Arrested: ପଞ୍ଜାବୀ ୟୁଟ୍ୟୁବର୍‌ ମନି ସୋକର୍‌ ଗିରଫ, ୫ ବିଦେଶୀ ପିସ୍ତଲ ଜବତ

Sep 21, 2026 - 22:09
Arrested: ପଞ୍ଜାବୀ ୟୁଟ୍ୟୁବର୍‌ ମନି ସୋକର୍‌ ଗିରଫ, ୫ ବିଦେଶୀ ପିସ୍ତଲ ଜବତ

"ଜଳନ୍ଧର: ବେଆଇନ ଅସ୍ତ୍ର ରଖିବା ଓ କାରବାର ସନ୍ଦେହରେ ପଞ୍ଜାବୀ ୟୁଟ୍ୟୁବର୍‌ ମନପ୍ରୀତ ସିଂହ ଓରଫ୍‌ ମନି ସୋକର୍‌ଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫକରିଛି।

ସେମାନଙ୍କଠାରୁ ୫ଟି ବିଦେଶୀ ପିସ୍ତଲ ଓ ୫ଟି ଜୀବନ୍ତ ଗୁଳି ଜବତ ହୋଇଛି।

ବେଆଇନ ଅସ୍ତ୍ର ଯୋଗାଣରେ ଜଡିତ ଏକ ସନ୍ଦିଗ୍ଧ ଗ୍ୟାଙ୍ଗ ବିରୋଧରେ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ସମୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ଦିଲପ୍ରୀତ ସିଂହ ଓ ମେହର୍‌ ସିଂହ ଓରଫ୍‌ ପ୍ରିନ୍ସ।Advertisment ଆହୁରି ପଢନ୍ତୁ :Ayodhya Ram temple: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା ପୁଲିସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ରେ ଜାଣ୍ଡିଆଲା ମୋଡ଼ ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ ମହୀନ୍ଦ୍ରା ସ୍କର୍ପିଓକୁ ଅଟକାଯାଇଥିଲା।

ଯାଞ୍ଚସମୟରେ ଗାଡ଼ିରେ ଥିବା ମନପ୍ରୀତ ଜଣେ ପୁଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିବା ଏବଂ ପରେ ଦୁଇ ରାଉଣ୍ଡ ଗୁଳି ଫୁଟିଥିବା ପୁଲିସ କହିଛି।

ଏଥିରୁ ଗୁଳି ନିକଟସ୍ଥ ଏକ ଭୋଜନାଳୟର କାନ୍ଥରେ ବାଜିଥିଲା।

ପୁଲିସ ଉଭୟ ମନପ୍ରୀତ ଓ ଡ୍ରାଇଭର ଦିଲପ୍ରୀତଙ୍କୁ କାବୁ କରିଥିଲା।

ଆହୁରି ପଢନ୍ତୁ :Reunite: ୫୦ ବର୍ଷ ପରେ ସ୍କୁଲ୍‌ ଫେରିଲେ ସାଙ୍ଗ, ୟୁନିଫର୍ମ ପିନ୍ଧି ବ୍ୟାଗ୍‌ ଟାଙ୍ଗି ଖେଳିଲେ ପୁରୁଣା ସାଙ୍ଗ ପରେ ମନପ୍ରୀତଙ୍କୁ ଜେରା କରାଯିବା ସମୟରେ ଆଉ ୪ଟି ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଥିଲା।

ଏହାକୁ ମିଶାଇ ମୋଟ ୫ଟି ପିସ୍ତଲ ଓ ୫ଟି ଜୀବନ୍ତ ଗୁଳି ଜବତ ହୋଇଛି।

ଏହି ମାମଲାରେ ସେପ୍ଟେମ୍ବର ୧୯ରେ ମନପ୍ରୀତ ଓ ଦିଲପ୍ରୀତଙ୍କୁ ଏବଂ ୨୦ରେ ମେହର୍‌ଙ୍କୁ ଗିରଫ କରାଯାଇଥିଲା।

ଜବତ ଅସ୍ତ୍ର କେଉଁଠାରୁ ଆସିଥିଲା ଏବଂ ଏହାର ଯୋଗାଣ ନେଟୱର୍କରେ ଆଉ କେଉଁମାନେ ଜଡିତ, ସେନେଇପୁଲିସ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)