Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

Jul 21, 2026 - 00:23
Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

"ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କୁ ଏକ ଜନସଭାରେ ଧମକ ଦେବା ଓ ତାଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଡିଏମ୍‌କେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ ସୋମବାର ସକାଳେ ଗିରଫ କରାଯାଇଛି।

ଶନିବାର ଥୁଟ୍ଟୁକୁଡି ଜିଲ୍ଲାରେ ଡିଏମ୍‌କେ ଦ୍ବାରା ଆୟୋଜିତ ଏକ ଜନସଭାରେ ମାର୍କଣ୍ଡେୟନ ବିଜୟଙ୍କ ନାଁରେ ଆପତ୍ତିଜନକ ଶବ୍ଦ କହିଥିଲେ।

ଏପରିକି ବିଜୟଙ୍କ ହାଡ଼ ଭାଙ୍ଗି ଦେବେ ବୋଲି ଧମକ ଦେଇଥିଲେ।Advertisment ମାର୍କଣ୍ଡେୟନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଅପରାଧିକ ଧମକ, ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଅପମାନଜନକ ଓ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

ଟିଭିକେ ଜିଲ୍ଲା ସଚିବ ବାଲାସୁବ୍ରମଣ୍ୟମ୍‌ଙ୍କ ଅଭିଯୋଗକ୍ରମେ ମାର୍କଣ୍ଡେୟନଙ୍କୁ ଗିରଫ କରାଯାଇଛି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ: ସିଂହଦ୍ବାର ସାମ୍ନାରେ ବିକ୍ଷୋଭ, ବ୍ୟାନର୍‌ ପୋଡ଼ି ଗିରଫ ବିଧାୟକଙ୍କୁ ଥୁଟ୍ଟୁକୁଡ଼ି ଏସ୍‌ପି ଅଫିସରରେ ଜେରା କରାଯାଇଥିଲା।

ଡିଏମ୍‌କେ ସାଂସଦ କାନିମୋଝି ଏହାକୁୁ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ସରକାରର ଦମନମୂଳକ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି କହି ସମାଲୋଚନା କରିବା ସହିତ ମାର୍କଣ୍ଡେୟନଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛନ୍ତି।

ଏହାପୂର୍ବରୁ ଜୁଲାଇ ୩ ତାରିଖରେ ଡିଏମ୍‌କେ ବିଧାୟକ ଅନିଥା ଆର୍‌ ରାଧାକ୍ରିଷ୍ଣନଙ୍କୁ ବିଜୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।