Anti-Narcotics Task Force ରାଜ୍ୟରେ ଗଠିତ ହେବ ଆଂଟି ନାର୍କୋଟିକ୍ସ ଟାସ୍କ ଫୋର୍ସ
"ଭୁବନେଶ୍ୱର: ରାଜ୍ୟରେ ନିଶା ବିରୋଧୀ ଅଭିଯାନ ଆହୁରି କଠୋର ହେବ।
ନିଶା ବେପାରୀଙ୍କ ଉପରେ ଷଣ୍ଢୁଆସୀ ଆକ୍ରମଣ କରାଯିବ।
ଏଥିରେ ରାଜ୍ୟରେ ଏଡିଜ ପାହ୍ୟାର ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଆଂଟି ନାର୍କୋଟିକ୍ସ ଟାସ୍କ୍ ଫୋର୍ସ ଗଠିତ ହେବ।
ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ।Advertisment ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆନୁକୂଲ୍ୟରେ ସମଗ୍ର ଦେଶରେ ୨୬ ଜୁନରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପ୍ରାକ୍ ପରୀକ୍ଷଣ ନିଶା ଧ୍ବଂସ ସ୍ବତନ୍ତ୍ର ଅଭିଯାନ ଚାଲିଛି।
ଏହି କ୍ରମରେ, ଆଜି (ବୁଧବାର) ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ୍ ବ୍ରାଞ୍ଚ) ବିନୟ ତୋଷ ମିଶ୍ର, ଆଇଜିପି (କ୍ରାଇମ୍ ବ୍ରାଞ୍ଚ) ଡ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ଏସଟିଏଫ) ଡ କନୱର ବିଶାଳ ସିଂଙ୍କ ସହିତ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନିଜ ବକ୍ତବ୍ୟରେ ଶ୍ରୀଖୁରାନିଆ କହିଥିଲେ, ଗଠିତ ହେବାକୁ ଥିବା ଆଂଟି ନାର୍କୋଟିକ୍ସ ଦ୍ବାରା ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବ।
ସେ ନିଶାମୁକ୍ତ ଓଡ଼ିଶା ଗଠନ ସମ୍ପର୍କରେ ଆଲୋଚନା କରି କହିଥିଲେ, ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୁଲିସର ସର୍ବୋଚ୍ଚ ପ୍ରାଥମିକତା।
ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ।
ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
Odisha STF ganja raid, ମାସେ ଧରି ଚାଲିଥିଲା ଅପରେସନ୍ "ଗ୍ରିନ୍ କ୍ଲିନ୍", ଶେଷରେ ଗିରଫ ହେଲା ଆନ୍ତଃରାଜ୍ୟ ଗଞ୍ଜେଇ କାରବାରର କିଙ୍ଗ୍ପିନ୍ ସୂଚନାଯୋଗ୍ୟ, ନିଶାମୁକ୍ତ ଓଡ଼ିଶା ଗଠନ ଅଭିଯାନରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି।
ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୯୧୧ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
୨୪୪୫ଟି ଏନ୍ଡିପିଏସ୍ ମାମଲାରେ ୨୧୦୬ କୋଟି ଟଙ୍କାର ଗଞ୍ଜେଇ ଓ ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରାଯାଇଛି।
୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
Odisha ganja seizure ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୨ କିଗ୍ରା ଗଞ୍ଜେଇ ଜବତ, ୫ ଗିରଫ ସୂଚନାଯୋଗ୍ୟ, ଜନସଚେତନତାକୁ ସମାନ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ୩୫ଟି ପୋଲିସ ଜିଲ୍ଲାର ୫୫୦ରୁ ଅଧିକ ଥାନାରେ ନିଶାବିରୋଧୀ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏଥିରେ ୨୫ ହଜାରରୁ ଅଧିକ ନାଗରିକ, ୪,୮୮୨ ଜଣ ଛାତ୍ରଛାତ୍ରୀ ଓ ୩୩୭ ଜଣ ଶିକ୍ଷକ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇଛନ୍ତି।
ରାଜ୍ୟର ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଓ ସୁନ୍ଦରଗଡ଼ସ୍ଥିତ ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ (ଆନୁମାନିକ ବଜାର ମୂଲ୍ୟ ୪୧୦ କୋଟି ଟଙ୍କା) ବିନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି।
ଅଭିଯାନ ଆରମ୍ଭ ହେବା ପରଠାରୁ ୩୬ ଟନ୍ ଗଞ୍ଜେଇ ସଫଳତାର ସହ ବିନଷ୍ଟ କରାଯାଇଥିବା ବେଳେ ଅବଶିଷ୍ଟ ଜବତ ମାଦକଦ୍ରବ୍ୟକୁ ଆଇନଗତ ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମେ ଧ୍ୱଂସ କରାଯିବ ବୋଲି ଡିଜିପି କହିଛନ୍ତି।
"