Amrit Bharat Express ୬ରୁ ପ୍ରତିଦିନ ଚାଲିବ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌

Jul 04, 2026 - 22:04
Amrit Bharat Express ୬ରୁ ପ୍ରତିଦିନ ଚାଲିବ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌

ରାୟଗଡ଼ା:  ଆସନ୍ତା ୬ ତାରିଖରୁ ଉଧନା-ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ ଟ୍ରେନ ସପ୍ତାହକୁ ୩ ଦିନ ପରିବର୍ତ୍ତେ ନିତିଦିନ ଚଳାଚଳ କରିବ। ସୋମବାର ଅପରାହ୍ନ ୫ ଟା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରୁ ଏହାର ଶୁଭାରମ୍ଭ ହେବ। ଏହାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Railway Technician Recruitment: ଖୁବଶୀଘ୍ର ରେଳବାଇରେ ପୂରଣ ହେବ ୬,୫୬୫ଟି ଟେକ୍ନିସିଆନ୍ ପଦବି

ଉଦଘାଟନୀ ଟ୍ରେନ ବ୍ରହ୍ମପୁରରୁ ସୋମବାର ୫ଟାରେ ଛାଡ଼ିବ ଏବଂ ଜୁଲାଇ ୮ ବୁଧବାର ମଧ୍ୟରାତ୍ରି ୨ଟାରେ ଉଧନାରେ ପହଞ୍ଚିବ। ଜନସାଧାରଣଙ୍କ ଚାହିଦା ଓ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ହୋଇଛି। ଟ୍ରେନ୍ ନମ୍ବର ୧୯୦୨୧ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍ ପୂର୍ବରୁ କେବଳ ରବିବାର ଚାଲୁଥିଲା। ତେବେ ଗତ ନଭେମ୍ବର ୧୯ ତାରିଖରୁ ସପ୍ତାହରେ ୩ ଦିନ ଅର୍ଥାତ୍ ରବିବାର, ବୁଧବାର ଓ ଶୁକ୍ରବାର ଚଳାଚଳ କରୁଛି। ସେହିପରି ଟ୍ରେନ୍ ନମ୍ବର ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଗତ ୨୦ ନଭେମ୍ବରରୁ ସପ୍ତାହରେ ତିନି ଦିନ ଅର୍ଥାତ୍ ସୋମବାର, ଗୁରୁବାର ଓ ଶନିବାର ଚାଲୁଛି। 

ଭାରତୀୟ ରେଳବାଇ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ଦେଇ ପୂର୍ବ ଭାରତ ଏବଂ ପଶ୍ଚିମ ଭାରତକୁ ସଂଯୋଗ କରି ବ୍ରହ୍ମପୁର - ଉଧନା ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ସେବା ଆରମ୍ଭ କରିଛି। ଏହି ଆଧୁନିକ ଏବଂ ସୁଲଭ ଟ୍ରେନ ସେବା ଖଣିଜ ସମ୍ପଦରେ ସମୃଦ୍ଧ ଅଞ୍ଚଳଗୁଡ଼ିକୁ ବୟନ ଏବଂ ବାଣିଜ୍ୟ କେନ୍ଦ୍ର ସହିତ ସଂଯୋଗ କରି ଅର୍ଥନୈତିକ ଏବଂ ଶିଳ୍ପ କରିଡରକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଯାହା ଫଳରେ ବ୍ୟବସାୟିକ କାର୍ଯ୍ୟକଳାପ, କର୍ମ ନିଯୁକ୍ତି ଓ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। 

Amrit Bharat Express rolls through Odisha: ଓଡ଼ିଶା ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍‌

ଏହି ଟ୍ରେନ ପ୍ରତିଦିନ ଚାଲିବା ଦ୍ୱାରା ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, ବଲାଙ୍ଗିର, ନୂଆପଡା ଜିଲାର ଲୋକେ ସୁବିଧାରେ ସୁରାଟକୁ ଯାତ୍ରା କରି ପାରିବେ ବୋଲି ଆଶା କରାଯାଉଛି।  ୨୨ ବଗି ବିଶିଷ୍ଟ ଏହି ଟ୍ରେନ ବ୍ରହ୍ମପୁର-ଉଧନା ମଧ୍ୟରେ ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟାନଗରମ୍, ବବିଲି, ପାର୍ବତୀପୁରମ୍, ରାୟାଗଡା, ମୁନିଗୁଡା, କେସିଙ୍ଗା, ଟିଟଲାଗଡ, କାଣ୍ଟାବାଞ୍ଜୀ, ଖରିଆରରୋଡ୍, ମହାସାମୁଣ୍ଡ, ଲାଖୋଲି, ରାୟପୁର, ଦୁର୍ଗ, ଗୋନ୍ଦିଆ , ନାଗପୁର, ୱାର୍ଦ୍ଧା , ବଦନେରା, ଅକୁଲଗା, ମଲକଙ୍ଗା ଆଦି ଷ୍ଟେସନରେ ରହିବ।