Assam Floods: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ: ମୃତ୍ୟୁ ସଂଖ୍ୟା ୨୧କୁ ଛୁଇଁଲା
"ଗୌହାଟୀ: ଲଗାଣ ବର୍ଷା ଯୋଗୁଁ ଆସାମର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଛି।
ବୁଧବାର ସୁଦ୍ଧା ବନ୍ୟାଜନିତ ଦୁର୍ଘଟଣାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିବା ସହ ଚଳିତ ବର୍ଷ ବନ୍ୟାଜନିତ ମୋଟ ମୃତ୍ୟୁସଂଖ୍ୟା ୩୧ କୁ ବୃଦ୍ଧି ପାଇଛି।
ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରାୟ ୫.୬୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ସିବସାଗର, ଯୋରହାଟ, ଚରାଇଦେଓ, ଗୋଲାଘାଟ, ଡିବ୍ରୁଗଡ଼, ତିନିସୁକିଆ, କାମରୂପ ଏବଂ ନଗାଓଁ ଭଳି ଜିଲ୍ଲାଗୁଡ଼ିକରେ ବନ୍ୟାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି।Advertisment NEET: ଏନଇଇଟିକୁ ସମ୍ପୂର୍ଣ୍ଣ ବନ୍ଦ କର: ସିଜେପି ପ୍ରତିବାଦ ମଧ୍ୟରେ ବିଜୟ ଥାଲାପତିଙ୍କ ବଡ଼ ଦାବି ଗତ ୨୪ ଘଣ୍ଟା ମଧ୍ୟରେ ସିବସାଗରରୁ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚରାଇଦେଓରୁ ୫, ଗୋଲାଘାଟରୁ ୨ ଏବଂ ଯୋରହାଟରୁ ଜଣଙ୍କର ମୃତ୍ୟୁ ଘଟିଛି।
କେବଳ ସିବସାଗର ଜିଲ୍ଲାରେ ହିଁ ପ୍ରାୟ ୩.୬ ଲକ୍ଷ ଲୋକ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
ବ୍ରହ୍ମପୁତ୍ର ନଦୀ ନିଆମତୀଘାଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏହାର ଶାଖା ନଦୀ ବୁଢ଼ୀଡିହିଂ, ଧନସିରି, ଦିଖୋ ଓ ଦିସାଙ୍ଗ ନଦୀଗୁଡ଼ିକ ମଧ୍ୟ ସର୍ବୋଚ୍ଚ ଜଳସ୍ତର ଉପରେ ପ୍ରବାହିତ ହେଉଛନ୍ତି।
ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସାମ ପାଇଁ "ୟେଲୋ ଆଲର୍ଟ" ଜାରି କରିବା ସହ ଆଗାମୀ ୪ ଦିନ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି।
ବନ୍ୟା ବିପନ୍ନଙ୍କ ପାଇଁ ୧୦ଟି ଜିଲ୍ଲାରେ ୨୭୩ଟି ରିଲିଫ୍ କ୍ୟାମ୍ପ୍ ଓ ରିଲିଫ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ୧୨,୨୮୪ ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି।
ଭାରତୀୟ ସେନା, ଏନଡିଆରଏଫ୍, ଏସଡିଆରଏଫ୍, ଅଗ୍ନିଶମ ବାହିନୀ ଓ ପୁଲିସ ଦ୍ୱାରା ୬,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ପ୍ରଶାସନ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ପ୍ରଚୁର ପରିମାଣର ଚାଉଳ, ଡାଲି, ଲୁଣ ଓ ସୋରିଷ ତେଲ ବଣ୍ଟନ କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।