Attack: ଓମାନରେ ଜାହାଜ ଉପରେ ଆକ୍ରମଣ, ଭାରତୀୟ ନାବିକଙ୍କ ମୃତ୍ୟୁ

Sep 23, 2026 - 22:04
Attack: ଓମାନରେ ଜାହାଜ ଉପରେ ଆକ୍ରମଣ, ଭାରତୀୟ ନାବିକଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜ ଉପରେ ଆଜି ଓମାନରେ ହର୍ମୁଜ୍‌ ପ୍ରଣାଳୀ ନିକଟରେ ଆକ୍ରମଣ ହୋଇଛି ଏବଂ ଏଥିରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ହୋଇଯାଇଛି।

ଜାହାଜ ଏମ୍‌ଭି କାପେ ଦାଓରେ ୧୯ ଭାରତୀୟ ନାଗରିକଙ୍କ ସମେତ କିଛି କ୍ରୁ ସଦସ୍ୟ ଥିଲେ।

Advertisment ଓମାନ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଆକ୍ରମଣ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି ଏବଂ ଘଟଣାରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ମସ୍କାଟ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ରଖାଯାଇଛି।

ଅନପେକ୍ଷେ ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ସମେତ କ୍ରୁ ସଦସ୍ୟଙ୍କ ସୁରକ୍ଷା ପ୍ରସଙ୍ଗରେ ଓମାନୀ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଜାରି ରହିଛି ଏବଂ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି ବୋଲି ଦୂତାବାସ କହିଛି।

Strait Of Hormuz: ହର୍ମୁଜ୍‌ ପ୍ରଣାଳୀ ଦେଇ ସାପ୍ତାହିକ ଜାହାଜ ଯାତାୟତ ୫୫କୁ ବଢ଼ିଲା ଏଫ୍‌ଏସ୍‌ୟୁଆଇ ( ଫରୱାର୍ଡ ସିମେନ୍‌ସ ୟୁନିଅନ୍‌ ଅଫ୍‌ ଇଣ୍ଡିଆ) ମୃତକଙ୍କୁ ଉତ୍ତରପ୍ରଦେଶ ‌ଦେଓରିଆର ସୁରଜ ଯାଦବ ବୋଲି ଚିହ୍ନଟ କରିଛି।

ଏମ୍‌ଭି କାପେ ଦେଓ ଭାରତ ଅଭିମୁଖେ ଆସୁଥିବାବେଳେ ଏହା ଉପରେ ଆକ୍ରମଣ ଦ୍ବାରା ଯାଦବଙ୍କ ମୃତ୍ୟୁ ହୋଇଥିବା ଏଫ୍‌ଏସୟୁଆଇ ସ୍ପଷ୍ଟ କରିଛି।

ଏଫ୍‌ଏସ୍‌ୟୁଆଇ ଅନୁଯାୟୀ ଜାହାଜରେ ୨୦ ଭାରତୀୟଙ୍କ ସମେତ ୨୮ ଜଣ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)