Arrest: ଭିଡ଼ ହିଂସା ପାଇଁ ଆଉ ୫ ଜଣ ଗିରଫ; ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି

Jul 10, 2026 - 22:40
Arrest: ଭିଡ଼ ହିଂସା ପାଇଁ ଆଉ ୫ ଜଣ ଗିରଫ; ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି

"କୋଲକାତା: ପଶ୍ଚିମବଙ୍ଗର ବରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପରେ ପୁଲିସ ଉପରେ ଆକ୍ରମଣ ଏବଂ ଭିଡ଼ ହିଂସା ମାମଲାରେ ଆଉ ଅଧିକ ୫ ଜଣ ଗିରଫ ହୋଇଛନ୍ତି।

ବରୁଇପୁର ଥାନା ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ରାତି ଅଧିଆ ଚଢ଼ଉ ସମୟରେ ଏହି ୫ ଜଣଙ୍କୁ ଗିରଫ କରାଯାଇଛି।

ଏହି ଘଟଣାରେ ୨ଟି ପୃଥକ୍‌ ମାମଲା ରୁଜୁ ହୋଇଛି।

ଅପରାଧରେ ସମ୍ପୃକ୍ତି ଥିବା ସନ୍ଦେହରେ ସ୍ଥାନୀୟ ଲୋକମାନେ ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ଅନ୍ୟଟି ପୁଲିସ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ପାଇଁ ହୋଇଛି।

Advertisment ବରୁଇପୁର ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଏହି ମାମଲାରେ ଅଧିକ ୫ ଜଣଙ୍କୁ ଗିରଫ କରିବା ସହ ଭିଡ଼ହିଂସା ମାମଲାରେ ମୋଟ୍‌ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।

ଚଢ଼ଉ ଏବେ ବି ଜାରି ରହିଛି ଏବଂ ମାମଲାରେ ଆଗକୁ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବ।

ପ୍ରତ୍ୟେକ ଲୋକଙ୍କ ଭୂମିକାକୁ ଭଲଭାବେ ଯାଞ୍ଚ କରାଯାଉଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।

ଗାଁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର: ଦୁଷ୍କର୍ମ ଏବଂ ହତ୍ୟା ସନ୍ଦେହ ଉଲ୍ଲେଖଯୋଗ୍ୟ ଦକ୍ଷିଣ ୨୪ ପ୍ରଗଣାର ବରୁଇପୁରରେ ପୀଡ଼ିତା ଗତ ଶନିବାର ଦିନ ତାଙ୍କର ଜଣେ ବନ୍ଧୁଙ୍କ ଜନ୍ମଦିନ ପାଇଁ ଉପହାର କିଣିବାକୁ ଘରୁ ବାହାରକୁ ଯାଇଥିଲେ।

କିନ୍ତୁ ସେ ଘରକୁ ନଫେରିବାରୁ ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ।

ପରଦିନ ସକାଳେ ତାଙ୍କ ମୃତଦେହ ମିଳିଥିଲା।

ମର ଶରୀର ମିଳିବାପରେ କିଛି ଲୋକ ଇନ୍ଦ୍ରଜିତ ମଣ୍ଡଳ ନାମକ ଜଣେ ଲୋକଙ୍କୁ ସନ୍ଦେହ କରି ତାଙ୍କୁ ପିଟିପିଟି ମାରି ଦେଇଥିଲେ।

ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିବା ସହ ରେଳଧାରଣା ମଧ୍ୟ ଭଙ୍ଗାରୁଜା କରିଥିଲେ।

ପୁଲିସ ଏହି ଘଟଣାରେ ହସ୍ତ‌କ୍ଷେପ କରିବା ସମୟରେ ପୁଲିସ ଉପରେ ମାଡ଼ ହୋଇଥିଲା ଏବଂ ଅକେ ପୁଲିସ ଗାଡ଼ି ଭଙ୍ଗାରୁଜା କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।