Attack: ବାଲି ମାଫିଆଙ୍କର ଏତେ ସାହସ, ପୁଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ
"ରାଜନଗର: କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ଅଞ୍ଚଳରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି।
ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ପୁଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ।
ଆଜି ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରୁଟିନ ଏନଫୋର୍ସମେଣ୍ଟ କରିବା ସମୟରେ ଏକ ବାଲି ବୋଝଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡିଟି ଅଟକି ନଥିଲା |Advertisment ଆହୁରି ପଢ଼ନ୍ତୁ: Odisha Irrigation: କୋଦାଳ ଧରି ୨କିମି କେନାଲ ନିର୍ମାଣ କଲେ ଗ୍ରାମବାସୀ; ଚାଷଜମିରେ ହସିବ ଫସଲ ଆଉ ସେହି ହାଇୱାକୁ ଧରିବା ପାଇଁ ଗୋଡ଼ାଇବା ସମୟରେ ବାଲି ମାଫିଆଙ୍କ ଆଉ ଏକ କାର ତାଙ୍କ ଗାଡି ଆଗରେ ରହି ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ଥିଲା ଏବଂ ତହସିଲଦାରଙ୍କ ଗାଡିଟି ଅଟକିବା ପରେ ସେହି ଗାଡ଼ିରୁ ସମ୍ପୃକ୍ତ ବାଲି ମାଫିଆ ବାହାରି ପୁଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛି।
ଏହି ଘଟଣାକୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସମ୍ପୃକ୍ତ ବାଲି ମାଫିଆକୁ ପୁଲିସ ଗିରଫ କରିଥିବାବେଳେ ବାଲି ବୋଝେଇ ହାଇୱାଟି ଫେରାର ହୋଇଯାଇଛି।
"