Asteroid impacts: ୭ ସାଂଘାତିକ ଗ୍ରହାଣୁ ଧକ୍କା
"ପ୍ରାରମ୍ଭିକ ସମୟରେ ପୃଥିବୀ ପୃଷ୍ଠରେ ବୃହଦ୍କାୟ ମହାଜାଗିତକ ଶିଳାଖଣ୍ଡ ବା ଗ୍ରହାଣୁ ସବୁ ବୋମା ପରି ଅବିରତ ବର୍ଷୁଥିଲା।
ଏତାଦୃଶ ନିରନ୍ତର ସଂଘାତ ଯୋଗୁଁ ପୃଥିବୀ ଉପରେ ଅସ୍ବାଭାବିକ ପ୍ରଭାବ ପଡ଼ିଥିଲା।
ଫଳରେ ଭୂପୃଷ୍ଠରେ ଥିବା ବିସ୍ତୀର୍ଣ୍ଣ ପ୍ରାନ୍ତର ସବୁ ଦୀର୍ଘବର୍ଷ ଧରି ବାସ ଅନୁପଯୋଗୀ ହୋଇ ରହିଥିଲା।ଏସବୁ ଗ୍ରହାଣୁ ସଂଘାତ ଓ ତଜ୍ଜନିତ ପ୍ରଳୟଙ୍କରୀ ଘଟଣାସମୂହ ପୃଥିବୀର ଭୂତତ୍ତ୍ବ ପୁନଃରୂପାୟନ କରିବା ସହିତ ଜୀବନ ଧାରଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିଲା।
ଅର୍ଥାତ୍, ଆଜି ପୃଥିବୀ ଯେଉଁ ଅବସ୍ଥାରେ ଅଛି ତାହା କେବଳ ଗ୍ରହାଣୁ ସଂଘାତ ଯୋଗୁଁ ସମ୍ଭବ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ବିଶ୍ବ ଇତିହାସରେ ସଂଘଟିତ ଅସୁମାରି ଗ୍ରହାଣୁ ସଂଘାତ ମଧ୍ୟରୁ ଏହି ୭ଟି ସଂଘାତ ବେଶ୍ ଗୁରୁତ୍ବପୂର୍ଣ୍ଣ।Advertisment Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ଚନ୍ଦ୍ରମା ସୃଷ୍ଟି: ପ୍ରାୟ ୪୫୦ େକାଟି ବର୍ଷ ତଳେ ଅତି ଆକସ୍ମିକ ଭାବେ ଚନ୍ଦ୍ରମା ଆମ ସୌରମଣ୍ଡଳରେ ପ୍ରବେଶ କରିଥିଲା।
ସେତେବେଳେ ଥିୟା ନାମକ ମଙ୍ଗଳଗ୍ରହ ଆକାରର ଗୋଟାଏ ବିଶାଳ ଗ୍ରହାଣୁ ପୃଥିବୀ ସହିତ ଧକ୍କା ଖାଇଥିଲା।
ଏହି ମହାସଂଘାତ ଯୋଗୁଁ ପୃଥିବୀରୁ ଅତି ଉତ୍ତପ୍ତ ଶିଳାଖଣ୍ଡ ସବୁ ମହାଶୂନ୍ୟକୁ ଛିଟିକି ପଡ଼ିଥିଲା।
ଦୀର୍ଘ ଦିନ ଧରି ଏହି ଶିଳାଖଣ୍ଡ ସବୁ ବଳୟ ଭଳି ପୃଥିବୀ ଚାରିପଟେ ଘୂରିବୁଲିଲେ।
କାଳକ୍ରମେ ମାଧ୍ୟାକର୍ଷଣ ଶକ୍ତିବଳରେ ସେଗୁଡ଼ିକ ପୁଞ୍ଜିଭୂତ ହୋଇ ଚନ୍ଦ୍ରମାରେ ପରିଣତ ହୋଇଥିଲା।
ଆଦ୍ୟ ଜୀବନ: ୩୨୬ କୋଟି ବର୍ଷ ପୂର୍ବେ ଚାରିଟି ଏଭରେଷ୍ଟ୍ ଶୃଙ୍ଗ ଆକାରର ଏସ୍-ଟୁ ନାମରେ ଗୋଟାଏ ଉଲ୍କା ପୃଥିବୀ ପୃଷ୍ଠରେ ପଡ଼ିଥିଲା।
ସେତେବେଳେ ଜଗତ୍ ଥିଲା ଜଳମୟ।
ଉଲ୍କା ସଂଘାତ ଯୋଗୁଁ ଜଳରେ ଥିବା ଅପର୍ଯ୍ୟାପ୍ତ ଅଣୁଜୀବ ଧ୍ବଂସ ପାଇଗଲେ।
