Bahuda Yatra 2026: ବାହୁଡ଼ାଯାତ୍ରା ଆଜି; ଆଡ଼ପମଣ୍ଡପରେ ସଅଳ ନୀତି, ବଡ଼ଦାଣ୍ଡରେ ଭକ୍ତଙ୍କ ଅପେକ୍ଷା

Jul 24, 2026 - 05:01
Bahuda Yatra 2026: ବାହୁଡ଼ାଯାତ୍ରା ଆଜି; ଆଡ଼ପମଣ୍ଡପରେ ସଅଳ ନୀତି, ବଡ଼ଦାଣ୍ଡରେ ଭକ୍ତଙ୍କ ଅପେକ୍ଷା

"ପୁରୀ (ସତ୍ୟ ନାରାୟଣ ରାଉତ): ଆଜି ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା।

ରଥଯାତ୍ରାରେ ଜନ୍ମବେଦିକୁ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ ଯାଇଥିବା ଜଗତରନାଥ ଶ୍ରୀ ଜଗନ୍ନାଥ ଆଜି ନୀଳକନ୍ଦର ଅଭିମୁଖେ ଫେରିବେ।

ଏହି ଫେରିବା ରାସ୍ତାରେ ଲକ୍ଷଲକ୍ଷ ଭକ୍ତମାନଙ୍କର ସହିତ ବଡ଼ଦାଣ୍ଡରେ ଭାବ ବିନିମୟ କରିବେ।

ମଣିମାଙ୍କ ନିକଟରେ ଭକ୍ତମାନେ ଗୁହାରି କରିବେ।

ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଲା ପାଇଁ ଆଡ଼ପମଣ୍ଡପରେ ନୀତିକାନ୍ତି ଭୋର ୪ଟାରୁ ଆରମ୍ଭ ହୋଇଯାଇଛି।

ମଙ୍ଗଳ ଆଳତି ପରେ ମଇଲମ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି।

ସେହିପରି ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ତଡ଼ପଲାଗି ଏବଂ ରୋଷହୋମ ଜାରି ରହିଛି।

Advertisment ସକାଳ ୫ଟା ୦୦ରେ ଅବକାଶ, ୫ଟା ୧୪ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ବାରପାଳ ପୂଜା, ୫ଟା ୪୫ରୁ୬ଟା ୪୫ ଗୋପାଳବଲ୍ଲବ ଓ ସକାଳ ଧୂପ ୭ଟାରୁ ୧୧ଟା ୩୦ରେ ସେନାପଟା ଲାଗି ଏବଂ ୧୧ଟା ୪୫ରେ ମଙ୍ଗଳାର୍ପଣ ହେବ।

ଏହା ପରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦, ବେଶ ଶେଷ: ୧ଟାରୁ ୨ଟା ୩୦, ଶ୍ରୀଶ୍ରୀ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ୨ଟା ୩୦ରୁ ୩ଟା ୩୦, ଚାରମାଳ ଫିଟା ଓ ଘୋଡ଼ା ଲାଗିବା  ୩ଟାରୁ ୪ଟାରେ ଶେଷ ହୋଇ ରଥଟଣା ଆରମ୍ଭ ଅପରାହ୍‌ଣ ୪ଟାରେ ହେବ।

ସରି ଆସିଲାଣି ଆଡ଼ପମଣ୍ଡପ ଲୀଳା।

ଏବେ ଜନ୍ମବେଦି ଛାଡ଼ି ରତ୍ନବେଦିକୁ ଲେଉଟିବାର ବେଳ।

ସେନାପଟା ଲାଗି ସରିଲାଣି।

ଆଡ଼ପମଣ୍ଡପରେ ଚାର ବନ୍ଧା ସରିଛି।

ସଅଳ ପହଣ୍ଡି ହୋଇ ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ବିରାଜମାନ କରିବା ପାଇଁ ରଥରେ ମଧ୍ୟ ଚାରମାଳ ବନ୍ଧା ଶେଷ ହୋଇଛି।

ବଡ଼ଦାଣ୍ଡ ଧୋଇ ଶୋଧ କରିଦେଇଛନ୍ତି ଇନ୍ଦ୍ର ଦେବ।

ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚି ସାରିଲେଣି ଭକ୍ତ।

ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି।

୩ ଠାକୁରଙ୍କୁ ହେଲା ପୋଡ଼ପିଠା ସମର୍ପଣ ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି।

ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇ ସାରିଛି।

ବିଶ୍ବାବସୁ ବିନାୟକ ଦାସ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆଜି ଖଣ୍ଡୁଆ ପଡ଼ି ମହାପ୍ରଭୁ ଠିଆ ପହୁଡ଼ ଯିବେ।

ଖଟ ଶେଜ ଲାଗିବ ନାହିଁ।

ଚାର ବନ୍ଧା ହେବାକୁ ଥିବାରୁ ଖଟ ଶେଜ ଲାଗି ହୋଇପାରିବ ନାହିଁ।

ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ନେଇ ଲକ୍ଷ୍ୟ ରଖାଯାଇଛି।

ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକାରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।