America: ୨୦୫୦ ସୁଦ୍ଧା ଅନେକ ଆମେରିକୀୟ ସହର ସମୁଦ୍ରରେ ବୁଡ଼ିଯିବ

Jul 16, 2026 - 16:19
America: ୨୦୫୦ ସୁଦ୍ଧା ଅନେକ ଆମେରିକୀୟ ସହର ସମୁଦ୍ରରେ ବୁଡ଼ିଯିବ

"ୱାସିଂଟନ: ଆମେରିକା ଉପକୂଳରେ ଜୀବନ ସର୍ବଦା ପରିବର୍ତ୍ତିତ ପାଗ, ଝଡ଼ ଏବଂ ଜୁଆର ଦ୍ବାରା ପ୍ରଭାବିତ ହୋଇଥାଏ।

ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ସମୁଦ୍ରର ଜଳସ୍ତରରେ ନିରନ୍ତର ବୃଦ୍ଧି।

ଏହି ନୀରବ ବିପଦ ବନ୍ୟାକୁ ଅଧିକ ବିପଜ୍ଜନକ କରୁଛି।

ନାସାର ନୂତନ ସାଟେଲାଇଟ୍ ତଥ୍ୟ ବିଶ୍ୱକୁ ଚକିତ କରିଛି।

ଗତ ତିନି ଦଶନ୍ଧିର ନାସା ସାଟେଲାଇଟ୍ ତଥ୍ୟ ଦର୍ଶାଉଛି ଯେ ଆଗାମୀ ବର୍ଷଗୁଡ଼ିକରେ ସମୁଦ୍ର ସ୍ତର ହ୍ରାସ ପାଇବାର ଆଶା କରାଯାଉନାହିଁ।

ଏହା ଜାରି ରହିଲେ ୨୦୫୦ ସୁଦ୍ଧା, ଅନେକ ଆମେରିକା ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳସ୍ତର ପ୍ରାୟ ୧ ଫୁଟ ବା ୩୦ ସେଣ୍ଟିମିଟର ବୃଦ୍ଧି ପାଇପାରେ।

ଏହି ତଥ୍ୟ ନାସାର ପ୍ରାୟ ୩୦ ବର୍ଷର ସାଟେଲାଇଟ୍ ତଥ୍ୟ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାପିତ ଜୁଆର ଭଟ୍ଟା ମାପୁଥିବା ଉପକରଣର ରେକର୍ଡ ଉପରେ ଆଧାରିତ।

କିଛି ରେକର୍ଡ ୧୦୦ ବର୍ଷରୁ ଅଧିକ ପୁରୁଣା।

ବୈଜ୍ଞାନିକମାନେ କହିଛନ୍ତି ଯେ ସମୁଦ୍ର ସ୍ତର ସମାନ ହାରରେ ବୃଦ୍ଧି ପାଉଛି।

ଏହାର ଅର୍ଥ ହେଉଛି ବିପଦ ଏବେ ଆମ ନିକଟରେ ପହଞ୍ଚିଛି।Advertisment ଆହୁରି ପଢନ୍ତୁ:Rain: ଲଗାଣ ବର୍ଷାରେ କଣ୍ଟାବାଡ଼- ମଲ୍ଲିପଦର ଯୋଗାଯୋଗ ବିଛିନ୍ନ: ରାସ୍ତା ଉପରେ ଚାଲିଲା ୩ ଫୁଟ୍ ପାଣି ଏହା ଦ୍ବାରା ଆମେରିକାର ସମସ୍ତ ଅଞ୍ଚଳ ସମାନ ଭାବରେ ପ୍ରଭାବିତ ହେବ ନାହିଁ।

ତେବେ କିଛି ସ୍ଥାନରେ, ଭୌଗୋଳିକ ସ୍ଥିତି ଏବଂ ଭୂମି ଅବନତି ଯୋଗୁଁ ବିପଦ ଅଧିକ ରହିଛି।

ଉପସାଗରୀୟ ଉପକୂଳ ସବୁଠାରୁ ଅଧିକ କ୍ଷତି ସହିବ।

ଯେଉଁଠାରେ ଜଳସ୍ତର ୧୪ ରୁ ୧୮ ଇଞ୍ଚ ବା ପ୍ରାୟ ୩୫ ରୁ ୪୫ ସେଣ୍ଟିମିଟର ବୃଦ୍ଧି ପାଇପାରେ।

ପୂର୍ବ ଉପକୂଳର ସହରଗୁଡ଼ିକ, ଯେପରିକି ନର୍ଫୋକ ଏବଂ ଭର୍ଜିନିଆରେ ୧୦ ରୁ ୧୪ ଇଞ୍ଚ ଜଳ ବୃଦ୍ଧି ପାଇବାର ଆଶା କରାଯାଉଛି।