କିନ୍ତୁ, ସେ ଉଲ୍କାରେ ଥିବା ଅକଳନ୍ତି ଫସ୍ଫରସ୍ ଭଣ୍ଡାର ଜୀବନ ସଞ୍ଚାରରେ ସାହାଯ୍ୟ କଲା।
ତା"ଛଡ଼ା ଉଲ୍କା ପତନ ଯୋଗୁଁ ସଂଘଟିତ ପ୍ରଳୟଙ୍କରି ସୁନାମି ହେତୁ ସମୁଦ୍ରର ଗଭୀର ଜଳରେ ଥିବା ଲୌହ ଉପାଦାନ ଉପରକୁ ଉଠିଆସିଥିଲା।
ଏଥିଯୋଗୁଁ ପୃଥିବୀରେ ପୁନଶ୍ଚ ଅଣୁଜୀବମାନେ ସୃଷ୍ଟି ହେଲେ।
ଡାଇନୋସର୍ ନିର୍ବଂଶ: ୬.୬ କୋଟି ବର୍ଷ ପୂର୍ବେ ସମ୍ପ୍ରତି ମେକ୍ସିକୋର ୟୁକାତାନ୍ ଉପଦ୍ବୀପ ନିକଟରେ ଚିକ୍ସୁଲୁବ୍ ନାମରେ ଗୋଟାଏ ପର୍ବତାକାରର ଗ୍ରହାଣୁ ପୃଥିବୀ ସହ ଧକ୍କା ଖାଇଥିଲା।
ଏହି ପ୍ରଚଣ୍ଡ ଧକ୍କା ପ୍ରଭାବରେ ଧରାପୃଷ୍ଠରୁ ୭୦ ପ୍ରତିଶତ ଡାଇନୋସର୍ ପ୍ରଜାତି ବିଲୁପ୍ତ ହୋଇଯାଇଥିଲେ।
ଗ୍ରହାଣୁ ସଂଘାତ ଫଳରେ ୧୨୦ ମାଇଲ୍ ଓସାରବିଶିଷ୍ଟ ଗୋଟାଏ କଂସା ଆକୃତିର ଗର୍ତ୍ତ ସୃଷ୍ଟି ହୋଇଥିଲା।
ଭୟଙ୍କର ସୁନାମି ଆସିବା ସହିତ ଏ ସଂଘାତ ଯୋଗୁଁ ପୃଥିବୀ ସଲ୍ଫର୍ ବଉଦ, କଳା ଓ ଧୂଳିରେ ଢାଙ୍କି ହୋଇଗଲା।
ଏସବୁକୁ ଭେଦକରି ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡ଼ି ପାରିଲା ନାହିଁ।
ଦୀର୍ଘକାଳ ଧରି ପୃଥିବୀ ଅନ୍ଧାରରେ ଡୁବି ରହିବାରୁ ଆଲୋକ ସଂଶ୍ଳେଷଣ ବନ୍ଦ ହୋଇଗଲା।
ଖାଦ୍ୟ-ଶୃଙ୍ଖଳ ବ୍ୟାଘାତ ହେବାରୁ ଡାଇନୋସର୍ ଓ ଅନ୍ୟ ଜୀବ ପ୍ରଜାତି ବିଲୁପ୍ତ ହୋଇଗଲେ।
ଚେସେପିକ୍ ଉପସାଗର ଗହ୍ବର: ପ୍ରାୟ ୩.୫ କୋଟି ବର୍ଷ ତଳେ ୫ରୁ ୮ ମାଇଲ୍ ଦୈର୍ଘ୍ୟ ବିଶିଷ୍ଟ ଗୋଟାଏ ଗ୍ରହାଣୁ ଏବକାର ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବ ଉପକୂଳରେ ଅବସ୍ଥିତ ଭର୍ଜିନିଆ ଅନ୍ତର୍ଗତ ଆଟ୍ଲାଣ୍ଟିକ୍ ମହାସାଗରରେ ପଡ଼ଥିଲା।
ପରିଣାମ ସ୍ବରୂପ ସେଠାରେ ସୃଷ୍ଟି ହୋଇଥିଲା ୫୩ ମାଇଲ୍ ଓସାରବିଶିଷ୍ଟ ଚେସେପିକ୍ ଉପସାଗର ଗହ୍ବର।
କିନ୍ତୁ, ସୁନାମି ମାଡ଼ିଆସିବାରୁ ଢେଉରେ ଆସିଥିବା ମୃତ୍ତିକା ଦ୍ବାରା ମାତ୍ର ୩୦ ମିନିଟ୍ ମଧ୍ୟରେ ସେ ଗହ୍ବର ପୋତି ହୋଇଯାଇଥିଲା।
୧୯୮୩ ମସିହାରେ କେତେକ ବୈଜ୍ଞାନିକ ସେଠାରେ ଖନନ କରୁଥିବା ବେଳେ କେତେକ ଗଳିତ କାଚ-କଣିକା ଦେଖି ଏକଥା ଜାଣିବାକୁ ପାଇଥିଲେ।
