Alleged Gun Deal ସୁପାରି ହତ୍ୟା ପାଇଁ କିଣୁଥିଲେ ବନ୍ଧୁକ, ହାବୁଡ଼ିଗଲେ ପୁଲିସ, ୨ ଗିରଫ

Oct 13, 2026 - 20:34
Alleged Gun Deal ସୁପାରି ହତ୍ୟା ପାଇଁ କିଣୁଥିଲେ ବନ୍ଧୁକ, ହାବୁଡ଼ିଗଲେ ପୁଲିସ,  ୨ ଗିରଫ

"ରାଇରଙ୍ଗପୁର: ଅଳ୍ପ ଦିନ ବ୍ୟବଧାନରେ ରାଇରଙ୍ଗପୁର ପୁଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣରେ ସଫଳତା ମିଳିଛି।

୩ଟି ବଡ଼ ଡକାୟତି ମାମଲାରେ ପୁଲିସ ଏକାଧିକ ପେଷାଦାର ଅପରାଧିଙ୍କୁ ଗିରଫ କରିଛି।

ଆଜି (ମଙ୍ଗଳବାର) ସୁପାରି ହତ୍ୟା ପାଇଁ ବନ୍ଧୁକ କାରବାର ହେଉଥିବା ବେଳେ ପୁଲିସର ଏକ ଟିମ୍‌ ଚଢ଼ାଉ କରି ଦେଶୀ ବନ୍ଧୁକ, ଅଫୁଟା ଗୁଳି ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment Rapist Encountered: ଦୁଷ୍କର୍ମକାରୀକୁ ଏନ୍‌କାଉଣ୍ଟର୍‌: ବାଇକ୍‌, ନକଲି ବନ୍ଧୁକ ଜବତ, କେମିତି ଥିଲା ଅପରେସନ୍‌ଆଜି ଘଟଣା ସମ୍ପର୍କରେ ରାଇରଙ୍ଗପୁର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ଏସପି ସୁରେଶ ପାତ୍ରଙ୍କ ସୂଚନାନୁସାରେ, ଵହଳଦା ଥାନା ଅଞ୍ଚଳର ଦୁନ୍ଦୁନଦୀ ଘାଟରେ ଗତକାଲି (ସୋମବାର) ରାତି ପ୍ରାୟ ୧୧.୩୦ ଟା ସମୟରେ ବନ୍ଧୁକ କ‌ାରବାର ହେଉଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା।

ଵହଳଦା ପୁଲିସର ଏକ ଟିମ୍‌ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଡବଲ ବେରେଲ ଦେଶୀ ବନ୍ଧୁକ, ଗୋଟିଏ ୮ ଏମଏମ ଅଫୁଟା ଗୁଳି, ଦୁଇଟି ବାଇକ୍, ୨ ଟି ମୋବାଇଲ ଏବଂ ନଗଦ ୫୦୦୦ ଟଙ୍କା ଜବତ କରିଛି।

Gun Seizure Case: ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା: ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚୁନି କାର୍ଯ୍ୟାନୁଷ୍ଠାନଗିରଫ ଅପରାଧୀମାନେ ହେଲେ ଵହଳଦା ଥାନା ଅଞ୍ଚଳର ଲୋକନାଥପୁର ଗ୍ରାମର ରାଜୁ ଜାମୁଦା(୨୩) ଏବଂ ତିରିଂ ଥାନା ଅଞ୍ଚଳର ଡୋଲାଯୋଡି ଗ୍ରାମର ଗୁମଦା ସାମାଡ (୨୨)।

ପଚରାଉଚରା ସମୟରେ ବନ୍ଧୁକ କିଣିବାର ଅସଲ ଉଦ୍ଦେଶ୍ୟ ଜଣାପଡ଼ିଥିଲା।

ରାଉରକେଲା ଅଞ୍ଚଳରେ କିଛି ଯୁବକଙ୍କ ସହିତ ମିଶି ସୁପାରି କିଲିଂ ପାଇଁ ଯୋଜନା କରୁଥିଲେ ।

ଉକ୍ତ ମାମଲାରେ ବହଳଦା ଥାନା ପକ୍ଷରୁ ଏକ ମାମଲା କେଶ ନମ୍ବର ୧୮୨/୨୬ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଛି ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ବୀରେନ୍ଦ୍ର ନାଥ ସେନାପତି, ବହଳଦା ଥାନା ଆଇଆଇସି ଭାଷ୍କର ପ୍ରଧାନ,ଏସଆଇ ଅନନ୍ତ ଦାସ ଉପସ୍ଥିତ ଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)