Angul: ଅନୁଗୋଳକୁ ଆବାସ ଅଡ଼ୁଆ: ଅଧାଗଢ଼ା ଅବସ୍ଥାରେ ରହିଛି ୨୮୦୦ ଘର

Aug 28, 2026 - 06:12
Angul: ଅନୁଗୋଳକୁ ଆବାସ ଅଡ଼ୁଆ: ଅଧାଗଢ଼ା ଅବସ୍ଥାରେ ରହିଛି ୨୮୦୦ ଘର

"ଅନୁଗୋଳ: ଆବାସ ପାଇଁ ଖାତାକୁ ଟଙ୍କା ଆସିଛି।

ହେଲେ, ହିତାଧିକାରୀ ଘର ତିଆରି କରି ନାହାନ୍ତି।

ଏହି ଟଙ୍କାକୁ ଅନ୍ୟ କାମରେ ଖର୍ଚ୍ଚ କରି ଦେଇଛନ୍ତି।

ଫଳରେ ଆବାସ ଅଧାଗଢ଼ା ହୋଇପଡ଼ିଛି।

ଗତ ୧୦ ବର୍ଷରେ ଅନୁଗୋଳ ଜିଲ୍ଲାରେ ଏମିତି ୨୮୦୦ ଆବାସ ଅଟକି ରହିଥିଲା ବେଳେ ଏହା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।

ଏହି ଅଧାଗଢ଼ା ଘରଗୁଡ଼ିକୁ ତୁରନ୍ତ ସାରିବା ପାଇଁ ଗୁରୁତ୍ବ ଦିଆଯାଉଛି।

କିନ୍ତୁ, ଅଧିକାଂଶ ଘର ଆଉ ଶେଷ ହେବା ଅବସ୍ଥାରେ ନାହିଁ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୨୦୧୬-୧୭ରୁ ୨୦୨୪-୨୫ ଆର୍ଥିକ ବର୍ଷ ଭିତରେ ମୋଟ ୫୮,୯୫୪ଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା।

ଏହି ଘର ନିର୍ମାଣ ପାଇଁ ହିତାଧିକାରୀ ଚୟନ କରାଯିବା ପରେ ସେମାନଙ୍କ ବ୍ୟାଙ୍କଖାତାକୁ ସିଧା ଟଙ୍କା ପଠା ଯାଇଥିଲା।

କିନ୍ତୁ, କିଛି ହିତାଧିକାରୀ ଟଙ୍କା ଉଠାଇବା ପରେ ଘର କରିବାକୁ ଗୁରୁତ୍ବ ଦେଇନାହାନ୍ତି।

ଏଥିପାଇଁ କିଛି ସ୍ଥାନରେ କାନ୍ଥ ଉଠିବା ପରେ ଘର ନିର୍ମାଣ ବନ୍ଦ ହୋଇପଡ଼ିଛି ତ କିଛି ସ୍ଥାନରେ ପ୍ଲିନ୍ଥ ପାଖରେ ଅଟକି ଯାଇଛି।

ଏମିତି ଅନୁଗୋଳ ଜିଲ୍ଲାରେ ୨୮୦୦ ଘର କାମ ଅସଂପୂର୍ଣ୍ଣ ଅବସ୍ଥାରେ ଅଛି।

ଏଣୁ, ଅସମ୍ପୂର୍ଣ୍ଣ ଘର ଭିତରୁ ୯୦ଟି ଘର ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

Advertisment Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ଅଧାଗଢ଼ା ଅବସ୍ଥାରେ ରହିଛି ୨୮୦୦ ଘରଟଙ୍କା ଉଠାଇ ଘର କରିନାହାନ୍ତି ହିତାଧିକାରୀ୯୦ ଘର ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କଲା ପ୍ରଶାସନ ଅନୁଗୋଳ ବ୍ଲକ୍‌ରେ ଆବାସ ଯୋଜନା ଅଧିକ ଧି‌ମେଇଛି।

ଏହି ବ୍ଲକ୍‌ରେ ୧୧,୬୪୯ଟି ଘର କରିବାକୁ ଲକ୍ଷ୍ୟ ରହିଥିଲେ ମଧ୍ୟ ୧୦,୯୪୦ଟି ଘର ଶେଷ ହୋଇଛି।

ଏବେ ବି ୭୦୯ଟି ଘର ନିର୍ମାଣ ବାକି ରହିଛି।

କଣିହାଁ ବ୍ଲକ୍‌ରେ କିନ୍ତୁ ୯୯ ପ୍ରତିଶତ ଘର ନିର୍ମାଣ ଶେଷ ହୋଇଛି।

ଏଠାରେ ୨୫୫୦ଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରହିଥିଲା ବେଳେ ମାତ୍ର ୨୮ଟି ଘର ଅଧାଗଢ଼ା ହୋଇ ପଡ଼ିଛି।

ଆଠମଲ୍ଲିକ ବ୍ଲକ୍‌ରେ ୬୧୧, ବଅଁରପାଳ ବ୍ଲକ୍‌ରେ ୨୬୭, ଛେଣ୍ଡିପଦା ବ୍ଳକ୍‌ରେ ୨୫୮, କିଶୋରନଗର ବ୍ଲକ୍‌ରେ ୨୯୯, ପାଳଲହଡ଼ା ବ୍ଲକ୍‌ରେ ୫୮୧ ଓ ତାଳଚେର ବ୍ଲକ୍‌ରେ ୩୮ଟି ଆବାସ ଅସମ୍ପୂର୍ଣ୍ଣ ହୋଇପଡ଼ିଛି।

Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ ଆବାସ ଅଟକି ରହିବା ପଛର କାରଣ ଅନୁଧ୍ୟାନ କରିବାକୁ ବିଡିଓମାନଙ୍କୁ ନିର୍ଦେଶ ଦିଆଯାଇଥିଲା।

ଅଧିକାଂଶ କ୍ଷେତ୍ରରେ ହିତାଧିକାରୀ ଟଙ୍କା ଉଠାଇ ଅନ୍ୟତ୍ର ଖର୍ଚ୍ଚ କରିଦେବାରୁ ଘର କାମ କରି ପାରିନାହାନ୍ତି ‌ବୋଲି ଜଣାପଡ଼ିଛି।

ଏପରିକି କିଛି ସ୍ଥାନରେ ବଡ଼ ଘର କରିବା ପାଇଁ ହିତାଧିକାରୀମାନେ କାମ ଆରମ୍ଭ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ଏହାକୁ ସାରି ପାରି ନାହାନ୍ତି।

ତେବେ, ଅସମ୍ପୂର୍ଣ୍ଣ ଥିବା ଘର ଭିତରୁ ଆଠମଲ୍ଲିକରେ ୩୧ଟି, ଅନୁଗୋଳରେ ୨୮ଟି ଓ କିଶୋରନଗର ବ୍ଲକ୍‌ରେ ୧୦ଟି ଘର ନିର୍ମାଣ ଶେଷ କରିବାକୁ ବିଡିଓମାନଙ୍କୁ ଟାର୍ଗେଟ୍‌ ଦିଆଯାଇଛି।

ଏନେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ କହିଛନ୍ତି, ହିତାଧିକାରୀମାନେ ଟଙ୍କା ଉଠାଇବା ପରେ ଘର ନିର୍ମାଣ ସଂପୂର୍ଣ୍ଣ କରି ନାହାନ୍ତି।

ଅସମ୍ପୂର୍ଣ୍ଣ ଘରଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯିବା ପରେ ଏଥିରୁ ୯୦ଟି ଘର ସାରିବାକୁ ଲକ୍ଷ୍ୟ ରଖାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)