Annamalai's resignation: ଅନ୍ନାମଲାଇଙ୍କ ଇସ୍ତଫା ପରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟସଭା ଆସନ ଛାଡ଼ିଲା ବିଜେପି

Jun 05, 2026 - 14:26
Annamalai's resignation: ଅନ୍ନାମଲାଇଙ୍କ ଇସ୍ତଫା ପରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟସଭା ଆସନ ଛାଡ଼ିଲା ବିଜେପି

"ନୂଆଦିଲ୍ଲୀ: ତାମିଲନାଡୁ ବିଜେପିରେ ଦ୍ରୁତ ଗତିରେ ଚାଲିଥିବା ରାଜନୈତିକ ଘଟଣାକ୍ରମର ପ୍ରଭାବ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏନଡିଏର ରାଜ୍ୟସଭା ଆସନ ବଣ୍ଟନ ବ୍ୟବସ୍ଥା ଉପରେ ପଡ଼ିଥିବା ପରି ମନେ ହେଉଛି।

ଏନଡିଏ ସହଯୋଗୀଙ୍କ ମଧ୍ୟରେ ସଂଶୋଧିତ ଆସନ ବଣ୍ଟନ ଫର୍ମୁଲା ଅନୁଯାୟୀ, ବିଜେପି ଆନ୍ଧ୍ର ପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ନିଜର ଦାବି ଛାଡି ଦେଇଛି।ସୂତ୍ର ଅନୁସାରେ ପୂର୍ବରୁ ଏହି ଆସନଟି ତାମିଲନାଡୁର ପୂର୍ବତନ ବିଜେପି ମୁଖ୍ୟ କେଅନ୍ନାମଲାଇଙ୍କ ପାଇଁ ବିଚାର କରାଯାଉଥିଲା।

କିନ୍ତୁଅନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି।Advertisment ଏନଡିଏ ସହଯୋଗୀଙ୍କ ମଧ୍ୟରେ ସଂଶୋଧିତ ଆସନ ବଣ୍ଟନ ଫର୍ମୁଲା  ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ନୂତନ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବା ପାଇଁ ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଓ ରାଜ୍ୟ ବିଜେପି ନେତାଙ୍କ ସମେତ ଏନଡିଏ ନେତାମାନେ ଅମରାବତୀଠାରେ ଏକ ବୈଠକ କରିଥିଲେ।

ନୂଆ ଫର୍ମୁଲା ଅନୁଯାୟୀ ଆନ୍ଧ୍ର ପ୍ରଦେଶରେ ଖାଲି ପଡ଼ିଥିବା ୪ଟି ଆସନରୁ ୩ଟି ତେଲୁଗୁ ଦେଶମ ପାର୍ଟିକୁ ଯାଇଥିବାବେଳେ ବାକି ଗୋଟିଏ ଆସନ ଜନସେନା ପାର୍ଟିକୁ ଯାଇଛି।

ପୂର୍ବରୁ ଟିଡିପିକୁ ଦୁଇଟି ଆସନ ଏବଂ ଜନସେନା ପାର୍ଟି ଓ ବିଜେପିକୁ ଗୋଟିଏ ଲେଖାଏଁ ଆସନ ଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ମେଣ୍ଟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ ​​କରିବା ପ୍ରୟାସର ଅଂଶ ସ୍ୱରୂପ, ଏନ୍‌ଡିଏ ନେତାମାନେ ଚଳିତ ମାସ ଶେଷ ଭାଗରେ ତିରୁପତି, ଅମରାବତୀ ଓ ବିଶାଖାପାଟଣାରେ ତିନୋଟି ସାଧାରଣ ସଭା କରିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ନାମଲାଇଙ୍କ ରାଜନୈତିକ ଭବିଷ୍ୟତ ଓ ବିଜେପିରୁ ବିଦାୟ ମଧ୍ୟରେ ଆସନ ବଣ୍ଟନ ସୂତ୍ରରେ ପରିବର୍ତ୍ତନ ଆସିଛି।

ମଙ୍ଗଳବାର ନୂଆଦିଲ୍ଲୀରେ ଅନ୍ନାମଲାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓ ଦଳର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷଙ୍କୁ ଭେଟିଥିଲେ।

ସୂତ୍ର ଅନୁଯାୟୀ ଅନ୍ନାମଲାଇ ତାମିଲନାଡ଼ୁର ରାଜନୈତିକ ସ୍ଥିତି ସମ୍ପର୍କରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଅବଗତ କରାଇଥିଲେ ଓ ଦଳ ଛାଡ଼ିବାର କାରଣ କହିଥିଲେ।

ଆହୁରି ପଢ଼ନ୍ତୁ:professor killed: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ ହତ୍ୟା, ପରିଚିତ ବ୍ୟକ୍ତି ହତ୍ୟାକାଣ୍ଡ ଘଟାଇଥିବା ପୁଲିସର ସନ୍ଦେହ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।