Alligation: ବନ ବିଭାଗର ସଚେତନତା ଅଭାବ ଅଭିଯୋଗ, ଲୋକେ ଭୟଭୀତ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ବାଘ ଚଳପ୍ରଚଳ ସୂଚନାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଘୁ.ଉଦୟଗିରି ବ୍ଲକର କୁରୁମିଙ୍ଗିଆ ଏବଂ ରେଟୁଡ଼ି ଅଞ୍ଚଳରେ ବାଘ ଚଳପ୍ରଚଳ ଥିବା ସୂଚନା ମିଳିଛି।
ଗତମାସ ୨୮ ତାରିଖ ରାତି ପ୍ରାୟ ୩ଟା ସମୟରେ ରେଟୁଡ଼ି ଗ୍ରାମର ଆଲୋକ ସାହୁଙ୍କ ଘର ନିକଟରେ ଏକ ବନ୍ୟଜନ୍ତୁ ତାଙ୍କର ଗୋଟିଏ କୁକୁରକୁ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ନେଇଯାଇଥିଲା। କିଛି ସମୟ ପରେ ପୁଣି ଆଉ ଗୋଟିଏ କୁକୁରକୁ ଆକ୍ରମଣ କରି ତଣ୍ଟିରେ ଧରି ନେଉଥିବା ବେଳେ କୁକୁରର ଚିତ୍କାର ଶୁଣି ଆଲୋକ ସାହୁ ଘରୁ ବାହାରକୁ ଆସିଥିଲେ। ତାଙ୍କୁ ଦେଖି ବନ୍ୟଜନ୍ତୁଟି କୁକୁରକୁ ଛାଡ଼ି ପଳାଇଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକ ଏହାକୁ ବାଘ ବୋଲି ସନ୍ଦେହ କରୁଛନ୍ତି। ଏହି ଘଟଣା ପରେ କୁରୁମିଙ୍ଗିଆ ଏବଂ ରେଟୁଡ଼ି ସମେତ ଆଖପାଖ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ସନ୍ଧ୍ୟା ହେଲେ ଗ୍ରାମବାସୀ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ, ପଶୁପାଳନକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।
Human Skeleton: ବାଘମରା ପାହଡରୁ ନର କଙ୍କାଳ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଞ୍ଚଳରେ ମାଇକ୍ ପ୍ରଚାର, ସଚେତନତା କାର୍ଯ୍ୟକ୍ରମ କିମ୍ବା ସତର୍କ ସୂଚନା ଜାରି କରାଯାଇନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଜୀବନ ସୁରକ୍ଷା କୁ ନେଇ ଭୟ ବଢ଼ିଚାଲିଛି। ତେବେ, ବନ ବିଭାଗ ପକ୍ଷରୁ ଏହି ବନ୍ୟଜନ୍ତୁ ବାଘ କିମ୍ବା ଅନ୍ୟ କୌଣସି ପ୍ରାଣୀ ଥିବା ନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସୂଚନା ମିଳିନାହିଁ। ସ୍ଥାନୀୟ ଲୋକ ତୁରନ୍ତ ବନ ବିଭାଗ ପକ୍ଷରୁ ତଦନ୍ତ, ପାଟ୍ରୋଲିଂ, ସଚେତନତା କାର୍ଯ୍ୟକ୍ରମ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି।