Armed Robbers ରାତି ଅଧରେ ଘରେ ପଶିଲେ, ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କାଗହଣା
"ନବରଙ୍ଗପୁରଳ (ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦପୁର ବ୍ଲକର ଦହଣା ଗାଁରେ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି।
ଡକାୟତମାନେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ଉମେଶଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରି ଘରେ ଥିବା ଗହଣା, ଟଙ୍କା ଆଦି ନେଇ ପଳାଇଛନ୍ତି।
Advertisment ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଲୁଟ୍ ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ଏକ ଘଣ୍ଟା ସମୟରେ ପ୍ରାୟ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦହଣା ଗ୍ରାମର ଉମେଶଙ୍କ ଘରେ ପଶିଥିଲେ।
ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଦୁର୍ବୃତ୍ତମାନେ ଉମେଶ ଓ ତାଙ୍କ ପତ୍ନୀ ପୁଷ୍ପଲତାଙ୍କୁ ପ୍ରବଳ ମାଡ଼ ମାରିବା ସହିତ ହାତ ବାନ୍ଧି ଦେଇ ବେକରେ ମାରଣାସ୍ତ୍ର ରଖିଥିଲେ।
Loot: ଗୁରୁମାଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଦୁର୍ବୃତ୍ତମାନେ ପୁଷ୍ପଲତା ପିନ୍ଦିଥିବା ସୁନାର କାନଫୁଲ ଟାଣି କାନ ଛିଣ୍ଡାଇ ଦେଇଥିଲେ ।
ଏହାସହ ଭୟଭୀତ କରି ଦୁର୍ବୃତ୍ତମାନେ ଘରେ ଥିବା ଆଲମିରା ଓ ବକ୍ସ ଭାଙ୍ଗି ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ନଗଦ, ୫ ତୋଳା ଓଜନ ସୁନାର ଗୋଟିଏ ସୁନା ହାର, ୨ ଟି ସୁନା ମୁଦି, ଗୋଟିଏ ସୁନା କାନ ଫୁଲ, ୨ ଟି ସୁନା ଲୋକେଟ, ସୁନା ମଙ୍ଗଳ ସୂତ୍ର, ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ।
Robbery: ଡାକ୍ତରଙ୍କ ଘରେ ଡକାୟତି: ହାତଗୋଡ଼ ଓ ମୁହଁ ବାନ୍ଧି ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଲୁଟ୍ ପୁଲିସକୁ ଏନେଇ ରାତି ଫୋନ ମାଧ୍ୟମରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।
ବର୍ତ୍ତମାନ ଘରେ ଓ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ପୁଟେଜ୍ ଯାଞ୍ଚ କରାଯାଉଛି।
ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


