Arrest: ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ବନ୍ଧା ହେଲେ ପୁଲିସ ବାବୁ

Sep 30, 2026 - 08:08
Arrest: ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ବନ୍ଧା ହେଲେ ପୁଲିସ ବାବୁ

"ବନ୍ତ: (ରମେଶ ଚନ୍ଦ୍ର ପତି): ନିଜେ ପୁଲିସ ବାବୁ।

ସୁରକ୍ଷା ବିଭାଗରେ କାର୍ଯ୍ୟରତ ଥିବା‌ ବେଳେ ନିଜ ସ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା ନଦେଇ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ।

ଏଭଳି ଅଭିଯୋଗରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ସ୍ୱାମୀ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଶାଳକଣିଆ ଗ୍ରାମର ନିରାକାର ଜେନା।Advertisment ପୁଲିସର କହିଛି ୨୦୨୫ ଜୁଲାଇ ୧୧ ତାରିଖରେ ବନ୍ତ ଥାନା ଅଧୀନସ୍ଥ ସରମରା ଗ୍ରାମର ମହେଶ୍ୱତା ଦାସଙ୍କ ସହ ଶାଳକଣିଆ ଗ୍ରାମର ନିରାକାର ଜେନାଙ୍କ ସହିତ ସର୍ବସମ୍ମତି କ୍ରମେ ବିବାହ ହୋଇଥିଲା।

ବିବାହର କିଛି ଦିନ ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ, ଅଶ୍ଳୀଳ ଫଟୋ-ଭିଡିଓ ରଖିବା ଓ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା।

ଅଭିଯୋଗ ଅନୁସାରେ ମହେଶ୍ୱତା ଏହାର ପ୍ରତିବାଦ କରିବାରୁ ନିରାକାର ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମାରପିଟ୍, ଗାଳିଗୁଲଜ କରିବା ସହ ଅପ୍ରାକୃତିକ ଯୌନ ନିର୍ଯାତନା ଦେଉଥିଲେ।

ଏପରିକି ଗର୍ଭବତୀ ଥିବା ସମୟରେ ବଳପୂର୍ବକ ଔଷଧ ଖୁଆଇ ଗର୍ଭପାତ କରାଇବା ଏବଂ ଏହାର ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦିଆଯାଉଥିଲା।

ଏହି କାର୍ଯ୍ୟରେ ମଝିଆ ଦେଢ଼ଶ୍ୱେର, ନଣଦେଇ  ମଧ୍ୟ ସହଯୋଗ କରୁଥିବା ଏବଂ ମାନସିକ ଶୋଷଣ କରୁଥିବା ନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Harassment: ବିହାର ସମସ୍ତୀପୁରରେ ପୁଣି ବର୍ବରତା: ଜମୁଇ ପରେ ଆଉ ଏକ ନାବାଳିକା ନିର୍ଯାତନା ଭିଡିଓ ଭାଇରାଲ୍ ଅଭିଯୋଗକୁ ଆଧାର କରି ବନ୍ତ ଥାନା ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀ ନିରାକାର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଏହି ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)