Bahuda yatra 2026: ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧା ବିଗ୍ରହ, ଜନସମୁଦ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର ପୁରୀ
ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ବାହୁଡ଼ାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ। ଏଥିପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖର ଶରଧାବାଲି।
ଚର୍ମଚକ୍ଷୁରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦୁର୍ଲଭ ଦର୍ଶନ ଲାଗିଲାଣି ଭକ୍ତଙ୍କ ଅସମ୍ଭବ ଭିଡ଼। ଆଜି ମାଉସୀ ମା' ମନ୍ଦିରରେ ପୋଡ଼ ପିଠା ଖାଇବାର ମଧ୍ୟ ପରମ୍ପରା ରହିଛି। ନିର୍ଦ୍ଧାରିତ ସମୟରେ ପହଣ୍ଡି, ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନ କରି ଅପରାହ୍ଣ ୪ଟାରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି। ଆଜିର ବାହୁଡ଼ାଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୭ଟାରୁ ୧୧ଟା ୩୦ରେ ମଧ୍ୟରେ ସେନାପଟା ଲାଗି। ମଧ୍ୟାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ନୀତି।
ଅପରାହ୍ଣ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ରାଜନୀତି ଓ ଛେରାପହଁରା ନୀତି ସମ୍ପାଦକ କରାଯିବ। ଏହାପରେ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ରଥରୁ ଚାରମାଳ ଫିଟା ଓ ରଥାରେ ଘୋଡ଼ା ଲାଗିବ। ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ନନ୍ଦିଘୋଷ ରଥ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ଗଜପତି ମହାରାଜଙ୍କ ଦ୍ୱାରା ଅନୁଷ୍ଠିତ ହେବ ଅତ୍ୟନ୍ତ ମନୋରମ ଲକ୍ଷ୍ମୀନାରାୟଣ ଭେଟ ନୀତି।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।