Welcome!

Unlock your personalized experience.
Sign Up

Anirudh and Kavya Maran: ସଙ୍ଗୀତକାର ଅନିରୁଦ୍ଧ ଓ କାଭ୍ୟା ମାରନ୍‌ଙ୍କ ବିବାହ ଚର୍ଚ୍ଚା: କାହାର ନେଟ୍‌ୱର୍ଥ କେତେ?

Oct 17, 2026 - 20:06
Anirudh and Kavya Maran: ସଙ୍ଗୀତକାର ଅନିରୁଦ୍ଧ ଓ କାଭ୍ୟା ମାରନ୍‌ଙ୍କ ବିବାହ ଚର୍ଚ୍ଚା: କାହାର ନେଟ୍‌ୱର୍ଥ କେତେ?

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅନିରୁଦ୍ଧ ରବିଚନ୍ଦର ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ 'ସନରାଇଜର୍ସ ହାଇଦ୍ରାବାଦ୍' (SRH)ର ସହ-ମାଲିକା କାଭ୍ୟା ମାରନ୍‌ଙ୍କ ବିବାହ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରସିଦ୍ଧ ଯୋଡ଼ି ଚଳିତ ବର୍ଷ ନଭେମ୍ବର ୧୧ ତାରିଖରେ ଗ୍ରୀସ୍‌ରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ତେବେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଏହି ଚର୍ଚ୍ଚା ପରେ ଉଭୟଙ୍କ ଆର୍ଥିକ ସ୍ଥିତି ଏବଂ ସମ୍ପତ୍ତିକୁ ନେଇ ସାଧାରଣରେ ବେଶ୍ ଆଲୋଚନା ଚାଲିଛି।

ଅନିରୁଦ୍ଧ ରବିଚନ୍ଦରଙ୍କ ଆୟ ଏବଂ ସମ୍ପତ୍ତି
ଦକ୍ଷିଣ ଭାରତୀୟ ସିନେମାରେ ଜଣେ ଶ୍ରେଷ୍ଠ ସଙ୍ଗୀତକାର ଭାବେ ପରିଚିତ ଅନିରୁଦ୍ଧ 'ଜେଲର', 'ଜୱାନ' ଏବଂ 'ବିକ୍ରମ' ପରି ବ୍ଲକବଷ୍ଟର ଚଳଚ୍ଚତ୍ରଗୁଡ଼ିକ ପାଇଁ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି। ସୁପରଷ୍ଟାର ରଜନୀକାନ୍ତଙ୍କ ପରିବାର ସହ ସମ୍ପୃକ୍ତ ଥିବା ଅନିରୁଦ୍ଧ ଗୋଟିଏ ଚଳଚ୍ଚତ୍ର ପାଇଁ ପ୍ରାୟ ୮ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ତାଙ୍କର ବ୍ୟକ୍ତିଗତ ମୋଟ ସମ୍ପତ୍ତି ପ୍ରାୟ ୫୦ କୋଟିରୁ ଅଧିକ । ଫିଲ୍ମ ସଙ୍ଗୀତ ବ୍ୟତୀତ ଲାଇଭ୍ କନ୍‌ସର୍ଟ, ମ୍ୟୁଜିକ୍ ଆଲବମ୍ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ତାଙ୍କର ଆୟର ମୁଖ୍ୟ ଉତ୍ସ।

ଆହୁରି ପଢନ୍ତୁ: Minor Driver Arrested: ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ, ନାବାଳକ ଚାଳକ ଗିରଫ

କାଭ୍ୟା ମାରନ୍‌ଙ୍କ ବ୍ୟକ୍ତିଗତ ସମ୍ପତ୍ତି ଓ ପାରିବାରିକ ସମ୍ପତ୍ତି
ଭାରତୀୟ ମିଡିଆ ଜଗତର ଅନ୍ୟତମ ବୃହତ୍ ସଂସ୍ଥା 'ସନ୍ ଗ୍ରୁପ୍' (Sun Group)ର ମାଲିକ କଳାନିଧି ମାରନ୍‌ଙ୍କ କନ୍ୟା ହେଉଛନ୍ତି କାଭ୍ୟା ମାରନ୍। ସେ 'ସନ୍‌ରାଇଜର୍ସ ହାଇଦ୍ରାବାଦ୍' ଟିମ୍‌ର ସହ-ମାଲିକା ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, କାଭ୍ୟାଙ୍କ ବ୍ୟକ୍ତିଗତ ନେଟ୍‌ୱର୍ଥ ପ୍ରାୟ ୪୦୦ ରୁ ୫୦୦ କୋଟି ଟଙ୍କା ମଧ୍ୟରେ ଆକଳନ କରାଯାଇଛି। ଏହାଛଡ଼ା, ତାଙ୍କ ପରିବାରର ମୋଟ ସମ୍ପତ୍ତି ଓ ସନ୍ ଗ୍ରୁପ୍‌ର ସମ୍ପତ୍ତି ୧୯,୦୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।

ବିବାହ ପରେ ଚେନ୍ନାଇ ସହରରେ ଏକ ଭବ୍ୟ ରିସେପ୍ସନର ମଧ୍ୟ ଆୟୋଜନ କରାଯିବା ନେଇ ସମ୍ଭାବନା ରହିଛି, ଯେଉଁଥିରେ ସିନେମା ଏବଂ କ୍ରିକେଟ୍ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)