Atanu Avoids Questions on Chameli; ଚାମେଲି ପ୍ରସଙ୍ଗରେ ପ୍ରଶ୍ନକୁ ଏଡ଼ାଇ ଗଲେ ଅତନୁ ସବ୍ୟସାଚୀ; ଅତନୁଙ୍କ ଇଙ୍ଗିତରେ ଚାମେଲି…

Jun 24, 2026 - 15:50
Atanu Avoids Questions on Chameli; ଚାମେଲି ପ୍ରସଙ୍ଗରେ ପ୍ରଶ୍ନକୁ ଏଡ଼ାଇ ଗଲେ ଅତନୁ ସବ୍ୟସାଚୀ; ଅତନୁଙ୍କ ଇଙ୍ଗିତରେ ଚାମେଲି…

ଚାମେଲି ପ୍ରସଙ୍ଗକୁ ଏଡ଼ାଇ ଗଲେ ଅତନୁ। କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜନୀତି ତେଜିଛି। ମହାକାଳପଡ଼ା ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀଙ୍କ ଆଡ଼କୁ ଦୋଷ ଲଦିଥିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ। 

ଅତନୁ ଘଟଣା ପଛର ଷଡ଼ଯନ୍ତ୍ର ରଚିବା ସହ ସେ ଦିନ ଭଡ଼ା କାର୍ ର ପଛ ସିଟରେ ବେଡସିଟ୍ ରେ ମୁହଁ ଲୁଚାଇ ଯାଇଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ବି ଏଡ଼ାଇ ଯାଇଛନ୍ତି ଅତନୁ ସବ୍ୟସାଚୀ। ନା ଚାମେଲି ନା ଏଇ ଘଟଣାକୁ ନେଇ ପଦୁଟିଏ ବି କହି ନାହାନ୍ତି।

  • ଚାମେଲି ପ୍ରସଙ୍ଗରେ ପ୍ରଶ୍ନକୁ ଏଡ଼ାଇ ଗଲେ ଅତନୁ ସବ୍ୟସାଚୀ
  • ଅତନୁଙ୍କ ଇଙ୍ଗିତରେ ଚାମେଲି ଏପରି କରୁଥିବା କହିଥିଲେ ବିଧାୟକ
  • ଚାମେଲି ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କହିଥିଲେ
  • ବିଧାୟକଙ୍କ ଆରୋପ ନେଇ କିଛି ନ କହି ପଳାଇଲେ ଅତନୁ
  • ତାଙ୍କୁ ବଦନାମ କରାଯାଉଛି କହିଥିଲେ ବିଧାୟକ ଦୁର୍ଗାପ୍ରସନ୍ନ