ଏହା ବ୍ୟତୀତ, ଦକ୍ଷିଣ ପୂର୍ବ ଅଞ୍ଚଳରେ ମଧ୍ୟ ହାରାହାରି ୧୨ ଇଞ୍ଚ ଜଳ ବୃଦ୍ଧି ପାଇବ।

ପଶ୍ଚିମ ଉପକୂଳ ପାଇଁ ଆଶ୍ୱସ୍ତି ଖବର ରହିଛି।

ଯେଉଁଠାରେ ବୃଦ୍ଧି ୪ ରୁ ୮ ଇଞ୍ଚ ମଧ୍ୟରେ ହେବ, କିନ୍ତୁ ସେଠାରେ ମଧ୍ୟ ବିପଦ କମ୍ ହେବ ନାହିଁ।

ଆହୁରି ପଢନ୍ତୁ:Rath Yatra: ଡାକିଲାଣି ଗୁଣ୍ଡିଚା ଘର...ଭାଇଭଉଣୀଙ୍କୁ ଧରି ଧାଇଁ ଆସୁଛନ୍ତି କାଳିଆ ସାଆନ୍ତ ସାଧାରଣତଃ ବନ୍ୟା ପାଇଁ ଏକ ବଡ଼ ଝଡ଼ କିମ୍ବା ଘୂର୍ଣ୍ଣିବାତ୍ୟା ହେବା ଜରୁରୀ।

କିନ୍ତୁ ତାହା ନ ହେଲେ ମଧ୍ୟ ବନ୍ୟା ହୋଇପାରିବ।

ସମୁଦ୍ର ସ୍ତର ବୃଦ୍ଧି ପାଇବା ଫଳରେ ଉଚ୍ଚ ଜୁଆର ସୃଷ୍ଟି ହେବ।

ଫଳରେ ଲୁଣିଆ ସମୁଦ୍ର ପାଣି ସହରର ରାସ୍ତା, ଘର ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠାଗୁଡ଼ିକରେ ସହଜରେ ପ୍ରବେଶ କରିବ।

ଏହା ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇଯିବ।

ବହୁ ଉପକୂଳ ସହର ସମୁଦ୍ର ପାଣିରେ ବୁଡ଼ିଯିବାର ଆଶଙ୍କା ରହିଛି।ଏଥିରେ ଚକିତ କଲାଭଳି ଏକ ତଥ୍ୟ ମଧ୍ୟ ଅଛି।

୨୦୩୦ ଦଶକର ମଧ୍ୟଭାଗରେ, ଚନ୍ଦ୍ରର କକ୍ଷପଥରେ ଏକ ପ୍ରାକୃତିକ ପରିବର୍ତ୍ତନ ହେବ।

ଯାହାକୁ ବୈଜ୍ଞାନିକମାନେ "ମୁନ୍ ୱୋବାଲ" ବୋଲି କହୁଛନ୍ତି।

ଏହି ଚକ୍ର ପ୍ରତି ୧୮.୬ ବର୍ଷରେ ଘଟେ ଏବଂ ଉଚ୍ଚ ସମୁଦ୍ର ଜୁଆର ସୃଷ୍ଟି କରେ।

ଏହି ପରିବର୍ତ୍ତନ ଆସିବା ବେଳକୁ, ସମୁଦ୍ର ସ୍ତର ପୂର୍ବରୁ ଯଥେଷ୍ଟ ବୃଦ୍ଧି ପାଇସାରିଥିବ।

ଏହା ଯୋଗୁଁ ଉପକୂଳ ଅଞ୍ଚଳରେ ବନ୍ୟା ଦେଖାଦେବ।

ଆହୁରି ପଢନ୍ତୁ:Ahmedabad Rath Yatra: କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ "ଜୟ ଜଗନ୍ନାଥ" ଧ୍ୱନିରେ ଗଡ଼ି ଚାଲିଛି ରଥ...

ଏହି ଭୟଙ୍କର ବିପଦର ପୂର୍ବାନୁମାନ କରିବା ପାଇଁ ନାସା ଏବଂ ଫରାସୀ ମହାକାଶ ସଂସ୍ଥା (ସିଏନଇଏଓ) ୧୯୯୦ ଦଶକଠାରୁ ମିଳିତ ଭାବେ କାମ ଆରମ୍ଭ କରିଛନ୍ତି।

ସେବେଠାରୁ, ଅନେକ ଆଧୁନିକ ଉପଗ୍ରହ ଦ୍ବାରା ନିରନ୍ତର ସମୁଦ୍ର ସ୍ତର ମାପ କରାଯାଉଛି।

ଆସୁଛନ୍ତି।

୨୦୨୦ରେ ପ୍ରକ୍ଷେପଣ କରାଯାଇଥିବା ସେଣ୍ଟିନେଲ-୬ ମାଇକେଲ ଫ୍ରିଲିଚ୍ ଉପଗ୍ରହ ସାରା ବିଶ୍ୱରେ ସମୁଦ୍ର ବିଷୟରେ ସଠିକ୍ ସୂଚନା ପ୍ରଦାନ କରୁଛି।

ଏହି ମିଶନରେ, ନାସା, ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ(ଏନଓଏଏ)ତଥା ୟୁରୋପୀୟ ମହାକାଶ ସଂସ୍ଥା ଭଳି ଅନ୍ୟାନ୍ୟ ପ୍ରମୁଖ ବିଶ୍ୱ ସଂଗଠନ ସହିତ, ସମୟୋଚିତ ସତର୍କତା ପ୍ରଦାନ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।