ASI And Constable Suspended For Helping Cattle Mafia: ଗୋ ମାଫିଆଙ୍କୁ ସହଯୋଗ ଅଭିଯୋଗ, ASI ଓ କନଷ୍ଟେବଲ ନିଲମ୍ବିତ
ଗୋ ମାଫିଆଙ୍କୁ ଗୁପ୍ତ ଖବର ଦେଉଥିଲେ ପୋଲିସ ବାବୁ। ଘଟଣାରେ ଏବେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ଏଏସଆଇ, ଜଣେ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି। ଏହାସହିତ ଜଣେ ହୋମଗାର୍ଡକୁ ବହିଷ୍କୃତ କରିବାକୁ ଚିଠି କରିଛନ୍ତି ମୟୁରଭଞ୍ଜ ଏସ୍ ପି। ଗତ ୧୩ ଜୁନ୍ ରେ ମୟୁରଭଞ୍ଜ ଜିଲ୍ଲାରେ ଏକ ବଡ ଧରଣର ଗୋ ମାଫିଆଙ୍କ ଘରେ ଚଢ଼ାଉ ହୋଇଥିଲା ।
ଏହି ଚଢାଉ ବେଳେ ଝାରପୋଖରିଆ ଅଞ୍ଚଳର ଜଣେ ହାଇ ପ୍ରୋଫାଇଲ୍ ଗୋ ମାଫିଆଙ୍କ ଘରେ ରେଡ ବେଳେ କିଛି ବି ପାଇନଥଲା ପୋଲିସ। ଫଳରେ ସନ୍ଦେହ ହେବାରୁ ଘଟଣା ତଦନ୍ତ ଚାଲିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଝାରପୋଖରିଆ ଥାନାର କିଛି କର୍ମଚାରୀ ଖବର ଦେଇଥିବା ସେଠାକାର ଆଇଆଇସି ଜାଣିପାରିଥିଲେ। ଏପରିକି ପୋଲିସ ପହଞ୍ଚିବା ପୂର୍ବରୁ ଗୋ ମାଫିଆ ଜଣଙ୍କ ଖସି ପଳାଇଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଦୀପକ କୁମାର ଗୋଚ୍ଛାୟତ।