Argentina's victory: ଆର୍ଜେଣ୍ଟିନା ବିଜୟକୁ ନେଇ ବିବାଦ: ଇଜିପ୍ଟ ପଞ୍ଝାରୁ ଛଡ଼ାଇନେଲା, କ୍ବାର୍ଟର ଫାଇନାଲ୍ ଟିକେଟ୍
"ଆଟଲାଣ୍ଟା: ଦୀର୍ଘ ୭୮ ମିନିଟ୍ ଯାଏ ଇଜିପ୍ଟ ଅଧିପତ୍ୟ ବିସ୍ତାର କଲା।
୨-୦ରେ ଆଗୁଆ ରହି ଫିଫା ଫୁଟ୍ବଲ୍ ବିଶ୍ବକପ୍ ଇତିହାସର ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାର ସମ୍ଭବନା ବି ସୃଷ୍ଟି କଲା।
ଶେଷ ୧୧ ମିନିଟ୍ରେ କିନ୍ତୁ ମ୍ୟାଜିକାଲ୍ ମେସିଙ୍କ ଅସାଧାରଣ ଆର୍ଜେଣ୍ଟିନା ଦଳ ଅବିଶ୍ବସନୀୟ ପ୍ରତ୍ୟାବର୍ତ୍ତନ କଲା।
୪ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ଧମାକାଦାର ଢଙ୍ଗରେ ସ୍ଥିତି ବରାବର କଲା।
ପୁଣି ଆହତ ସମୟରେ ଆଉ ଏକ ଗୋଲ୍ ଦେଇ ଚଳିତ ବିଶ୍ବକପ୍ର ସବୁଠୁ ରୋମାଞ୍ଚକ ତଥା ନାଟକୀୟ ବିଜୟ (୩-୨) ହାସଲ କଲା।
କ୍ବାର୍ଟର ଫାଇନାଲ୍ ଟିକେଟକୁ ମଧ୍ୟ ଷ୍ଟାଇଲ୍ରେ ଇଜିପ୍ଟ ପଞ୍ଝାରୁ ଛଡ଼ାଇ ଆଣିଲା।
ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ପଛୁଆ ରହିବା ପରେଏହି ଲାଟିନ୍ ଆମେରିକୀୟ ଦେଶର ପ୍ରଶଂସକ ଛାତିର ସ୍ପନ୍ଦନ କ୍ରମଶଃ ବଢ଼ି ଚାଲିଥିଲା।
କେତେକ ତ ପୂରା ଆଶା ଛାଡ଼ି ଦେଇଥିଲେ।
ମେସିଙ୍କ ନେତୃତ୍ବରେ ଆର୍ଜେଣ୍ଟିନା କିନ୍ତୁ ଆତ୍ମବିଶ୍ବାସ ହରାଇ ନଥିଲା।
ଗୋଲ୍ ପରେ ଗୋଲ୍ ଏବଂ ଏକଲୟରେ ତିନିଟି ସଫଳତା ଅର୍ଜନ କରି ଇଜିପ୍ଟକୁ ବିଦାୟର ପଥ ଦେଖାଇ ଦେଇଥିଲା।
ମେସି କାହିଁକି ମହାନ ଏବଂ ଆର୍ଜେଣ୍ଟିନା କେମିତିଆ କୁଶଳୀ ବିଶ୍ବବିଜୟୀ, ତାହା ଏହି ମ୍ୟାଚ୍ରୁ ପୁନର୍ବାର ସ୍ପଷ୍ଟ ହୋଇଯାଇଥିଲା।
ହାର୍କୁ କିଭଳି ଭାବେ ବିଜୟରେ ପରିଣତ କରାଯାଇଥାଏ, ସେକଥା ମଧ୍ୟ ମେସି ବାହିନୀ ଶିକ୍ଷାଇ ଦେଇଥିଲା।
ମଙ୍ଗଳବାରର ଏହି ମାଇଲ୍ଖୁଣ୍ଟ ମୁକାବିଲାର ପଞ୍ଚଦଶ ମିନିଟ୍ରେ ୟାସେର ଇବ୍ରାହିମଙ୍କ ହେଡର ଗୋଲ୍ରେ ଇଜିପ୍ଟ ଅପ୍ରତ୍ୟାଶିତ ଭାବେ ଅଗ୍ରଣୀ ହୋଇଥିଲା।Advertisment Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ ଏହାପରେ ଗୋଲ୍ରକ୍ଷକ ମୁସ୍ତାଫା ସୌବିର ଅସାଧାରଣ ପ୍ରଦର୍ଶନ କରି ଅର୍ଜେଣ୍ଟିନାର ଏକାଧିକ ସୁଯୋଗକୁ ବିଫଳ କରିଥିଲେ।
ସେ ଲିଓନେଲ ମେସିଙ୍କ ପେନାଲ୍ଟିକୁ ସଫଳତାର ସହ ରୋକିବା ସହ ଆଲେକ୍ସିସ୍ ମ୍ୟାକ୍ ଆଲିଷ୍ଟର ଓ ଜୁଲିଆନ୍ ଆଲଭାରେଜଙ୍କ ପ୍ରୟାସକୁ ମଧ୍ୟ ନିଷ୍ଫଳ କରି ଦେଇଥିଲେ।
୬୭ତମ ମିନିଟ୍ରେ ମହମ୍ମଦ ସାଲାହ ଓ ହାଇସେମ୍ ହାସନଙ୍କ ଦ୍ରୁତ ଆକ୍ରମଣକୁ ସଫଳ ଭାବେ ଗୋଲ୍ ପୋଷ୍ଟ ଭିତରେ ପୂରାଇ ଜିଜୋ (ମୋସ୍ତାଫା ଜିଜୋ) ଇଜିପ୍ଟକୁ ୨-୦ରେ ଆଗୁଆ କରିଥିଲେ।
