Authorities Rescue Four Minors at Chhatrapur Station During Transit to Surat:ଛତ୍ରପୁର ଷ୍ଟେସନରୁ ୪ ନାବାଳକ ଉଦ୍ଧାର, ସୁରତ ଚାଲାଣ ବେଳେ ଧରିଲା ପ୍ରଶାସନ
ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ରାତିରେ ଛତ୍ରପୁର ରେଳ ଷ୍ଟେସନରୁ ସୁରତ ଚାଲାଣ ବେଳେ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିଛି ପ୍ରଶାସନ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶ୍ରମ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି। ଏହି ଘଟଣାରେ ୨ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଚାଲାଣ ପାଇଁ ବ୍ୟବହୃତ କାର୍ କୁ ଜବତ କରାଯାଇଛି।
୪ ଜଣ ନାବାଳକ ମଧ୍ୟରୁ ଜଣେ ଛତ୍ରପୁର ଓ ୩ଜଣ ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣା ପଡିଛି। ସମସ୍ତ ନାବାଳକଙ୍କୁ ଏକ କାର୍ ଯୋଗେ ଆଣି ଟ୍ରେନ ରେ ସୁରଟ ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଛତ୍ରପୁର ଜିଲ୍ଲା ଶ୍ରମ ବିଭାଗ, RPF ଏବଂ ଛତ୍ରପୁର ଥାନା ପୋଲିସ ମିଳିତ ଭାବେ ଷ୍ଟେସନରେ ଚଢ଼ାଉ କରିଥିଲେ।
ସେଠାରୁ ପ୍ରଶାସନ ସମସ୍ତ ୪ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ନାବାଳକଙ୍କୁ ଶିଶୁ ମଙ୍ଗଳ ସମିତି କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଚାଲାଣ କରୁଥିବା ୨ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।....
ଛତ୍ରପୁର ଷ୍ଟେସନରୁ ୪ ନାବାଳକ ଉଦ୍ଧାର
ଗୁଜରାଟ ସୁରତ ଚାଲାଣ ବେଳେ ଉଦ୍ଧାର
ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନର ଟିମ
ଜିଲ୍ଲା ଶିଶୁ ସୁରକ୍ଷା, ଶ୍ରମ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ
ଘଟଣାରେ ୨ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚରା
ନାବାଳକ ଚାଲାଣରେ ବ୍ୟବହୃତ କାର ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।