Bahuda Yatra 2026 ବାହୁଡିଲେ କାଳିଆ ସାଆନ୍ତ; ଲୋକାରଣ୍ୟ ବଡ଼ଦାଣ୍ଡ

Jul 25, 2026 - 00:52
Bahuda Yatra 2026 ବାହୁଡିଲେ କାଳିଆ ସାଆନ୍ତ; ଲୋକାରଣ୍ୟ ବଡ଼ଦାଣ୍ଡ

"ବ୍ଯାସନଗର (ବିଜୟ କୁମାର ସାହୁ): ଯାଜପୁର ଜିଲ୍ଲା ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ବାହୁଡାଯାତ୍ରା  ଅନୁଷ୍ଠିତ ହୋଇଯାଇଛି।

୬ ଦିନ ରହଣି ପରେ କାଳିଆ ସାଆନ୍ତ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ମହାବାହୁ।

ରଥରେ ୨ ଦିନ ବିଜେ ପରେ ରବିବାର ନୀଳାଦ୍ରି ବିଜେ କରିବେ।

Advertisment ଶୁକ୍ରବାର ସକାଳ ୮ ଟାରୁ ସକାଳ ଧୂପ, ସୂର୍ଯ୍ୟପୂଜା, ଗଣପତି ପୂଜା, ମଙ୍ଗଳ ଆଳତି, ମଇଲମ, ରୋଷହୋମ, ଅବକାଶ, ଦ୍ଵାରପାଳ ପୂଜା, ଗୋପାଳବଲ୍ଲଭ ପୂଜା, ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ କରି ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ଼ କରିବା ପରେ ବଳଭଦ୍ର, ଭଉଣୀ ସୁଭଦ୍ରା, ଶେଷରେ ପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଥିଲ।

ପହଣ୍ଡି ଶେଷ, ମଦନମୋହନ ଓ ରାମକୃଷ୍ଣ ବିଜେ ,ଚିତାଲାଗି ବେଶ ପରେ  ରାଜା ରତ୍ନାକର ରାଉତ ଛେରା ପହଁରା କରି  ଆଳତୀ କରିବା ପରେ  ରଥଟଣା ଆରମ୍ଭ ହୋଇଥିଲା।

କୋରେଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ମନ୍ତ୍ରୀ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ।

ସନ୍ଧ୍ୟା  ୫ ଟାରେ ରଥଟଣା ଆରମ୍ଭ ହୋଇ ସାଢେ ୭ଟାରେ  ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ।

ରଥକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା।

ବଡଦାଣ୍ଡ ଲୋକାରଣ୍ୟ ହୋଇଥିଲା ବଡଦାଣ୍ଡ।

ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ହରିବୋଲ, ହୁଳହୁଳି, ସଙ୍କୀର୍ତ୍ତନ, ଘଣ୍ଟନାଦ ଓ ଶିଙ୍ଗ ବାଜା, ଢୋଲ ମାଡରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ।

କୋହଲା ପାଗ ଶ୍ରଦ୍ଧାଳୁଙ୍କୁ ରଥ ଟାଣିବା ପାଇଁ ସୁଯୋଗ ଦେଇଥିଲା।

ବଡଦାଣ୍ଡରେ ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ।

ଗାୟକ ପଣ୍ଡିତ ବଲରାମ ଆଏଚ ପ୍ରଭୁ ଜଗନ୍ନାଥ ଙ୍କ ଘୋଷଯାତ୍ରା ଉପରେ ଧାରା ବିବରଣୀ କରିଥିଲେ।

ବଡ଼ପଣ୍ଡା ପିତବାସ ପତି ଶର୍ମା, ଗୋଲଖ ପତି, ସଙ୍କର୍ଷଣ ପଣ୍ଡା, ସରୋଜ କୁମାର ପତି, ଆଦିତ୍ୟ ପତି, ପ୍ରକାଶ ଦାଶ, ଦେବାଶିଷ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ପାଢୀ, ବିଶ୍ୱରଞ୍ଜନ କର, ଅଚ୍ୟୁତାନନ୍ଦ ପତି, ଗୋପାଳ ଚନ୍ଦ୍ରପତି, ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।