଣାର ତଦନ୍ତ ଚାଲିଥିବାରୁ ତଥା ଜାମିନରେ ଛାଡ଼ ପାଇବା ପରେ ଅଭିଯୁକ୍ତ ତଦନ୍ତରେ ଅସହଯୋଗ କରିବାର ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ବିଚାରକୁ ନେଇ କଟକ ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ଟୁଡୁଙ୍କ ଜାମିନ ଖାରଜ କରିଛନ୍ତି।
ଏଭଳି ଘଟଣାର ସାମାଜିକ ପ୍ରଭାବ ପ୍ରସଂଗକୁ ଓ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଅଦାଲତ ଜାମିନ ଦେବାକୁ ମନା କରିଛନ୍ତି।Advertisment ପୁଲିସ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୀଡ଼ିତାଙ୍କ ମୃତ ଦେହ କାଠଯୋଡିରେ ଭାସୁଥିବା ଖବର ଜୁନ ୪ରେ ବାରଙ୍ଗ ଥାନାରୁ ପାଇ ଚନ୍ଦ୍ରିକାଙ୍କ ପରିବାର ତରଫରୁ ଏତଲା ଦିଆଯାଇଥିଲା।
ବାରଙ୍ଗ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଜୁନ ୧୩ରେ ଶ୍ରୀ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଜୁନ ୧୩ରେ ଶ୍ରୀ ଟୁଡୁଙ୍କ ଜାମିନ ଖାରଜ ହେବା ପରେ ସେ କଟକ ଦୌରା ଅଦାଲତରେ ଜୁନ ୧୭ରେ ଜାମିନ ଆବେଦନ ଦାୟର କରିଥିଲେ।
ଜାମିନ ଆବେଦନ ଶୁଣାଣି ପାଇଁ ଅତିରିକ୍ତ ଦୌରା ଜଜ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।
ପ୍ରଥମେ ବାରଙ୍ଗ ଥାନା ପୁଲିସ ବିଏନଏସର ଧାରା ୧୦୮, ୩(୫)ରେ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଧାରା ୬୫ ଯୋଡ଼ା ଯାଇଥିବା ଜାମିନ ଆବେଦନର ଶୁଣାଣି ବେଳେ ଅବଗତ କରାଯାଇଥିଲା।
ପୁଲିସ ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।
ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି ବୋଲି ସରକାରଙ୍କ ତରଫରୁ ତଥ୍ୟ ଉପସ୍ଥାପନ କରାଯାଇ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା।
Malnutrition: ପ୍ରାଚୁର୍ଯ୍ୟ ମଧ୍ୟରେ ଅପପୁଷ୍ଟି, ଅର୍ଦ୍ଧାହାର ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବାରଙ୍ଗ ପୁଲିସ ଦ୍ବାରା ଗିରଫ ହେବା ପରେ ଗତ ଜୁନ ୨୭ରେ ଶ୍ରୀ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିଲା।
ସେ ଓଡ଼ିଶା ଟାକ୍ସେସନ ଓ ଆକାଉଣ୍ଟସ ସର୍ଭିସର ଅଧିକାରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟରତ ଥିଲେ।
"