Andhra police: ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୁଲିସର ଜୁଲମ: ଅସ୍ତ୍ରଶସ୍ତ୍ର ସହ ମହିଳାଙ୍କ ରାସ୍ତା ଅବରୋଧ

Jul 01, 2026 - 06:15
Andhra police: ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୁଲିସର ଜୁଲମ: ଅସ୍ତ୍ରଶସ୍ତ୍ର ସହ ମହିଳାଙ୍କ ରାସ୍ତା ଅବରୋଧ

"ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୁଲିସର ଅନୁପ୍ରବେଶ ଓ ଆଦିବାସୀଙ୍କୁ ଜୁଲୁମ ବିସ୍ଫୋରକ ରୂପ ନେଇଛି।

ଗାଁରେ ପଶି ଆଦିବାସୀଙ୍କୁ ଗିରଫ କରି ଆନ୍ଧ୍ର ନେଇଯାଉଛି।

ପ୍ରାୟ ୩ବର୍ଷ ଧରି ଏଭଳି ବର୍ବରତା ଜାରି ରହିଥିଲେ ସୁଦ୍ଧା ଓଡ଼ିଶା ପୁଲିସ, ପ୍ରଶାସନ ନିରବ।

ଏହାର ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ପାପେରମେଟଲା ପଞ୍ଚାୟତ କୁନିଗୁଡ଼ା ଗାଁର ମହିଳା।

ଅସ୍ତ୍ରଶସ୍ତ୍ର ଧରି ରାସ୍ତା ଅବରୋଧ ସହ ଆନ୍ଧ୍ର ପୁଲିସର ଏକ ଗାଡ଼ିକୁ ଅଟକାଇ ରଖିଥିଲେ।

ସୀମାନ୍ତ ଗାଁ ଅକ୍ତିଆର ପାଇଁ ବହୁଦିନ ହେଲା ଆନ୍ଧ୍ରର ଷଡ଼୍‌ଯନ୍ତ୍ର ଜାରି ରହିଛି।

କୁନିଗୁଡ଼ା ସମେତ ପରଲୁବାନ୍ଦା, ଗନ୍ଦିଗୁଡ଼ା, ରୁମା, ବିଡ଼ାରପାକନା, ମୁଟଲାଗୁଡ଼ା, ଜାମଯୋଡ଼ି, ତେନ୍ତୁଳିଗୁଡ଼ା ଆଦି ଗାଁରେ ରାତିଅଧରେ ସେମାନେ ପଶୁଛନ୍ତି, ବିନା ନୋଟିସ୍‌ରେ ବଳପୂର୍ବକ ଗ୍ରାମବାସୀଙ୍କୁ ଉଠାଇ ନେଉଛନ୍ତି।Advertisment Police enter Chaudhary Jail: ଚୌଦ୍ବାର ଜେଲ୍‌ରେ ପଶିଲା ପୁଲିସ: ଜେଲ୍ ଅଧୀକ୍ଷକଙ୍କୁ ଜେରା, ମିନିଟ୍ ବୁକ୍ ଗାଏବ ଅସ୍ତ୍ରଶସ୍ତ୍ର ସହ ମହିଳାଙ୍କ ରାସ୍ତା ଅବରୋଧଆନ୍ଧ୍ରପ୍ରଦେଶ ପୁଲିସ ଗାଡ଼ି ଅଟକ ରଖିଲେ ସୁରାକ ସୁଦ୍ଧା ପାଉନି ଚିତ୍ରକୋଣ୍ଡା ପୁଲିସ।

ବାରମ୍ବାର ମାନବାଧିକାର ଉଲ୍ଲଂଘନ ହେଉଥିଲେ ସୁଦ୍ଧା ଏଯାଏଁ ଓଡ଼ିଶା ପକ୍ଷରୁ ପ୍ରତିବାଦ କରାଯାଇନି।

ସୀମାନ୍ତ ଗ୍ରାମବାସୀଙ୍କ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି।

କୁନିଗୁଡ଼ା ଗାଁର ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ଗାଡ଼ିରେ ବସାଇ ନେଇଯିବାକୁ ଉଦ୍ୟମ କରୁଥିଲା ଆନ୍ଧ୍ର ପୁଲିସ।

କିନ୍ତୁ ଓଡ଼ିଶା ସୀମା ଅତିକ୍ରମ କରିବା ସମ୍ଭବ ନଥିଲା।

ଶତାଧିକ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୁଲିସ ଗାଡ଼ିକୁ ଘେରି ଯାଇଥିଲେ।

ରାସ୍ତାରେ ପଥର ରଖି ଅବ‌ରୋଧ କରିବା ସହ ଆନ୍ଧ୍ର ପୁଲିସର ବର୍ବରତା ବିରୋଧରେ ସ୍ବର ଉଠାଇଥିଲେ।

ଅକଳିଆ ପରିସ୍ଥିତିର ସମ୍ମୁଖୀନ ହୋଇ ଆନ୍ଧ୍ର ପୁଲିସ ଗିରଫ କରିଥିବା ସମସ୍ତଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା।

ଏହାପରେ ପୁଲିସ ଗାଡ଼ିକୁ ଗ୍ରାମବାସୀ ଛାଡ଼ିଥିଲେ।

ଅନ୍ୟପଟେ ଆନ୍ଧ୍ର ପୁଲିସର ଅତ୍ୟାଚାର ବଢ଼ି ଚାଲିଥିବାରୁ ଗ୍ରାମବାସୀ ସଂଧ୍ୟାରେ ଚିତ୍ରକୋଣ୍ଡା ଥାନାର ଦ୍ବାରସ୍ଥ ହୋଇ ଏହାର ତଦନ୍ତ ଓ ନ୍ୟାୟ ଦାବି କରିଛନ୍ତି।

Police enter Chaudhary Jail: ଚୌଦ୍ବାର ଜେଲ୍‌ରେ ପଶିଲା ପୁଲିସ: ଜେଲ୍ ଅଧୀକ୍ଷକଙ୍କୁ ଜେରା, ମିନିଟ୍ ବୁକ୍ ଗାଏବ"