Attack: ଜେଲ୍‌ କର୍ମଚାରୀଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ

Aug 26, 2026 - 16:43
Attack: ଜେଲ୍‌ କର୍ମଚାରୀଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ

"ସୋର (ଅଭୟ ପତ୍ରୀ): ବାଲେଶ୍ବର ଜିଲ୍ଲା ସୋର ଥାନା ମାଣତ୍ରୀ ଛକ ନିକଟରେ ଦୁର୍ବୃତ୍ତଙ୍କ ଭୁଜାଲି ଆକ୍ରମଣରେ ଜଣେ ଜେଲ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ବ୍ୟକ୍ତି ହେଲେ ସୁରେନ୍ଦ୍ର ସାମଲ (୪୮)।

ସୁରେନ୍ଦ୍ରଙ୍କୁ ସୋର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment ସୂଚନା ଅନୁସାରେ ସୋର ଥାନା ବଳଦିଆପଡ଼ା ଗ୍ରାମର ସୁରେନ୍ଦ୍ର ସାମଲ ସୋର ଉପଖଣ୍ଡ କାରାଗାର ୱାର୍ଡେନ ଭାବେ କାର୍ଯ୍ୟରତ ଅଛନ୍ତି।

ସେ ଆଜି ଅପରାହ୍ନରେ ବାଇକ୍‌ ଯୋଗେ ଜେଲ୍‌କୁ ଯାଉଥିବା ବେଳେ ମାଣତ୍ରୀ ଛକ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

ଫଳରେ ସୁରେନ୍ଦ୍ରଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ବାମ ହାତର ଏକ ଆଙ୍ଗୁଠି କଟି ଯାଇ ଗୁରୁତ୍ତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି ଥିଲେ।

ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।

ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ସୋର ଥାନା ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)