Arrest: କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ବାରୁଦ ମାଫିଆ ଗିରଫ

Jul 04, 2026 - 09:34
Arrest: କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ବାରୁଦ ମାଫିଆ ଗିରଫ

କବିସୂର୍ଯ୍ୟନଗର: ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସ ଦ୍ୱାରା ପୋଲସରା ବ୍ଲକ ଜକର ଗ୍ରାମରୁ ଜଣେ ବାରୁଦ ମାଫିଆକୁ ଗିରଫ କରାଯାଇଛି | ଏହି ବାରୁଦ ମାଫିଆ ଜଣକ ହେଲେ ଚିତ୍ରସେନ ଜେନା ।ବହୁ ବର୍ଷ ଧରି ସେ ବାରୁଦ , ଡିଟୋନେଟର ଭଳି ଅନେକ ସାମଗ୍ରୀ ଯୋଗାଉଥିଲା । ଆଉ ପୁଲିସ ଚିତ୍ତରସେନାକୁ ଗିରଫ କରିବା ସହ ବହୁ ପରିମାଣର ପାହାଡ ଫୁଟା ସାମଗ୍ରୀ ଜବତ କରିଛି। ମିଳିଥିବା ସୂଚନା ମୁତାବକ ଦୀର୍ଘ ବର୍ଷ ହେଲା ଏହି ବେପାର  ପୋଲିସ ପ୍ରଶାସନର ଜ୍ଞାତ ସାରରେ ଚଳାଇ ଆସୁଥିଲା l ଜେଲ ଯିବା ପରେ ପୁଣି ଜାମିନରେ ଆସି ବେପାର କରୁଥିଲା | ତେବେ ବର୍ତ୍ତମାନ ପ୍ରଶାସନ କେଉ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା l