Attack: ମାରଣାସ୍ତ୍ର ଧରି ଘରେ ପଶିଲେ ୧୨ ଜଣ ଦୁର୍ବୃତ୍ତ; ୪ଜଣଙ୍କୁ କଲେ ପ୍ରାଣାନ୍ତକ ଆକ୍ରମଣ

Nov 08, 2026 - 23:38
Attack: ମାରଣାସ୍ତ୍ର ଧରି ଘରେ ପଶିଲେ ୧୨ ଜଣ ଦୁର୍ବୃତ୍ତ; ୪ଜଣଙ୍କୁ କଲେ ପ୍ରାଣାନ୍ତକ ଆକ୍ରମଣ

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିର ଖୁସି ଭିତରେ ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଦେଖିବାକୁ ମିଳିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏୟାରଫିଲ୍ଡ ଥାନା ଅଧୀନ ପଲାସପଲ୍ଲୀରେ ବୋମାମାଡ଼ ସହ ସଂଘବଦ୍ଧ ଆକ୍ରମଣ ଘଟଣା ଘଟିଛି।

ଲେନ୍‌-୧୩ରେ ଥିବା ଶ୍ରୀଧର ମହାରଣାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି।

ଏଥିରେ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି।

Advertisment ଆଜି ସନ୍ଧ୍ୟାରେ କୁକୁଟେଶ୍ୱର ଅଞ୍ଚଳର ପ୍ରାୟ ୧୨ ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ଶ୍ରୀଧର ମହାରଣାଙ୍କ ଘରେ ପଶିଥିଲେ।

ଏହାପରେ ସେମାନେ ପରିବାର ଲୋକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ବୋମାମାଡ଼ କରିଥିଲେ।

ଏପରିକି ଖଣ୍ଡାରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ବୋମାମାଡ଼ ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଖବର ପାଇ ଏୟାରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ଏହା ପଛରେ ଥିବା କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)