ଏକଥାକୁ ଫୁଟ୍ବଲ୍ ପ୍ରଶଂସକ ବି ବିଶ୍ବାସ କରି ପାରି ନଥିଲେ।
୨-୦ରେ ପଛୁଆ ଥିବା ଅର୍ଜେଣ୍ଟିନା ଶେଷ ପର୍ଯ୍ୟାୟରେ ଅଦ୍ଭୂତପୂର୍ବ ଲଢ଼େଇ କରିଥିଲା।
୭୯ତମ ମିନିଟ୍ରେ କ୍ରିଷ୍ଟିଆନ୍ ରୋମେରୋ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ।
ଏହାର ୫ମିନିଟ୍ ପରେ ଅଧିନାୟକ ମେସି ଦର୍ଶନୀୟ ଗୋଲ୍ କରି ସ୍କୋରକୁ ୨-୨ କରିଦେଇଥିଲେ।
ଆହତ ସମୟର ଦ୍ୱିତୀୟ ମିନିଟ୍ରେ ଏନ୍ଜୋ ଫର୍ଣ୍ଣାଣ୍ଡେଜ୍ ବିଜୟସୂଚକ ଗୋଲ୍ କରି ଅର୍ଜେଣ୍ଟିନାକୁ କ୍ବାର୍ଟର ଫାଇନାଲ୍ରେ ପହଞ୍ଚାଇ ଦେଇଥିଲେ।
ତେବେ ଆର୍ଜେଣ୍ଟିନାର ଏହି ବିଜୟକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି।
ରେଫରିଙ୍କ ପାତରଅନ୍ତର ପାଇଁ ଆମେ ହାରିଲୁ ବୋଲି ଇଜିପ୍ଟ ଅଭିଯୋଗ କରିଛି।
Neglect: ୧୨ ଜଣିଆ ପରିବାରକୁ ୧୦ କିଲୋ ଚାଉଳ କଲମ୍ବିଆକୁ ସୁଟ୍ଆଉଟ୍ କଲା ସ୍ବିଜରଲାଣ୍ଡ୍ଭ୍ୟାଙ୍କୁଭର: ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ର ଏକ ରୋମାଞ୍ଚକ ରାଉଣ୍ଡ୍ ଅଫ୍ ୧୬ ମ୍ୟାଚ୍ରେ ସ୍ବିଜରଲାଣ୍ଡ୍ ପେନାଲ୍ଟି ସୁଟ୍ଆଉଟ୍ରେ କଲମ୍ବିଆକୁ ୪-୩ (୦-୦) ଗୋଲ୍ରେ ହରାଇ ବିଦାୟର ପଥ ଦେଖାଇ ଦେଇଛି।
ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ନିର୍ଦ୍ଧାରିତ ସମୟରେ ଉଭ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ।
ସୁଟ୍ଆଉଟ୍ରେ କିିନ୍ତୁ ସ୍ବିଜରଲାଣ୍ଡ୍ ବାଜି ମାରି ନେଇଥିଲା।
ଏହାକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୪-୩ ଗୋଲ୍ରେ ଜିତି କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା।
ନିର୍ଦ୍ଧାରିତ ସମୟରେ ଉଭୟ ଦଳ ବଲ୍କୁ ପାଖାପାଖି ସମାନ ସମୟ ନିୟନ୍ତ୍ରଣରେ ରଖିଥିଲେ।
ପ୍ରତିପକ୍ଷଙ୍କ ଗୋଲ୍ ପୋଷ୍ଟ ଉପରେ ଆକ୍ରମଣରେ କଲମ୍ବିଆ କିନ୍ତୁ ଢେର ଆଗରେ ରହିଥିଲା।
କଲମ୍ବିଆ ୧୫ଥର ସ୍ବିଜରଲାଣ୍ଡ ଗୋଲ୍ପୋଷ୍ଟକୁ ଆକ୍ରମଣ କରିଥିଲା ବେଳେ ସ୍ବିଜରଲାଣ୍ଡ ମାତ୍ର ୭ ଥର କଲମ୍ବିଆ ଗୋଲ୍ପୋଷ୍ଟ ଉପରେ ଆକ୍ରମଣ କରିଥିଲା।
ହେଲେ ସ୍ବିଜରଲାଣ୍ଡର ସଜାଗ ରକ୍ଷଣଭାଗ ପାଇଁ କଲମ୍ବିଆ ଗୋଲ୍ କରିବାରେ ସକ୍ଷମ ହୋଇଥିଲା।
ପୁଣି ସୁଟ୍ଆଉଟ୍ରେ ଗୋଟିଏ ଗୋଲ୍ରେ ପଛରେ ପଡ଼ି ବିଦାୟ ନେଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।