Multiple Rath Yatras Abroad Spark Criticism; ପୁଣି ଇସ୍କନର ଅଦିନିଆ ରଥଯାତ୍ରା; ୪ ଦିନରେ ଆମେରିକା ଓ ୟୁରୋପର ୯ଟି ଅଦିନିଆ ରଥଯାତ୍ରା

Jun 24, 2026 - 15:50
Multiple Rath Yatras Abroad Spark Criticism; ପୁଣି ଇସ୍କନର ଅଦିନିଆ ରଥଯାତ୍ରା; ୪ ଦିନରେ ଆମେରିକା ଓ ୟୁରୋପର ୯ଟି ଅଦିନିଆ ରଥଯାତ୍ରା

ଅମାନିଆ ଇସ୍କନ। ଶୁଣୁନି କି ମାନୁନି। ବାରମ୍ବାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଧଜ୍ଜିଆ ଉଡାଉଛି ଇସ୍କନ। ୪ ଦିନ ମଧ୍ୟରେ ଆମେରିକା ଏବଂ ୟୁରୋପରେ ୯ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ। ସେହିପରି ଗୋଟିଏ ସ୍ନାନଯାତ୍ରା ମଧ୍ୟ ଆୟୋଜନ ହୋଇଛି। ଗତ ୧୯ ତାରିଖରେ ବେଲଜିୟମର ଆଣ୍ଟଓ୍ୱେପରେ ହୋଇଥିଲା ଅଦିନିଆ ରଥଯାତ୍ରା। 

ଏହାପରେ ୨୦ ତାରିଖରେ ୪ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଇଟାଲୀର ରୋମ, ଆମେରିକା ପେନସିଲଭାନିଆ ହାରିସବର୍ଗ, କାନାଡାର କାଲଗାରି ଆଲବର୍ଟା, ଓଟାଓ୍ୱା ଓଣ୍ଟାରିଓ ଓ ବ୍ୟାରି ଓଣ୍ଟାରିଓରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ୨୧ ତାରିଖରେ ଆମେରିକାର ଚିକାଗୋ ଏବଂ ପାରାଗୁଏ ଚେକ୍ ରିପବ୍ଲିକରେ ଆୟୋଜିତ ହୋଇଥିଲା ଅଦିନିଆ ରଥଯାତ୍ରା। ଗତ ୨୧ ତାରିଖ ଦିନ ସ୍ବିଜରଲ୍ୟାଣ୍ଡର ଜୁରିକରେ ଅଦିନିଆ ସ୍ନାନଯାତ୍ରା ଆୟୋଜିତ ହୋଇଥିଲା।

  • ପୁଣି ଇସ୍କନର ଅଦିନିଆ ରଥଯାତ୍ରା
  • ୪ ଦିନରେ ୯ ଅଦିନିଆ ରଥଯାତ୍ରା
  • ଆମେରିକା ଓ ୟୁରୋପର ୯ଟି ଅଦିନିଆ ରଥଯାତ୍ରା
  • ୧୯ ଜୁନରେ ବେଲଜିୟମର ଆଣ୍ଟର୍ପରେ ଅ-ଦିନ ରଥ
  • ୨୦ ତାରିଖରେ ୪ଟି ସ୍ଥାନରେ ଅ-ଦିନ ରଥଯାତ୍ରା
  • ୨୦ ଜୁନରେ ଇଟାଲୀର ରୋମରେ ଅ-ଦିନ ରଥ
  • ୨୦ ଜୁନରେ ଆମେରିକା ପେନସିଲଭାନିଆର ହାରିସବର୍ଗରେ ରଥଯାତ୍ରା
  • ୨୦ ଜୁନ କାନାଡାର କାଲଗାରି ଆଲବର୍ଟାରେ ଅ-ଦିନ ରଥ
  • ୨୦ ଜୁନ କାନାଡାର ଓଟାଓ୍ୱା ଓଣ୍ଟାରିଓରେ ଅ-ଦିନ ରଥ
  • ୨୦ ଜୁନ କାନାଡାର ବ୍ୟାରି ଓଣ୍ଟାରିଓରେ ଅ-ଦିନ ରଥ
  • ୨୧ ଜୁନ ଆମେରିକାର ଚିକାଗୋରେ ଅ-ଦିନ ରଯାତ୍ରା
  • ୨୧ ଜୁନରେ ପାରାଗୁଏ ଚେକ୍ ରିପବ୍ଲିକରେ ରଥଯାତ୍ରା
  • ୨୧ ଜୁନ ସ୍ବିଜରଲ୍ୟାଣ୍ଡ ଜୁରିକରେ ଅଦିନିଆ ସ୍ନାନଯାତ୍ରା ଆୟୋଜନ