Modi Helped Stop Putin’s Nuclear Move: ୟୁକ୍ରେନ ଯୁଦ୍ଧରେ ପରମାଣୁ ଆକ୍ରମଣ ରୋକିଥିଲେ ମୋଦି, ପୋଲାଣ୍ଡ ମନ୍ତ୍ରୀଙ୍କ ବଡ଼ ଦାବି

Jul 15, 2026 - 11:44
Modi Helped Stop Putin’s Nuclear Move: ୟୁକ୍ରେନ ଯୁଦ୍ଧରେ ପରମାଣୁ ଆକ୍ରମଣ ରୋକିଥିଲେ ମୋଦି, ପୋଲାଣ୍ଡ ମନ୍ତ୍ରୀଙ୍କ ବଡ଼ ଦାବି

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର । ୨୦୨୨ ରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର କରିବାରୁ ରୋକିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ବ୍ଲାଦିସଲାଭ ବାର୍ଟୋସେସ୍କି ଏହି ଚାଞ୍ଚଲ୍ୟକର ଦାବି କରିଛନ୍ତି ।

ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଶ୍ୱର ଯେଉଁ ଅଳ୍ପ କେଇଜଣ ନେତାଙ୍କ କଥାକୁ ପୁଟିନ୍ ଗୁରୁତ୍ୱ ଦିଅନ୍ତି, ସେମାନଙ୍କ ମଧ୍ୟରେ ମୋଦି ଅନ୍ୟତମ । ରୁଷ ସହ ଭାରତର ଦଶନ୍ଧି ପୁରୁଣା ସମ୍ପର୍କ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ପୁଟିନ୍‌ଙ୍କ ଉପରେ ପ୍ରଭାବ ପକାଇବାରେ ସଫଳ ହୋଇଥିଲେ ।

ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୨ରେ ମଧ୍ୟ ମୋଦି ପୁଟିନ୍‌ଙ୍କୁ "ଏହି ଯୁଗ ଯୁଦ୍ଧର ନୁହେଁ" ବୋଲି କହି ଚର୍ଚ୍ଚାକୁ ଆସିଥିଲେ । ଭାରତର ଏହି କୂଟନୀତିକୁ ପୋଲାଣ୍ଡ ସମ୍ପୂର୍ଣ୍ଣ ସମର୍ଥନ କରିଛି । ଏଥିସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ପୋଲାଣ୍ଡ ପୁଣିଥରେ ନିଜର ସମର୍ଥନ ଦୋହରାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।