Anti-Paper Leak Bill Cleared by Rajya Sabha: ରାଜ୍ୟସଭାରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସ୍, ପ୍ରଧାନମନ୍ତ୍ରୀ ମୋଦି ରଖିଲେ ପ୍ରତିକ୍ରିୟା

Jul 31, 2026 - 11:02
Anti-Paper Leak Bill Cleared by Rajya Sabha: ରାଜ୍ୟସଭାରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସ୍, ପ୍ରଧାନମନ୍ତ୍ରୀ ମୋଦି ରଖିଲେ ପ୍ରତିକ୍ରିୟା

ଆଣ୍ଟି ପେପର ଲିକ୍ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ପ୍ରତିକ୍ରିୟା। ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପ୍ରସ୍ତାବକୁ ପ୍ରାଥମିକତା ଦିଆଯାଇଛି। ଟାସ୍କଫୋର୍ସ ଏବଂ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ। ତ୍ରୁଟିଶୂନ୍ୟ ପରୀକ୍ଷା ପଦ୍ଧତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କଠୋର ଦଣ୍ଡବିଧାନ ନେଇ ବିଲ ସଂସଦରେ ପାସ୍ ହୋଇଛି। ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ଆଣ୍ଟି ପେପର୍ ଲିକ୍ ବିଲ୍। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଏହି ବିଲ୍। 

ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହୋଇଛି ଆଣ୍ଟି ପେପର ଲିକ୍ ବିଲ୍। ରାଜ୍ୟସଭାରେ ଏହି ବିଲ୍ ବାଚନିକ ଭୋଟରେ ପାରିତ ହୋଇଛି। ବୁଧବାର ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଉଭୟ ଗୃହରେ ମଞ୍ଜୁରୀ ମିଳିବା ପରେ ଏହି ବିଲ୍ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇଁ ପଠାଯିବ। ଯାହା ପରେ ଏହା ଏକ ଦୃଢ଼ ଆଇନରେ ପରିଣତ ହେବ। NEET-UG ପରୀକ୍ଷା ଭଳି ପ୍ରଶ୍ନପତ୍ର ଲିକ୍ ଓ ସଂଗଠିତ ଚଞ୍ଚକତାକୁ ରୋକିବା ପାଇଁ କେନ୍ଦ୍ର ସରକାର ୨୦୨୪ର ମୂଳ ଆଇନକୁ ଅଧିକ ଶକ୍ତ କରିବାକୁ ଏହି ସଂଶୋଧନ ଆଣିଛନ୍ତି। ପ୍ରଶ୍ନପତ୍ର ଲିକ୍ କିମ୍ବା ପରୀକ୍ଷା ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ ସଶ୍ରମ କାରାଦଣ୍ଡ ମିଳିବ।

ସାଧାରଣ ଅପରାଧ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବାକୁ ଥିବାବେଳେ ସଂଗଠିତ ପେପର ଲିକ୍ କିମ୍ବା ମାଫିଆଙ୍କ ପାଇଁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବାର ବ୍ୟବସ୍ଥା ରହିଛି। ପେପର ଲିକ୍ ମାମଲାର ଦୈନନ୍ଦିନ ଶୁଣାଣି ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ପୋଲିସ ଷ୍ଟେସନରେ ମାମଲା ରୁଜୁ ହେବାର ୨ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ହେବ ଏବଂ ଚାର୍ଜସିଟ୍ ଦାଖଲ ହେବାର ୩ ମାସ ମଧ୍ୟରେ ଶୁଣାଣି ପ୍ରକ୍ରିୟା ଶେଷ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ପରିଚାଳନା କରୁଥିବା କୌଣସି ସର୍ଭିସ୍ ପ୍ରୋଭାଇଡର ଏଥିରେ ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କୁ ୫ କୋଟି ଟଙ୍କା ଜରିମାନା ସହ ୮ ବର୍ଷ ପର୍ଯ୍ୟନ୍ତ କୌଣସି ବି ସରକାରୀ ପରୀକ୍ଷା କରିବାରୁ ବାସନ୍ଦ କରାଯିବ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବିଲ୍ କୁ ଗୃହରେ ଆଗତ କରି କହିଥିଲେ ଯେ, ସରକାର ନିଜ ଅନୁଭୂତିରୁ ଶିଖି ଏହି ଆଇନକୁ ଆହୁରି ଅଧିକ ପ୍ରଭାବଶାଳୀ କରିଛନ୍ତି, ଯାହା ଦ୍ୱାରା ଦେଶର କୋଟି କୋଟି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରହିବ। ସେପଟେ ଲୋକସଭାରେ ବନ୍ଦେ ମାତରମ୍ ବିଲ୍ ପାରିତ ହୋଇଛି। 

ରାଜ୍ୟସଭାରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସ୍
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି ପେପର୍ ଲିକ୍ ବିଲ୍
ବାଚନିକ ଭୋଟରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସ୍
ସଂସଦର ଉଭୟ ସଦନରେ ପାସ୍ ହେଲା ଆଣ୍ଟି ପେପର୍ ଲିକ୍ ବିଲ୍
ଗତକାଲି ଲୋକସଭାରେ ପାସ ହୋଇଥିଲା ଆଣ୍ଟି ପେପର୍ ଲିକ୍ ବିଲ୍
ଆଇନରେ ପରିଣତ ହେବା ପୂର୍ବରୁ ଆବଶ୍ୟକ ରାଷ୍ଟ୍ରପତିଙ୍କ ଅନୁମୋଦନ
ପ୍ରଶ୍ନପତ୍ର ଲିକ୍ ଓ ସଂଗଠିତ ଚଞ୍ଚକତାକୁ ରୋକିବାକୁ ବିଲ୍ ରେ ସଂଶୋଧନ
୫ ରୁ ୧୦ ବର୍ଷ କାରାଦଣ୍ଡ, ୧୦ କୋଟି ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା
ବିଲରେ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାର ବ୍ୟବସ୍ଥା
ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ
ମାମଲା ରୁଜୁ ହେବାର ୨ ମାସ ମଧ୍ୟରେ ତଦନ୍ତ ଶେଷ ହେବ 
ଚାର୍ଜସିଟ୍ ଦାଖଲର ୩ ମାସ ମଧ୍ୟରେ ଶୁଣାଣି ପ୍ରକ୍ରିୟା ଶେଷ ବାଧ୍ୟତାମୂଳକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।