Arrest: ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉଜଣେ ଫେରାର

Jul 11, 2026 - 23:12
Arrest: ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉଜଣେ ଫେରାର

"ରାଉରକେଲା: ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସେକ୍ଟର-୩ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି।

ଅଭିଯୁକ୍ତ ହେଉଛି ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅନ୍ତର୍ଗତ ଟିମ୍ବର କଲୋନିର ଅରୁଣ ନାଗ (୩୨)।

ଏହି ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତ ଫେରାର ଅଛି।

ତାକୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି।Advertisment ସୂଚନା ଅନୁସାରେ, ସେକ୍ଟର-୩ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା (୧୪) ଗତ ରବିବାର ଦିନ ପୂର୍ବାହ୍ନରେ ସେକ୍ଟର-୧୮ରେ ରହୁଥିବା ସମ୍ପର୍କୀୟ ମାଉସୀ ଘରକୁ ଯାଇଥିଲେ।

ମଧ୍ୟାହ୍ନ ପ୍ରାୟ ୨ଟାରେ ମାଉସୀ ଘରୁ ବାହାରି ଚାଲିଚାଲି ଆସୁଥିଲେ।

ତେବେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଆମ୍ବାଗାନ ଟ୍ୟାକ୍ସି ଷ୍ଟାଣ୍ଡ୍‌ ପଛପଟୁ ଜୋର୍‌ଜବରଦସ୍ତ ଉଠାଇ ନେଇଥିଲେ।

ଏକ ଚାରିଚକିଆ ଯାନରେ ଅପହରଣକରି ତାଙ୍କୁ ଦେବଗଡ଼କୁ ନେଇ ଗଣଦୁଷ୍କର୍ମ କରିଥିଲେ।

ପରେ ପୀଡ଼ିତାଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ।

ତା" ପରଦିନ ପୂର୍ବାହ୍ନରେ ପୀଡ଼ିତା ବେଦଗଡ଼ସ୍ଥ ପରିବା ବଜାରରେ ବୁଲୁଥିବାବେଳେ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଉଦ୍ଧାରକରି ସଖୀ ସେଣ୍ଟର୍‌ରେ ରଖିଥିଲେ।

ଏନେଇ ଖବର ପାଇଁ ପରିବାରବର୍ଗ ସୋମବାର ଉଦ୍ଧାର କରି ରାଉରକେଲା ଆଣିବାପରେ ଥାନାରେ ଏତଲା ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।