Assam Flood: ଜଳ ପ୍ରଳୟରେ ଦେଶ ଅସ୍ତବ୍ୟସ୍ତ ! ୮୨ ଜୀବନ ନେଲାଣି ଆସାମ ବନ୍ୟା
"ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
ଆସାମରୁ କାଶ୍ମୀର ଓ ଗୁଜରାଟ ପର୍ଯ୍ୟନ୍ତ ସବୁଆଡ଼େ "ଜଳ ପ୍ରଳୟ"ର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି ।
ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଆସାମରେ ପଡ଼ିଥିବାବେଳେ ଏପର୍ଯ୍ୟନ୍ତ ୮୨ ଜଣଙ୍କର ପ୍ରାଣହାନି ଘଟିଛି।
ଶିବସାଗର,ଗୋଲାଘାଟ, ଜୋରହାଟ, ନଗାଓଁ ଓ ଚରାଇଦେଓ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷ ଲୋକ ବନ୍ୟା କବଳରେ ରହିଛନ୍ତି।
୩୭୯ଟି ଗାଁ ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ NDRF, SDRF ଓ ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।Advertisment ଅଧିକ ପଢନ୍ତୁ: Terrorist: କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଜଣେ ଆହତ ଅନ୍ୟପଟେ, କାଶ୍ମୀରରେ ପ୍ରବଳ ବର୍ଷା ସହ ବାଦଲଫଟା ବର୍ଷା ପରିସ୍ଥିତିକୁ ଆହୁରି ସଙ୍କଟଜନକ କରିଛି ।
ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ଅନେକ ଗାଁ ଆକସ୍ମିକ ବନ୍ୟାରେ ଜଳମଗ୍ନ ହୋଇପଡ଼ିଛି ।
ଘରବାଡ଼ି, କୃଷିଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ବ୍ୟାପକ କ୍ଷତି ଘଟିଥିବାବେଳେ ଉଦ୍ଧାରକାରୀ ଟିମ୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି।
ଗୁଜରାଟରେ ମଧ୍ୟ ବର୍ଷାର କରାଳ ରୂପ ଦେଖିବାକୁ ମିଳୁଛି।
ଖେଡ଼ା ଜିଲ୍ଲାର ରାସ୍ତା, ବଜାର ଓ ଆବାସିକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ।
ଅନେକ ଘର ଓ ଦୋକାନରେ ବନ୍ୟାଜଳ ପଶିଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।