Anti Paper Leak Amendment Bill: ପେପର ଲିକ୍ ବିରୋଧୀ ବିଲ୍ ସଂସଦରେ ପାରିତ, ମୋଦୀ କହିଲେ ଏପରି ..
"ନୂଆଦିଲ୍ଲୀ: ପେପର ଲିକ୍ ବିରୋଧୀ ବିଲ୍ ସଂସଦରେ ପାରିତ ।
ପେପର ଲିକ୍ ଏବଂ ବିଭିନ୍ନ ପରୀକ୍ଷା ଅନିୟମିତତାକୁ ରୋକିବା ପାଇଁ ଆଣାଯାଇଥିବା "ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍–୨୦୨୬" ସଂସଦର ଉଭୟ ସଦନରେ ପାରିତ ହୋଇଛି।
ଗୁରୁବାର ରାଜ୍ୟସଭାରେ ବିରୋଧୀ ଦଳର ୱାକଆଉଟ୍ ମଧ୍ୟରେ ବିଲ୍ଟି ଧ୍ୱନିମତରେ ଅନୁମୋଦନ ପାଇଛି।
ବର୍ତ୍ତମାନ ଏହା କେବଳ ରାଷ୍ଟ୍ରପତିଙ୍କ ମଞ୍ଜୁରିକୁ ଅପେକ୍ଷା ।ବୁଧବାର ଲୋକସଭାରେ ବିଲ୍ଟି ପାରିତ ହୋଇଥିଲା।
ସରକାରଙ୍କ ମତାନୁସାରେ, ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କଠୋର ଆଇନଗତ ବ୍ୟବସ୍ଥା ଆବଶ୍ୟକ ଥିଲା।Advertisment ଅଧିକ ପଢନ୍ତୁ: PMଙ୍କ ବିରୋଧରେ ପୋଷ୍ଟ; ଚଣ୍ଡୀଗଡ଼ କୋର୍ଟରେ ହାଇଦ୍ରାବାଦ ଯୁବକଙ୍କ ଜାମିନ ଆବେଦନ ଖାରଜ କେନ୍ଦ୍ରମନ୍ତ୍ରୀ ଡ.
ଜିତେନ୍ଦ୍ର ସିଂ ବିଲ୍ ଉପସ୍ଥାପନ କରିବା ସମୟରେ ଏହାର ମୁଖ୍ୟ ବ୍ୟବସ୍ଥା ବିଷୟରେ ସଦନକୁ ଅବଗତ କରାଇଥିଲେ।
ତେବେ ବିରୋଧୀ ଦଳ ଏହାକୁ ଅପର୍ଯ୍ୟାପ୍ତ ବୋଲି କହିବା ସହ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ।
ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଗୃହମନ୍ତ୍ରୀଙ୍କ ଉତ୍ତର କିମ୍ବା ଇସ୍ତଫା ଦାବି କରିଥିଲେ।
ରାଜ୍ୟସଭାରେ ବିରୋଧୀ ଉପନେତା ପ୍ରମୋଦ ତିୱାରୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବି କରିଥିଲେ।
ଅଧ୍ୟକ୍ଷ ଏହି ଦାବିକୁ ଖାରଜ କରିବା ପରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ସଦନରୁ ୱାକଆଉଟ୍ କରିଥିଲେ।ଏହାର ପ୍ରତିକ୍ରିୟାରେ ସଦନର ନେତା ଜେ.ପି.
ନଡ୍ଡା କହିଥିଲେ ଯେ ବିରୋଧୀ ଦଳ ସଂସଦୀୟ ପରମ୍ପରା ଓ ମର୍ଯ୍ୟାଦା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି।
ଆଇନରେ କ"ଣ ରହିଛି?ନୂତନ ଆଇନ ଅନୁଯାୟୀ ପ୍ରଶ୍ନପତ୍ର ଓ ଉତ୍ତର-ସୂଚୀ ଲିକ୍କୁ କଠୋର ଭାବେ ଦମନ କରାଯିବ।
ଉତ୍ତର ଖାତା ଓ କମ୍ପ୍ୟୁଟର ସିଷ୍ଟମରେ ଛେଡ଼ଛାଡ଼ କରିବା ଅପରାଧ ଭାବେ ଗଣ୍ୟ ହେବ।
ଜାଲ୍ ୱେବସାଇଟ୍, ନକଲି ପ୍ରବେଶପତ୍ର ଏବଂ ସଂଗଠିତ ପରୀକ୍ଷା ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ତ୍ୱରିତ ତଦନ୍ତ, ମୋକଦ୍ଦମା ଏବଂ ଦୋଷୀଙ୍କୁ କଠିନ ଦଣ୍ଡ ଦେବାର ବ୍ୟବସ୍ଥା ରହିବ।
ଏହି ଆଇନ କେବଳ NTA ପରୀକ୍ଷା ନୁହେଁ, ବରଂ UPSC, SSC, ବ୍ୟାଙ୍କିଙ୍ଗ୍ ଓ ଅନ୍ୟାନ୍ୟ ସାର୍ବଜନୀନ ପରୀକ୍ଷାରେ ମଧ୍ୟ ଲାଗୁ ହେବ।
ଡ.
ଜିତେନ୍ଦ୍ର ସିଂ କହିଛନ୍ତି ଯେ ରାଧାକୃଷ୍ଣନ୍କ ମିଟିର ପ୍ରାୟ ୭୬ ପ୍ରତିଶତ ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ପେପର ଲିକ୍ ମାମଲାରେ ସରକାରଙ୍କ "ଜିରୋ ଟଲରେନ୍ସ" ନୀତି ରହିଛି।
ବିଲ୍ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଏହି ଆଇନ ପରୀକ୍ଷା ପ୍ରଣାଳୀକୁ ଅଧିକ ସ୍ୱଚ୍ଛ, ବିଶ୍ୱସନୀୟ ଓ ଶକ୍ତିଶାଳୀ କରିବ।
ସେ ପେପର ଲିକ୍ ମାଫିଆଙ୍କୁ କଠୋର ଚେତାବନୀ ଦେଇ କହିଛନ୍ତି ଯେ ଯୁବପିଢ଼ିର ଭବିଷ୍ୟତ ସହ ଖେଳ କରୁଥିବା ଲୋକଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ।
ପ୍ରଧାନମନ୍ତ୍ରୀ ଏହାକୁ ଦେଶ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିବା ସହ କହିଛନ୍ତି ଯେ ଏହା ଦେଶର ପରୀକ୍ଷା ପ୍ରଣାଳୀ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିଶ୍ୱାସକୁ ପୁନଃ ସୁଦୃଢ଼ କରିବ ଏବଂ "ବିକଶିତ ଭାରତ" ଗଠନ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।