Animal: ଧ୍ବଂସସ୍ତୂପରେ ମଣିଷକୁ ଖୋଜୁଛି ପଶୁ: ରବିଙ୍କ ଜୁଇକୁ ଜଗିଲା ପୋଷା ‌ଛେଳି

Nov 04, 2026 - 04:18
Animal: ଧ୍ବଂସସ୍ତୂପରେ ମଣିଷକୁ ଖୋଜୁଛି ପଶୁ: ରବିଙ୍କ ଜୁଇକୁ ଜଗିଲା ପୋଷା ‌ଛେଳି

ଭଞ୍ଜନଗର/ଘୁ.ଉଦୟଗିରି: ଯେଉଁ ପାହାଡ଼, ଜଙ୍ଗଲ ଓ ସବୁଜିମା ପରିବେଶ ପୁରୁଷ ପୁରୁଷ ଧରି ସେମାନଙ୍କ ଜୀବନର ମୂଳ ଆଧାର ଥିଲା ଏବଂ ଯାହା ସେମାନଙ୍କ ପରିଚୟ ଥିଲା ଆଜି ସେହି ପାହାଡ଼ର ଭୟଙ୍କର ରୂପ ସେମାନଙ୍କ ସଂସାର କୁ ଛାରଖାର କରିଦେଇଛି।

ବଡ଼ ପଥର ଓ ମାଟି ଅତଡ଼ାର ଗଦାରେ ଗିଡ଼ିପାବାଲି ଗାଁ ସଂପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି।

ନିଖୋଜଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି ସତ, କିନ୍ତୁ ଆଶା ଧୀରେ ଧୀରେ ମଉଳିବାରେ ଲାଗିଛି।

ଦୁଇଟି ଶବକୁ ଛାଡ଼ିଦେଲେ ବାକି ୧୧ ଜଣଙ୍କ ସନ୍ଧାନ ମିଳିପାରୁନି।

Advertisment Kumar Purnima celebration: ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ; କଥା କହିଲା ଓଡ଼ିଆ ସଂସ୍କୃତି ତେବେ ପ୍ରକୃତିର ଏହି କୋପରୁ ବଞ୍ଚିଯାଇଥିବା କିଛି ଗୃହପାଳିତ ଛେଳି ଗାଁର ଏହି ଚିତ୍ର ଦେଖି ନିର୍ବାକ୍‌ ପାଲଟିଛନ୍ତି।

କଥା କହିପାରୁ ନଥିବା ପ୍ରାଣୀଟି ବି ନିଜ ମାଲିକକୁ ଖୋଜୁଛି।

ଯେଉଁମାନେ ସେମାନଙ୍କୁ ଖାଇବାକୁ ଓ ପିଇବାକୁ ଦେଇ ଲାଳନପାଳନ କରୁଥିଲେ ସେମାନଙ୍କୁ ଆଉ ଦେଖିପାରୁନାହାନ୍ତି।

ସେମାନଙ୍କ ବାସ (ଗୁହାଳ) ବି ଉଜୁଡ଼ିଯାଇଛି।

ଆଉ ଏଭଳି ଦୁଃସମୟରେ ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସ୍ନେହ ଏବଂ ସଂପର୍କର ନିଦର୍ଶନ ସାମନାକୁ ଆସିଛି।

ରବିବାର ଉକ୍ତ ଗ୍ରାମର ରବି ମଲ୍ଲିକଙ୍କ ଶବକୁ ବହୁ କଷ୍ଟରେ ମାଟିତଳୁ ଉଦ୍ଧାର କରାଯାଇଥିଲା।

ଭଞ୍ଜନଗର ପୁଲିସ ପଞ୍ଚନାମା କରିବା ପରେ ପରିବାର ଲୋକଙ୍କ ସହମତିରେ ଗ୍ରାମ ନିକଟରେ ହିଁ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା।

Paddy crops: ଥୋଡ଼ ବେଳେ ଦାଉସାଧୁଛି ରୋଗପୋକ ସମସ୍ୟା; ଧାନଚାଷରେ ସବୁଜ ଶୁଣ୍ଢ ସଁବାଳୁଆ ପୋକ ଆଉ ଏହି ସମୟରେ ପୋଷା ଛେଳି ବହୁ ସମୟ ପର୍ଯ୍ୟନ୍ତ ରବିଙ୍କ ଜୁଇଙ୍କୁ ଚାହିଁ ରହିବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ବଳ କରିପକାଇଥିଲା।

ସତେ ଯେମିତି ନିର୍ବାକ ପଶୁଟିଏ ବହୁତ କିଛି କହିବାକୁ ଚାହୁଁଥିଲା।

ଉଦ୍ଧାରକାରୀ ଦଳର କାର୍ଯ୍ୟକୁ ଗ୍ରାମବାସୀ ଦେଖିବାକୁ ଯାଉଛନ୍ତି।

କାଳେ ଆତ୍ମୀୟ ବଞ୍ଚିଥିବେ, ସେହି ଆଶା ନେଇ ଆସୁଛନ୍ତି।

ପଡ଼ୋଶୀ ଗାଁରେ ରହୁଥିବା ବନ୍ଧୁ ପରିଜନ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସେମାନଙ୍କ ପାଖରେ କେବଳ ଲୁହ ଛଡ଼ା ଆଉ କିଛି ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)