Anti-liquor protest: ମଦ ବିରୋଧୀ ଆନ୍ଦୋଳନ ବେଳେ ଅଘଟଣ: ମହିଳାଙ୍କ ଉପରେ ବାଇକ୍ ଚଢ଼ାଇଦେଲେ, ଦୁଇ ମାଫିଆ ଫେରାର

ତେନ୍ତୁଳିଖୁଣ୍ଟି: ମଦ ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ ଓ ବିକ୍ଷୋଭ ସମୟରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପିପଲଗୁଡ଼ା-କାଦବେଡ଼ା ଗାଁରେ ଅଘଟଣ ଘଟିଛି। ଆନ୍ଦୋଳନକାରୀ ମହିଳାଙ୍କ ଉପରେ ମଦ ମାଫିଆ ବାଇକ୍ ଚଢ଼ାଇ ଦେବାରୁ ମଥୁରା ଗୌଡ଼ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ପ୍ରତିବାଦରେ ଶତାଧିକ ମହିଳା ଖାତିଗୁଡ଼ା ଥାନା ଘେରାଉ କରିବା ସହିତ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ପଲ୍ସର ବାଇକ୍ ଜବତ କରିବା ସହିତ ବାଇକ୍ ଚଢ଼ାଇଥିବା ମାଫିଆଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି।
Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି
ଥାନା ଘେରିଲେ ଶତାଧିକ ମହିଳା
ଦୁଇ ମାଫିଆ ଫେରାର
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଚୋରାମଦ କାରବାର ବଢ଼ିବାରେ ଲାଗିଛି। ମଦ ବନ୍ଦ ପାଇଁ ବାରମ୍ବାର ମହିଳାମାନେ ଗୁହାରି କରିବା ପରେ ମଧ୍ୟ ଅବକାରୀ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନି। ଫଳରେ ବିଭିନ୍ନ ଗ୍ରାମର ମହିଳା ସଂଗଠିତ ହୋଇ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗୁରୁବାର ଡାଇକୱାନ, ଚିଙ୍ଗୁଡ଼ିସର, ଭିଙ୍କୁଟ ସର୍ଗିଗୁଡା, ପିପଲଗୁଡା, ଘୁଷୁରାଗୁଡା ଏବଂ ଅମ୍ବଟାପାସ ଗ୍ରାମର ମହିଳାମାନେ ମଦ ବନ୍ଦ ପାଇଁ ପିପଲଗୁଡ଼ା ଓ କାଦବେଡ଼ା ଗାଁକୁ ଯାଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସମୟରେ ଗାଁରେ ମଦ ବ୍ୟବସାୟ କରୁଥିବା ତୁଫାନ ହରିଜନ ଓ ବିକେଶ ହରିଜନ ମହିଳାଙ୍କୁ ଗାଳିଗୁଲଜ କରିଥିଲେ।
Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ
ଅବକାରୀ ଅଫିସରଙ୍କୁ ଚାନ୍ଦା ଦେଇ ଆମେ ବ୍ୟବସାୟ କରୁଛୁ ତୁମେ କିଏ ବନ୍ଦ କରିବାକୁ ବୋଲି ପ୍ରଶ୍ନ କରିଥିଲେ। ମହିଳାମାନେ ଜିଲ୍ଲାପାଳଙ୍କୁ ଜଣାଇ ମଦ ବନ୍ଦ କରୁଥିବା କହିବା ପରେ ତୁଫାନ ଓ ବିକେଶ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ଉପରେ ବାଇକ୍ ଚଢ଼ାଇ ଦେଇଥିଲେ। ବାଇକ୍ ଧକ୍କା ସହ ଆକ୍ରମଣରେ ମଥୁରା ଗୁରୁତର ହେବା ପରେ ତୁଫାନ ଓ ବିକେଶ ଦୌଡ଼ି ପଳାଇଥିଲେ। ଏହି ଘଟଣା ପରେ ବୃନ୍ଦା ଗୌଡ଼, ପୁଷ୍ପାଞ୍ଜଳି ଗୌଡ଼, ମେନକା ଗୌଡ଼, ମଞ୍ଜୁଳା ଗୌଡ଼, ରତ୍ନା ଗୌଡ଼, ଉର୍ମିଳା ଅନ୍ତା, ଚନ୍ଦ୍ରା ଗୌଡ଼, ମତି ଗୌଡ଼, ସୁରିକା ଗୌଡ଼, ସବିତା ଗୌଡ଼ଙ୍କ ନେତୃତ୍ୱରେ ଶତାଧିକ ମହିଳା ଖାତିଗୁଡା ଥାନା ଘେରାଉ କରିଥିଲେ।