Welcome!

Unlock your personalized experience.
Sign Up

Anavasara Ritual: ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି, ଜାଗ୍ରତ ଅବସ୍ଥାକୁ ଆସିବେ ମହାପ୍ରଭୁ, ପହଞ୍ଚିବ ଦଶମୂଳ ମହୌଷଧି

Jul 10, 2026 - 07:56
Anavasara Ritual: ଆଜି ଶ୍ରୀମନ୍ଦିରରେ ଚକାବିଜେ ନୀତି, ଜାଗ୍ରତ ଅବସ୍ଥାକୁ ଆସିବେ ମହାପ୍ରଭୁ, ପହଞ୍ଚିବ ଦଶମୂଳ ମହୌଷଧି

ପୁରୀ, ୧୦/୦୭: ଆଜି ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚକାବିଜେ ନୀତି  ଅନୁଷ୍ଠିତ ହେବ । ମହାପ୍ରଭୁ ଶୋଇବା ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଆସିବେ ।  ଦଇତାପତିଙ୍କ ନିଷ୍ଠାପର ସେବାଯତ୍ନ ପରେ ଧୀରେ ଧୀରେ ଆରୋଗ୍ୟଲାଭ କରୁଛନ୍ତି  ଦାରୁବ୍ରହ୍ମ । ଅପରାହ୍ଣରେ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ ପହଞ୍ଚିବ । ଗୁପ୍ତ ସେବା ପରମ୍ପରା ଅନୁସାରେ ଏହି ମହୌଷଧୀ  ପ୍ରସ୍ତୁତ କରାଯାଉଛି । ଦଶମୂଳ ସେବନ ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।  

ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଜିଉ ଅସୁସ୍ଥ । ପଞ୍ଚମୀରେ ଫୁଲୁରି ତେଲ ଲାଗିହେଲେ । ପରେ  ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଗଲା । ଦଶମୀରେ ଦଶମୂଳ ମହୌଷଧି ଠାକୁରଙ୍କ ଉଦ୍ଦ୍ୟେଶରେ ଆସିବ । ଏକାଦଶୀ ତିଥିରେ ଠାକୁରଙ୍କ ଦଶମୂଳ  ଔଷଧ ଲାଗିକରାଯିବ । ବୁଧବାର ଶ୍ରୀମନ୍ଦିରରେ ଠାକୁରଙ୍କ ପହୁଡ଼ ନୀତି ହୋଇ ନଥିଲା ।  ସକାଳ ୮ଟାରେ ମଙ୍ଗଳ ଆଳତି ବଢ଼ିଥିଲା । ଏହାର ୩୫ ମିନିଟ୍‌ ପରେ ଅବକାଶ ପୂଜା ସମ୍ପନ୍ନ ହୋଇ ଗୋପାଳବଲ୍ଲଭ ପୂଜା ୧୨ଟା୪୦ମିନିଟ୍‌ ଓ ସକାଳ ଧୂପ ଶେଷ ହେଲା  ୨ଟା୧୦ରେ । ଅପରାହ୍ଣ ୩ଟା୧୫ରେ ଭୋଗମଣ୍ଡପ ସରି ଭକ୍ତମାନେ ଅବଢ଼ା ପାଇଥିଲେ।

ଅଧିକ ପଢ଼ନ୍ତୁ :-  Anavasara Ritual : ଅଣସରରେ ଦାରୁବ୍ରହ୍ମ, ଆଜି ସରିବ ଶ୍ରୀଅଙ୍ଗରେ ଓଷ ଲାଗି, କାଲି ଚକା ବିଜେ ନୀତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।