ATS: ପାକିସ୍ତାନ ଲିଙ୍କ୍ରେ ଥିବା ସନ୍ଦିଗ୍ଧ ଭାଇଭଉଣୀଙ୍କୁ ୟୁପି ଏଟିଏସ୍ ଅଟକ ରଖିଲା
"ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ଶନିବାର ବକର୍ ଖାନ୍ ଓ ତା"ର ଭଉଣୀ ଉରୁଜ୍ ଫତିମାଙ୍କୁ କାନପୁରରେ ଅଟକ ରଖିଛି।
ଉଭୟଙ୍କୁ ପାକିସ୍ତାନ ସହିତ ଲିଙ୍କ୍ ଓ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ପଚରା ଉଚରା କରାଯାଇଛି।
ପୂର୍ବରୁ ମହମ୍ମଦ ସମୀର ଓ ସଲମାନଙ୍କୁ କର୍ଣ୍ଣାଟକରେ ଅଟକ ରଖାଯାଇଥିଲା।Advertisment ଆହୁରି ପଢନ୍ତୁ: Jharkhand: ପୁଲିସ-ଛାତ୍ର ସଂଘର୍ଷ ନେଇ ୧୪ ଅଭିଯୁକ୍ତ ଓ ୨୦୦ ଅଜ୍ଞାତଙ୍କ ନାଁରେ ୩ ଏତଲା ରୁଜୁ କଲା ରାଞ୍ଚି ପୁଲିସ ପାକିସ୍ତାନ ଓ ଆଇଏସ୍ଆଇଏସ୍ ସହିତ ସମ୍ପର୍କ ଥିବା ଅଭିଯୋଗରେ ଉଭୟଙ୍କ ତଦନ୍ତ ଚାଲିଛି।
ପାକିସ୍ତାନ ସହିତ ଜଡିତ ସନ୍ଦିଗ୍ଧଙ୍କ ସଂଖ୍ୟା ଚାରିରେ ପହଞ୍ଚିଛି ବୋଲି ରିପୋର୍ଟ କୁହାଯାଇଛି।
ଉତ୍ତର ପ୍ରଦେଶ ଏଟିଏସ୍ ଓ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ଏ ନେଇ ବ୍ୟାପକ ଖୋଳତାଡ଼ ଜାରି ରଖିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

