America: ଆମେରିକାରେ ଭାରତୀୟ ବଂଶୋଦ୍ଭବ ପୂର୍ବତନ ଗୁଗଲ୍ ଅଧିକାରୀଙ୍କୁ ଗୁଳି କରି ହତ୍ୟା

Jul 12, 2026 - 16:39
America: ଆମେରିକାରେ ଭାରତୀୟ ବଂଶୋଦ୍ଭବ ପୂର୍ବତନ ଗୁଗଲ୍ ଅଧିକାରୀଙ୍କୁ ଗୁଳି କରି ହତ୍ୟା

"ଜର୍ଜିଆ: ଆମେରିକାର ଜର୍ଜିଆ ସ୍ଥିତ କୋବ୍ କାଉଣ୍ଟିରେ ଭାରତୀୟ ବଂଶୋଦ୍ଭବ ୫୭ ବର୍ଷୀୟା ଶୀତଲ୍ ବ୍ରଜେସିନଙ୍କୁ ତାଙ୍କ ନିଜ ବାସଭବନରେ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଶୀତଲ୍ ପୂର୍ବରୁ ଗୁଗଲ୍ ର ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଏହି ଗୁଳିକାଣ୍ଡରେ ଦମ୍ପତିଙ୍କ ପୁଅ ଜେସନ୍ ବ୍ରଜେସିନ୍ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।Advertisment ଆହୁରି ପଢନ୍ତୁ:Harshit Rana: ଇଂଲଣ୍ଡ ଦିନିକିଆ ଦଳରୁ ହର୍ଷିତ ବାଦ୍‌ ପୋଲିସଘଟଣାସ୍ଥଳରୁ ହିଁ ୫୬ ବର୍ଷୀୟ ଅଭିଯୁକ୍ତ ସ୍ୱାମୀ କିର୍କ ବି.

ବ୍ରଜେସିନ୍ ଙ୍କୁ ଗିରଫ କରିଛି।

ତାଙ୍କ ବିରୋଧରେ ଦୁଷ୍କର୍ମ, ହତ୍ୟା, ଦୁଇଟି ମାରାତ୍ମକ ଆକ୍ରମଣ ଏବଂ ଅପରାଧ ସମୟରେ ମାରଣାସ୍ତ୍ର ରଖିବା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି।

ବର୍ତ୍ତମାନ ଅଭିଯୁକ୍ତ କିର୍କଙ୍କୁ ବିନା ଜାମିନରେ କୋବ୍ କାଉଣ୍ଟି ଜେଲରେ ରଖାଯାଇଛି।

ଆହୁରି ପଢନ୍ତୁ:Messi: ମେସିଙ୍କ ନୂଆ ରେକର୍ଡ ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୀତଲ୍ ଙ୍କ ଶରୀରରେ ଏକାଧିକ ଗୁଳିବାଜିଥିବା ଦେଖିବାକୁ ପାଇଥିଲା ଏବଂ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ସମ୍ଭ୍ରାନ୍ତ ଇଲାକାରେ ଘଟିଥିବା ଏଭଳି ସ୍ପର୍ଶକାତର ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ପଡ଼ୋଶୀମାନେ ଭୟଭୀତ ହୋଇପଡ଼ିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।