Asian Games: ଏସୀୟ କ୍ରୀଡ଼ା ପାଇଁ ହର୍ମନପ୍ରୀତ୍‌ ଅଧିନାୟିକା ରହିଲେ

Jun 30, 2026 - 14:01
Asian Games: ଏସୀୟ କ୍ରୀଡ଼ା ପାଇଁ ହର୍ମନପ୍ରୀତ୍‌ ଅଧିନାୟିକା ରହିଲେ

"ନୂଆଦିଲ୍ଲୀ: ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ସେମିଫାଇନାଲ୍‌ ଯୋଗ୍ୟତା ଅର୍ଜନରେ ବିଫଳ ହେବା ସତ୍ତ୍ବେ ହର୍ମନପ୍ରୀତ୍ କୌର ତାଙ୍କ ନେତୃତ୍ବ ବଜାୟ ରଖିଛନ୍ତି।

ଜାପାନରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର କ୍ରିକେଟ୍‌ ଇଭେଣ୍ଟ୍‌ ଲାଗି ହର୍ମନପ୍ରୀତ୍‌ଙ୍କୁ ଭାରତୀୟ ମହିଳା ଦଳର ନେତୃତ୍ବ ଭାର ଦିଆଯାଇଛି।

ଭାରତୀୟ ଦଳ ମଧ୍ୟ ଗତ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲା।

୧୫ ଜଣିଆ ଦଳରେ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି।

ୱିକେଟରକ୍ଷକ ବ୍ୟାଟର୍‌ ୟାସ୍ତିକା ଭାଟିଆଙ୍କୁ ବାଦ ଦିଆଯାଇଥିବାବେଳେ ଜି କମଳିନୀଙ୍କୁ ସାମିଲ କରାଯାଇଛି।Advertisment ଅଷ୍ଟ୍ରେଲିଆଠାରୁ ହାରି ବିଦାୟ ଆହତ କାରଣରୁ ଶ୍ରେୟଙ୍କା ପାଟିଲଙ୍କୁ ଫିଟ୍‌ନେସ୍‌ ସର୍ତ୍ତରେ ସାମିଲ କରାଯାଇଛି।

୩୭ ବର୍ଷୀୟା ହର୍ମନପ୍ରୀତ୍‌ଙ୍କ ଦଳ ଗତବର୍ଷ ଦିନିକିଆ ବିଶ୍ବକପ୍‌ ଜିତିଥିଲେ ମଧ୍ୟ ଇଂଲଣ୍ଡରେ ଚାଲିଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବାରୁ କଡ଼ା ସମାଲୋଚିତ ହୋଇଛନ୍ତି।

ଭାରତୀୟ ଦଳ ପାକିସ୍ତାନ, ବାଂଲାଦେଶ, ନେଦରଲାଣ୍ଡ୍‌ସ ବିପକ୍ଷରେ ଜିିତିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠାରୁ ହାରି ବିଦାୟ ନେଇଥିଲା।

ବିଶ୍ବକପ୍‌ ବିଫଳତା ସତ୍ତ୍ବେ ଭାରତୀୟ ମହିଳା ଓ ପୁରୁଷ ଦଳ ୨୦୨୮ ଏସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି।ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ: ହର୍ମନପ୍ରୀତ୍‌ କୌର୍‌ (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ଜେମିମା ରଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର୍‌), ଜି କମଳିନୀ (ୱିକେଟକିପର୍‌), ଭାରତୀ ଫୁଲମାଲି, ଶ୍ରୀ ଚାରଣୀ, ରେଣୁକା ସିଂହ ଠାକୁର, କ୍ରାନ୍ତୀ ଗୌଡ଼, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ, ନନ୍ଦାନୀ ଶର୍ମା।

Morocco Win: ନେଦରଲାଣ୍ଡ୍‌ସ ନକ୍‌ଆଉଟ୍‌, ମରକ୍କୋ ମାରିନେଲା ପେନାଲ୍ଟି ବିଜୟ "