Axar’s Magic Stuns England: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ହରାଇଲା ଭାରତ, ସିରିଜ୍ରେ ୧-୦ରେ ଆଗୁଆ
ବର୍ମିଂହାମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ଆଦିପତ୍ୟ ଦେଖିବାକୁ ମିଳିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ୨୫୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।ଭାରତ ପକ୍ଷରୁ ଅକ୍ଷର ପଟେଲ ମାତ୍ର ୬୨ ରନ୍ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ୍ ଅକ୍ତିଆର କରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୬ ରନ୍ ଏବଂ ଲିଆମ୍ ଡସନ୍ ୬୮ ରନ୍ର ପାଳି ଖେଳିଥିଲେ ।
୨୫୯ ରନ୍ର ପିଛା କରୁଥିବା ଭାରତୀୟ ଦଳର ବରିଷ୍ଠ ତାରକା ରୋହିତ, ବିରାଟ ଓ କେଏଲ୍ ରାହୁଲ ଶସ୍ତାରେ ଆଉଟ୍ ହୋଇଥିଲେ । କିନ୍ତୁ ଓପନର ଶୁବମନ୍ ଗିଲ୍ ୮୦ ରନ୍ କରି ଆହତ କାରଣରୁ ପଡ଼ିଆ ଛାଡ଼ିଥିଲେ ।
ଏହାପରେ ସଙ୍କଟରେ ପଡ଼ିଥିବା ଟିମ୍ ଇଣ୍ଡିଆକୁ ସମ୍ଭାଳିଥିଲେ ଅକ୍ଷର ପଟେଲ ଓ ୱାଶିଂଟନ୍ ସୁନ୍ଦର । ଦୁହେଁ ଅପରାଜିତ ୧୦୨ ରନ୍ର ଭାଗିଦାରୀ କରି ଦଳକୁ ବିଜୟୀ କରାଇଥିଲେ । ଅକ୍ଷର ୫୭ ରନ୍ ଓ ସୁନ୍ଦର ୫୨ ରନ୍ କରି ଅପରାଜିତ ରହିଥିଲେ । ଶାନଦାର ପ୍ରଦର୍ଶନ ପାଇଁ ଅକ୍ଷର ପଟେଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି ।
A truly flawless all-round performance 🌟
— BCCI (@BCCI) July 14, 2026
Axar Patel bags the well-deserved POTM award for his 4️⃣-wicket haul and vital half-century 🔥
Scorecard ▶️ https://t.co/2sg194tpxH#TeamIndia | #ENGvIND | @akshar2026pic.twitter.com/eSGYHXzXll
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।