ବେରିଞ୍ଜର୍ ଗହ୍ବର: ପ୍ରାୟ ୫୦ ହଜାର ବର୍ଷ ତଳେ ୪୬ ମିଟର୍ ଓସାରବିଶିଷ୍ଟ ଗୋଟାଏ ଗ୍ରହାଣୁ ପୃଥିବୀର ବାୟୁମଣ୍ଡଳ ମଧ୍ୟରେ କ୍ଷିପ୍ର ବେଗରେ ପ୍ରବେଶ କରି ସମ୍ପ୍ରତି ଉତ୍ତର ଆରିଜୋନା ଅଞ୍ଚଳରେ ପଡ଼ିଥିଲା।
ସେଇ ଗ୍ରହାଣୁଟି ଅନ୍ୟୂନ ୨୫ ଲକ୍ଷ ଟନ୍ ଟ୍ରାଇନାଇଟ୍ରୋଟଲ୍ୟୁନ୍ ବା ଟିଏନ୍ଟି ଭଳି ବିସ୍ଫୋରଣ କରାଇଥିଲା।
ପରିଣାମ ସ୍ବରୂପ ସେଠାରେ ଏକତୃତୀୟାଂଶ ମାଇଲ୍ ଓସାରବିଶିଷ୍ଟ ଗହ୍ବର ସୃଷ୍ଟି ହୋଇଥିଲା।
ସେହି ଗହ୍ବରଟି ଏଯାବତ୍ ଅକ୍ଷୁଣ୍ଣ ରହିଛି।
Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ତୁଙ୍ଗସ୍କା ଘଟଣା: ୧୯୦୮ ମସିହା ଜୁନ୍ ୩୦ ତାରିଖରେ ଗୋଟାଏ ୧୦୦ ମିଟର୍ ଆକାରର ପ୍ରକାଣ୍ଡ ମହାକାଶୀୟ ଶିଳା ରୁଷ୍ ଅନ୍ତର୍ଗତ ସାଇବେରିଆରେ ପ୍ରବାହିତ ତୁଙ୍ଗସ୍କା ନଦୀ ନିକଟରେ ବିସ୍ଫାରିତ ହୋଇଥିଲା।
ପୃଥିବୀରେ ଏତେ ବଡ଼ ଗ୍ରହାଣୁ ବିସ୍ଫୋରଣ କେହି କେବେ ସ୍ବଚକ୍ଷୁରେ ଦେଖି ନ ଥିଲେ।
ଏ ପ୍ରଚଣ୍ଡ ବିସ୍ଫୋରଣ ପ୍ରଭାବରେ ସେଠାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଟି ବଡ଼ ପ୍ରଜାପତି ଆକୃତି ପରି ଦିଶୁଥିଲା।
ବିସ୍ଫୋରଣ ପ୍ରକୋପରେ ପଲ ପଲ ବଲଗା ହରିଣ ମୃତ୍ୟୁବରଣ କରିଥିଲେ ଏବଂ ୮ କୋଟି ବୃକ୍ଷ ଧରାଶାୟୀ ହୋଇଥିଲେ।
ଚେଲ୍ୟାବିନ୍ସ୍କ ଉଲ୍କା: ୨୦୧୩ ଫେବ୍ରୁଆରି ୧୫ରେ ରୁଷ୍ର ଚେଲ୍ୟାବିନ୍ସ୍କ ନଗରୀ ନିକଟରେ ଗୋଟାଏ ଫୁଟ୍ବଲ୍ ପଡ଼ିଆ ଆକାରର ଶିଳା ପୃଥିବୀ ସହ ଧକ୍କା ଖାଇ ବାୟୁମଣ୍ଡଳ ଭିତରକୁ ପଶି ଆସିଥିଲା।
ଏହି ଘଟଣାର ଭିଡିଓ ରେକର୍ଡିଙ୍ଗ୍ରେ ଦେଖାଯାଉଛି ଯେ ଉଜ୍ଜ୍ବଳ ଆଲୋକଧାରୀ ଗୋଟାଏ ବିଶାଳ ପିଣ୍ଡ ଆକାଶରେ ବାଣ ଫୁଟିଲା ପରି ଉଜ୍ଜ୍ବଳ ହୋଇ ଲିଭିଯାଉଛି।
ପୃଥିବୀ ପୃଷ୍ଠରୁ ମାତ୍ର ୧୯ ମାଇଲ୍ ଉପରେ ଏହି ଗ୍ରହାଣୁ ବିସ୍ଫୋରଣ ହେବା ବେଳେ ତା"ର ଉଜ୍ଜ୍ବଳ ଆଭାରେ ଖରା ବି ଫିକା ପଡ଼ିଯାଇଥିଲା।
ଏ ଗ୍ରହାଣୁରୁ ଜାତ ଶକ୍ତି ବାୟୁମଣ୍ଡଳରେ ବିଶୋଷିତ ହୋଇଯାଇଥିଲେ ବି କମ୍ପନ କାରଣରୁ ୧୫୦୦ ଲୋକ ଆହତ ହୋଇଥିଲେ ଏବଂ ୭୦୦୦ ଆପାର୍ଟମେଣ୍ଟ୍ ଓ ବ୍ୟାବସାୟିକ ସୌଧ ନଷ୍ଟ ହୋଇଥିଲା।"