Artists: କଳାକାର ବି ଅବସର ନିଅନ୍ତୁ

Jun 07, 2026 - 07:40
Artists: କଳାକାର ବି ଅବସର ନିଅନ୍ତୁ

"ସାରା ଜୀବନ ଫିଲ୍ମ ବା ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିରେ କାମ କରି ଅର୍ଥ ଉପାର୍ଜନର ମୋହ ଛାଡ଼ିଦେବା ଭଲ।

କଳାକାରମାନେ ଏକ ନିର୍ଦ୍ଦିଷ୍ଟ ସମୟ ଓ ବୟସରେ ଅବସର ନେଇଯିବା ଉଚିତ।

ଏକ ସାକ୍ଷାତ୍‌କାରରେ ଏହି କଥା ଉଠାଇ ଅଭିନେତା ଅକ୍ଷୟ କୁମାରକୁ ଟାର୍ଗେଟ୍‌ କରିଛନ୍ତି ଚର୍ଚ୍ଚିତ ଅଭିନେତା ଲଳିତ ପରିମୁ।

ଏକଦା ଟେଲିଭିଜନ୍‌ର ବହୁ ପ୍ରସିଦ୍ଧ "ଶକ୍ତିମାନ୍‌" ସିରିଆଲ୍‌ରେ ଆଇକନିକ୍‌ ଜୟକାଳ ଭୂମିକା ନିର୍ବାହ କରିଥିବା ଏହି ଅଭିନେତା କହିଛନ୍ତି ଯେ, ଚଳଚ୍ଚିତ୍ର ଶିଳ୍ପରେ ଗୋଟେ ନିୟମ ରହୁ, ଯେମିତିକି ଗୋଟିଏ ସମୟ ପରେ ଛୋଟ ବଡ଼ ସମସ୍ତେ ଅବସର ନିଅନ୍ତୁ।

ତାଙ୍କ କହିବା କଥା, ଅନେକ କର୍ପୋରେଟ୍‌ ସଂସ୍ଥାରେ ୫୦ ବର୍ଷ ପରେ କର୍ମଚାରୀଙ୍କୁ ଭଲ ଟଙ୍କାଦେଇ ରିଟାୟର୍‌ମେଣ୍ଟ ନେବାକୁ କୁହାଯାଏ, ଚଳଚ୍ଚିତ୍ର ଜଗତରେ ବି ସେମିତି ହେଉ।Advertisment Neglect: ରୋଗୀଙ୍କ ଯନ୍ତ୍ରଣା ଠାରୁ ବଳି ପଡୁଛି ରୋଗୀକୁ ଖଟିଆରେ ବୋହୁଥିବା ଲୋକଙ୍କ କଷ୍ଟ ହୁଏତ ୨୫ ବର୍ଷୀୟ କେହି ନୂଆ ପିଲା ଭେଟେରାନ୍‌ଙ୍କ ଠାରୁ ଭଲ ଅଭିନୟ କରି ସମସ୍ତଙ୍କୁ ଚମକେଇ ଦେଇପାରେ।

ତେଣୁ ନୂଆ ପିଲାଙ୍କ ପାଇଁ ବାଟ ଛାଡ଼ିଦେବା ଭଲ।

ଏବେ ବି ଅକ୍ଷୟ କୁମାର ଫିଲ୍ମ ପିଛା ଅତି କମ୍‌ରେ ୫୦ କୋଟି ଟଙ୍କା ନେଉଛନ୍ତି।

ଏହି ବୟସରେ ତାଙ୍କୁ ଆଉ କାହିଁକି ଏତେ ଟଙ୍କା ଦିଆଯାଉଛି ଓ ସେ ବି କାହିଁକି ନେଉଛନ୍ତି?

ତାଙ୍କ ଜାଗାରେ ବରଂ ନୂଆ ପିଲାଙ୍କୁ ସୁଯୋଗ ଦିଆଯାଉ ବୋଲି ଲଳିତ ମତ ରଖିଛନ୍ତି।

ଏଭଳି ହେବା ଦ୍ବାରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ନୂଆ ଅକ୍ଷୟ କୁମାର ଆସିବା ବାଟ ବନ୍ଦ ହୋଇଯାଉ ନାହିଁ କି ବୋଲି ଲଳିତ ପ୍ରଶ୍ନ କରିଛନ୍ତି।

Cricket: ଯଦୁପୁର କ୍ରିକେଟ୍‌ ଏକାଡେମୀର ସହଜ ବିଜୟ: ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ ଆରମ୍ଭ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।