06 JUNE 2026

Welcome!

Unlock your personalized experience.
Sign Up

Allowance: ଭତ୍ତା ଦେବାକୁ ଟଙ୍କା ଅଭାବ! ଅପେକ୍ଷାରେ ୫ ଲକ୍ଷ ଆବେଦନକାରୀ

Jun 05, 2026 - 07:19
Allowance: ଭତ୍ତା ଦେବାକୁ ଟଙ୍କା ଅଭାବ! ଅପେକ୍ଷାରେ ୫ ଲକ୍ଷ ଆବେଦନକାରୀ

ରତ୍ନାକର ଭୋଇ

ଅନୁଗୁଳ: ରାଜ୍ୟରେ ବିଜେପି କ୍ଷମତାକୁ ଆସିବାକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ସମେତ ଅନେକ ଯୋଜନା ପାଇଁ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। କିନ୍ତୁ, ମଧୁବାବୁ ପେନ୍‌ସନ ଯୋଜନା ଉପରେ ନିର୍ଭର କରୁଥିବା ଗରିବ ଅସହାୟ ଲୋକଙ୍କ କଥା ଭୁଲି ଯାଇଛନ୍ତି। ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନୂଆ ଟାର୍ଗେଟ୍‌ ଦେଇନାହାନ୍ତି। ସ୍ଥିତିି ଏମିତି ହୋଇଛି, ଗତ ମେ ମାସ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୪୪ ହଜାରରୁ ଅଧିକ ଆବେଦନ କରିଥିବା ହିତାଧିକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି।  

Govt allowance: ୨ମାସ ହେଲାଣି ଆକାଉଣ୍ଟ୍‌କୁ ଆସୁନି ଭତ୍ତା: ଦୁର୍ଦ୍ଦିନରେ ୯୬ ହଜାର ହିତାଧିକାରୀ

ଅପେକ୍ଷାରେ ୫ ଲକ୍ଷ ଆବେଦନକାରୀ
ଜଣେ ମଲେ ଅନ୍ୟଜଣେ ଯୋଡ଼ି ହେଉଛନ୍ତି

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ଗଣ୍ଡମଳା ଗାଁର ଭୂୟାଁ ବେହେରାଙ୍କ ବୟସ ୭୫ ବର୍ଷ ଡେଇଁଲାଣି। ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇଗଲେଣି। ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ କଣ୍ଟାବଣିଆ ଗାଁର ଲମ୍ବୋଦର ପରିଡ଼ାଙ୍କ ବୟସ ଏବେ ୭୬ ବର୍ଷ। ତାଙ୍କୁ ବି ମିଳିନି ଭତ୍ତା। ପାଳଲହଡ଼ା ବ୍ଲକ୍‌ ଆଲୋରୀ ପଞ୍ଚାୟତ ନୂଆଗାଁର ବିଧବା ମହିଳା ରଇବାରୀ ପ୍ରଧାନଙ୍କ ବୟସ ଏବେ ୮୬ ବର୍ଷ। ତଥାପି, ତାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା।  ସରକାର ୮୦ ବର୍ଷରୁ ଅଧିକ ବୟସ୍କ ଗରିବ ବ୍ୟକ୍ତିଙ୍କ କ୍ଷେତ୍ରରେ ଭତ୍ତାରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ସ୍ଥିତି ଏମିତି ହୋଇଛି ଯେ, ନୂଆକରି ଆବେଦନ କରୁଥିବା ୬୦ ବର୍ଷରୁ ଅଧିକ ଗରିବ ବ୍ୟକ୍ତି, ବିଧବା ମହିଳା, ଦିବ୍ୟାଙ୍ଗଙ୍କୁ ଭତ୍ତା ପ୍ରଦାନ କରାଯାଇପାରୁନାହିଁ। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଥିବା କୌଣସି ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଉଛି। ସରକାରୀ ତଥ୍ୟ ଅନୁସାରେ, ଗତ ୨୧ ମେ ୨୦୨୬ ସୁଦ୍ଧା ରାଜ୍ୟରେ ୫ଲକ୍ଷ ୪୪ ହଜାର ୮୪୩ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି।

Money Mindset: ଅର୍ଥ ଚିନ୍ତା: କ୍ରେଡିଟ୍‌ କାର୍ଡକୁ ଡେବିଟ୍‌ କାର୍ଡ ଭାବନ୍ତୁ

ସେଥିରୁ ଅନୁଗୁଳ ଜିଲ୍ଲାରେ ୧୭୮୯୪, ବାଲେଶ୍ବରରେ ୩୩୩୩୦, ବରଗଡ଼ରେ ୧୩୭୩୯, ଭଦ୍ରକରେ ୨୬୭୪୮, ବଲାଙ୍ଗୀରରେ ୨୧୮୧୨, ବୌଦ୍ଧରେ ୪୯୨୧, କଟକରେ ୩୯୫୯୦, ଦେବଗଡ଼ରେ ୪୧୦୯, ଢେଙ୍କାନାଳରେ ୧୬୪୪୪, ଗଜପତିରେ ୫୩୮୯, ଗଞ୍ଜାମରେ ୫୬୬୭୪, ଜଗତସିଂହପୁରରେ ୧୩୭୩୩, ଯାଜପୁରରେ ୩୨୯୮୦, ଝାରସୁଗୁଡ଼ାରେ ୫୮୩୦ଜଣ, କଳାହାଣ୍ଡିରେ ୨୦୧୯୨, କନ୍ଧମାଳରେ ୪୦୭୪ଜଣ, କେନ୍ଦ୍ରାପଡ଼ାରେ ୨୫୮୫୯ଜଣ, କେନ୍ଦୁଝରରେ ୨୩୩୯୧, ଖୋର୍ଦ୍ଧାରେ ୨୫୫୪୬, କୋରାପୁଟରେ ୪୯୦୮, ମାଲକାନଗିରିରେ ୪୦୬୬, ମୟୂରଭଞ୍ଜରେ ୪୫୧୩୦, ନବରଙ୍ଗପୁରରେ ୫୯୬୬, ନୟାଗଡ଼ରେ ୧୩୦୧୩, ନୟାଗଡ଼ରେ ୧୩୦୧୩, ନୂଆପଡ଼ାରେ ୧୭୭୩, ପୁରୀରେ ୩୧୦୯୪, ରାୟଗଡ଼ାରେ ୯୪୧୭, ସମ୍ବଲପୁରରେ ୭୫୨୫, ସୋନପୁରରେ ୬୨୫୦ ଏବଂ  ସୁନ୍ଦରଗଡ଼ ଜିଲ୍ଲାରେ ୨୩୩୪୬ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।